ନିଖୋଜ ପୂର୍ବତନ କାଉନସିଲରଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ
ବୌଦ୍ଧ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତି ମହାକୁଡ(୫୦)ଙ୍କ ଗଳିତ ଶବ ଏକ ବିଲ ମଧ୍ୟରୁ ରବିବାର ଦିନ ଉଦ୍ଧାର ହୋଇଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡର ପୁର୍ବତନ କାଉନସିଲର ଶ୍ରୀମହାକୁଡ ଗତ ୩୦ ତାରିଖ ଠାରୁ ନିଖୋଜ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ବୌଦ୍ଧ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ଦିନ ଜିଲାପାଳଙ୍କ ପୁରୁଣାକୋଠା ଠାରୁ ମାତ୍ର ୨୦୦ ମିଟର ଦୂରତାରେ ଏକ ଖୋଲା ଜମିରେ ବାଲି ପଡିଥିବା ସ୍ଥାନରେ କୁକୁରମାନେ ଶବକୁ ଖାଇବା ଆରମ୍ଭ କରିଥିଲେ। ଏହା ଲୋକମାନେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଏହା ନିଖୋଜ ଅଗସ୍ତିର ଶବ ବୋଲି ଜାଣିପାରିଥିଲା। ପୁଲିସ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା। ମୃତ ଅଗସ୍ତିର ମୁଣ୍ଡ ଓ ହାତରେ ମାଡ ମରାଯାଇଥିବା ଜଣାପଡିଥିଲା। ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।
Comments are closed.