www.samajalive.in
Monday, December 8, 2025
24.1 C
Bhubaneswar

୪୩ହଜାର କାନଫୁଲ ରଖି ଗିନିଜ୍ ରେକର୍ଡ

ସଉକ୍ ହିଁ ବେଳେବେଳେ ଆମକୁ ବେଳେବେଳେ ଲୋକପ୍ରିୟ କରାଇଦିଏ, କାନଫୁଲ କିଣିବାର ଏଇ ସଉକ୍ ଯେ କାରୋଲ୍‌ଙ୍କୁ ଗିନିଜ୍ ବୁକ୍ ରେକର୍ଡରେ ସାମିଲ କରାଇବ, ସେ ସ୍ବପ୍ନ​‌େ​ର ସୁଦ୍ଧା କଳ୍ପନା କରିନଥିଲେ। ଆମେରିକାର ପେନ୍‌ସିଲଭାନିଆ ନିବାସୀ ହେଲେ କାରୋଲ୍ ମ୍ୟାକ୍‌-ଫେଡେନ୍‌, ୨୦୧୮ରେ ୮୦ ବର୍ଷ ବୟସରେ ସେ ପ୍ରାଣ ହରାଇଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ରେକର୍ଡକୁ କେହି ଭାଙ୍ଗିପାରିନାହାନ୍ତି, ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକଡର୍ସରେ ତାଙ୍କୁ ‘ଇୟରରିଙ୍ଗ୍ ଲେଡି’ର ନାମ ଦିଆଯାଇଥିଲା। ମାତ୍ର ୧୨ ବର୍ଷ ବୟସରୁ କାରୋଲ୍‌ ଏଇ କାନଫୁଲ ସଂଗ୍ରହ ପ୍ରେମରେ ବାନ୍ଧିହୋଇଥିଲେ, ତାଙ୍କ ବଡ଼ ଭଉଣୀ ୩ଟି ସୁନ୍ଦର କାନଫୁଲ ଉପହାର ଭାବେ ଦେବା ପରେ କାରୋଲ୍‌ଙ୍କ ଆଗ୍ରହ ବଢ଼ିଥିଲା। ପାଖଆଖ ସହରର ଦୋକାନରୁ ବିଭିନ୍ନ ଡିଜାଇନର କାନଫୁଲ କିଣିବା ସହ ତାଙ୍କ ଏଇ ସଉକ୍ ଦେଖି ବନ୍ଧୁବାନ୍ଧବ ମଧ୍ୟ ଯେଉଁଅଡ଼େ ଯାଉଥିଲେ, କାରୋଲ୍‌ଙ୍କ ପାଇଁ କାନଫୁଲ ୩-୪ହଳ ଆଣିବା ଥୟ। ୧୯୯୪ରେ ପ୍ରଥମଥର ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍‌ରେ କାରୋଲ୍ ସ୍ଥାନ ପାଇବା ସହ ସେସମୟରେ ତାଙ୍କ ପାଖେ ମୋଟ୍ ୩୨ହଜାର କାନଫୁଲ ଥିଲା। ୨୦୦୭ରେ ପୁନର୍ବାର ସେ ନିଜ ରେକର୍ଡକୁ ଭାଙ୍ଗିବା ସହ ୪୩ହଜାର କାନଫୁଲ ମୋଟ୍ ତାଙ୍କ ପାଖେ ଥିଲା। ଆର୍ଥିକ ଅସୁବିଧା ହେବାରୁ କାରୋଲ୍ ତାଙ୍କର କେତେହଳ କାନଫୁଲର ନିଲାମ ମଧ୍ୟ କରିଥିଲେ, ଏକ ସାକ୍ଷାତକାର୍‌ରେ ସେ କହିଥିଲେ ଏଇ କାନଫୁଲଗୁଡ଼ିକ ହିଁ ତାଙ୍କର ସବୁଠୁ ବଡ଼ ସମ୍ପତ୍ତି। ସେସବୁଗୁଡ଼ିକ ତାଙ୍କର ପ୍ରିୟ, ଶସ୍ତା ଠାରୁ ଦାମୀ ବିଭିନ୍ନ ଡିଜାଇନର କାନଫୁଲ କାରୋଲ୍‌ଙ୍କ ପାଖରେ ଥିଲା। କରୋଲ୍‌ଙ୍କୁ ୧୯ ବର୍ଷ ହେବାବେଳକୁ ସେ ଏଇ କାନଫୁଲ କିଣାରେ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଦେଖି ମା ଓ ଆଈ ଖୁବ୍ ବିରକ୍ତ ହେଉଥିଲେ, ହେଲେ କାରୋଲ୍ ନିଜର ଏଇ ଭଲପାଇବାରେ କାହାର ହସ୍ତକ୍ଷେପକୁ ପସନ୍ଦ କରିନଥିଲେ। ଶେଷରେ ଏଇ କାନଫୁଲର ସଂଗ୍ରହ ହିଁ ତାଙ୍କୁ ବିଶ୍ବସ୍ତରରେ ‘ଇୟରରିଙ୍ଗ୍ ଲେଡି’ର ପରିଚୟ ଦେଇଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories