www.samajalive.in
Monday, December 8, 2025
13.1 C
Bhubaneswar

ଭାରତୀୟ ବଜାରରେ ଉପଲବ୍ଧ ଏହି ପାଞ୍ଚଟି ମୂଲ୍ୟବାନ ବାଇକ୍‍

ନୂଆଦିଲ୍ଲୀ : ବର୍ତ୍ତମାନ କାର୍‍ମାନଙ୍କ ତୁଳନାରେ ବଜାରରେ ବାଇକପ୍ରେମୀଙ୍କ ସଂଖ୍ୟା ଅଧିକା ଦେଖିବାକୁ ମିଳିଛି। ଏହି ବାଇକର ଦାମ ଅଧିକ ରହିଲେ ମଧ୍ୟ ଏହା ଦେଖିବାକୁ ଆକର୍ଷଣୀୟ ହୋଇଥିବାରୁ ଅଧିକାଂଶ ବାଇକପ୍ରେମୀ ଏହାକୁ କିଣିବାକୁ ମନ ବଳାଉଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତରେ ବିକ୍ରି ହେଉଥିବା କିଛି ମୂଲ୍ୟବାନ ବାଇକ ବିଷୟରେ।
ବିଏମଡବ୍ଲ୍ୟୁ ବାଇକ
ବିଏମଡବ୍ଲ୍ୟୁ ମୋଟରାଡ୍‍ ଏଚପି-୪ ବାଇକ ଭାରତୀୟ ବଜାରର ସବୁଠାରୁ ଦାମିକା ମଟରସାଇକେଲ୍‍। ଏହାର ମୁଲ୍ୟ ୮୫ଲକ୍ଷ ଟଙ୍କା। ଏହି ବାଇକର ଓଜନ ୧୭୧ କିଲୋଗ୍ରାମ ଓ ଇଞ୍ଜିନ୍‍ ୨୧୫ ଏଚପି ବିଶିଷ୍ଟ। ବିଏମଡବ୍ଲ୍ୟୁର ଏହି ବାଇକ ରେସ ବାଇକ ବୋଲି କୁହାଯାଏ।
କୱାସାକି ନିଞ୍ଜା
ଏହା ଭାରତୀୟ ବଜାରର ଦିତ୍ୱୀୟ ଦାମୀ ବାଇକ। ଏହାର ମୁଲ୍ୟ ୬୯.୮ଲକ୍ଷ ଟଙ୍କା ରହିଛି। ଏହି ବାଇକରେ ୯୯୮ସିସି ଇଞ୍ଜିନ ରହିଛି। ଏହି ବାଇକ ମଧ୍ୟ ରେସରେ ବ୍ୟବହାର କରାଯାଏ।
ଡୁକାଟି ପାନିଗାଲେ
ଡୁକାଟି ଅଟୋମୋବାଇଲ କମ୍ପାନୀର ଏହି ବାଇକର ମୂଲ୍ୟ ୫୧.୮ଲକ୍ଷ ଟଙ୍କା ରହିଛି।ଏହାର ୨୦୯ ଏଚପି ଓ ୧୪୨ଏନଏମ କ୍ଷମତା ବିଶିଷ୍ଟ ଇଞ୍ଜିନ ରହିଛି।
ହାର୍ଲେ ଡେଭିଡସନ୍‍
ହାର୍ଲେ ଡେଭିଡସନ୍‍ର ଏହି ବାଇକର ମୂଲ୍ୟ ୪୯.୯୯ ଲକ୍ଷ ଟଙ୍କା ରହିଛି। ହାର୍ଲେ ଡେଭିଡସନର ଏହି ବାଇକରେ ୧୯୨୩ସିସି ଇଞ୍ଜିନ ରହିଛି।
ଇଣ୍ଡିଆନ ରୋଡମାଷ୍ଟର
ଇଣ୍ଡିଆନ ରୋଡମାଷ୍ଟର ବାଇକର ମୁଲ୍ୟ ୩୯.୯୯ ଲକ୍ଷ ଟଙ୍କା ରହିଛି। ଏହି ବାଇକରେ ସାଧାରଣତଃ ଲୋକମାନେ ଦୂରସ୍ଥାନ ଯାତ୍ରାପାଇଁ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories