www.samajalive.in
Monday, December 8, 2025
13.1 C
Bhubaneswar

ଜୋର ଧରିଲା ଟୀକା ରାଜନୀତି: ଭାରତରେ ପ୍ରସ୍ତୁତ କୋଭିସିଲ୍ଡ଼କୁ ଅଖିଳେଶ କହିଲେ ‘ବିଜେପି ଟୀକା’

ଦେଶରେ କରୋନା ଟୀକାକୁ ମଞ୍ଜୁରୀ ମିଳିବା ପରେ ସାଧାରଣ ଲୋକ ଆଶ୍ବସ୍ତ ହୋଇଛନ୍ତି । ମାତ୍ର ଅନ୍ୟପକ୍ଷରେ ଏହାକୁ ନେଇ ତେଜିଛି ରାଜନୀତି । ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ଟୀକା ନେବେ ନାହିଁ ବୋଲି ଉଲ୍ଲେଖ କରି ଏହାକୁ ‘ବିଜେପି ଟୀକା’ ବୋଲି ଅଭିହିତ କରିଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଦଳର ଆଉ ଜଣେ ନେତା ଆଶୁତୋଷ ସିହ୍ନା ଆଉ ଦୁଇପାଦ ଆଗେଇ ଯାଇ ଏହି ଟୀକା ନେଲେ ମଣିଷ ନମ୍ପୂସକ ହୋଇଯିବ ବୋଲି କହିଛନ୍ତି । ସେହିପରି କଂଗ୍ରେସ ନେତା ଶଶି ଥରୁର, ଜୟରାମ ରମେଶ ପ୍ରମୁଖ ନେତା ଏହି ଟୀକାର ମାନକୁ ନେଇ ମଧ୍ୟ ସନ୍ଦେହ କରିଛନ୍ତି । ଦିନକ ତଳେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସମ୍ବୋଧନ କରିବା ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ  ‘ମୁଁ କରୋନା ଟୀକା ଲଗାଇବି ନାହିଁ । ମୋତେ ବିଜେପି ଟୀକାକୁ ଭରଷା ନାହିଁ’ ବୋଲି କହିଥିଲେ ।

ତେବେ ଉତ୍ତରପ୍ରଦେଶ କଂଗ୍ରେସ ମିଡ଼ିଆ ସଂଯୋଜକ ଲଲନ କୁମାର କହିଛନ୍ତି ଟୀକା କୌଣସି ଦଳର ନୁହେଁ । ଏହା ବୈଜ୍ଞାନିକମାନଙ୍କର ଗବେଷଣାର ଫଳ । ସମାଜବାଦୀ ପାର୍ଟି ନେତା ଅଖିଳେଶ ଏହି ଟୀକାକୁ ବିଜେପି ଟୀକା କହିବା ଅତ୍ୟନ୍ତ ଭୁଲ । ଅନେକ ବାର ପରୀକ୍ଷା ପରେ ଏହାକୁ ମଞ୍ଜୁରୀ ମିଳିଛି । ଗତ କିଛିମାସ ହେଲା ଆମ ଦେଶ ଏଥିପାଇଁ ପ୍ରଚେଷ୍ଟା ଜାରି ରଖିଛି । ସରକାର କହୁଛନ୍ତି ଏହି ଟୀକା ସେମାନେ ଉପଲବ୍ଧ କରାଇଛନ୍ତି । ବିଜେପିକୁ ଯଦି ଲାଗୁଛି ଟୀକା ପାଇଁ ସେମାନେ ଉଦ୍ୟମ କରିଛନ୍ତି ତାହା ମଧ୍ୟ ଭୁଲ । ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ନୂଆ ଖେଳ ଖେଳୁଛି । ବାପା ମୁଲାୟମ ସିଂହ ଯାଦବ ବିଜେପିକୁ ସମର୍ଥନ କରୁଛନ୍ତି ଆଉ ପୁଅ ଅଖିଳେଶ ବିଜେପିକୁ ବିରୋଧ କରୁଛନ୍ତି । ବାସ୍ତବରେ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ବିଜେପିର ‘ବି’ ଟିମ୍ ଭାବରେ କାମ କରୁଛି ଓ ବିଜେପି-ସମାଜବାଦୀ ପାର୍ଟି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବବୋଲି ଲଲନ କୁମାର କହିଛନ୍ତି ।

- Advertisement -

ଅଖିଳେଶ ଯାଦବ କରୋନା ଭ୍ୟାକସିନ ନ ଲଗାଇବାକୁ ନେଇ ଦେଇଥିବା ମନ୍ତବ୍ୟରେ ବିଜେପି ଦେଇଛି ପାଲଟା ଜବାବ ।  ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏହାର ପାଲଟା ଜବାବ ଦେଇଛନ୍ତି ।  ସେ କହିଛନ୍ତି ଯେ ଅଖିଳେଶଙ୍କୁ ଭ୍ୟାକସିନ୍‌ ଉପରେ ଭରଷା ନାହିଁ ଓ ଉତ୍ତର ପ୍ରଦେଶବାସୀଙ୍କୁ ଅଖିଳେଶ ଯାଦବଙ୍କ ଉପରେ ଭରଷା ନାହିଁ । ଭ୍ୟାକସିନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ବୈଜ୍ଞାନିକମାନଙ୍କୁ ଅପମାନ କରିବା ସହ ସମାନ, ଏହି ବୟାନ ପାଇଁ ଅଖିଳେଶ ଯାଦବ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories