www.samajalive.in
Thursday, December 11, 2025
14.1 C
Bhubaneswar

ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାମରେ ଜାଲ ଫେସବୁକ ଆକାଉଣ୍ଟ

ସମ୍ବଲପୁର: ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାମରେ କେହି ଜଣେ ଫେସବୁକରେ ଜାଲ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଛି। ଆଜି ସେ ନିଜେ ଏନେଇ ତାଙ୍କ ମୂଳ ଫେସବୁକ ଆକାଉଣ୍ଟରେ ସୂଚନା ଦେବା ସହ ସମ୍ପୃକ୍ତ ଜାଲ ଫେସବୁକ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ ନକରିବା ଓ ଅର୍ଥ ପାଇଁ ଅନୁରୋଧକୁ ଅଗ୍ରାହ୍ୟ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, କେହିଜଣେ ଦୁର୍ବୃତ୍ତ ଏସପି ସାରାଙ୍କ ନାମରେ ଏକ ଜାଲ ଫେସବୁକ୍‌ ଆଇଡି ଖୋଲି ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବା ସହ ଜରୁରୀ ଅଛି ବୋଲି ଟଙ୍କା ମାଗୁଥିଲେ। ଏନେଇ ଭିଜିଲାନ୍ସ ଏସପି ସାରା ସାଇବର ଥାନାରେ ଏତଲା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଜଣେ କମ୍ପ୍ୟୁଟର ସେଣ୍ଟରର ଜଣେ ମାଲିକଙ୍କ ଫେସବୁକ ଏଭଳି ହେକ୍ କରି ବନ୍ଧୁମାନଙ୍କୁ ଟଙ୍କା ମାଗୁଥିବାବେଳେ ସାଇବର ଥାନାରେ ମାମଲା ରୁଜୁ କରିଥିଲେ।
ସୂଚନା ଅନୁଯାୟୀ ଉକ୍ତ ଦୁର୍ବୃୃତ୍ତ ଜଣେ ଫେସବୁକ୍‌ ବନ୍ଧୁଙ୍କୁ ୧୫ ହଜାର ଟଙ୍କା ମାଗିବା ସହ ତାହା ପରଦିନ ଫେରାଇଦେବେ ବୋଲି କହିଥିଲେ। ଏହି ଟଙ୍କା ଗୁଗୁଲ ପେ’ରେ ଦେବା ପାଇଁ କହିବା ସହ ଫୋନ ନମ୍ବର ୯୭୫୯୨୮୭୧୪୧ ଦେଇଥିଲେ। ତେବେ, ଉକ୍ତ ନମ୍ବର ଡାଏଲ କରିବାରୁ ସାରାଙ୍କ ନାମ ନଦେଖାଇବାରୁ ଉକ୍ତ ବ୍ୟକ୍ତିଙ୍କୁ ସନ୍ଦେହ ହୋଇଥିଲା। ପ୍ରବୀଣ ନାମ ବାହାରିବ ଓ ସେଥିରେ ପଠାଅ ଲେଖିଥିଲେ। ସେ ଭିଡିଓ କଲ୍‌ ମଧ୍ୟ କରିଥିଲେ। ତାହାକୁ ନଉଠାଇ ଟଙ୍କା ପଠାଅ ବୋଲି କହିଥିଲେ। ତେବେ, ଟଙ୍କା ଯାଉନି କହିବାରୁ ୨ ହଜାର ପଠାଅ ବୋଲି ଲେଖିଥିଲେ। ତେବେ, ତାହା ପରବର୍ତ୍ତୀ ସମୟରେ ଡିଲିଟ୍ ହୋଇଯାଇଥିବା ଜଣାପଡ଼ିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories