www.samajalive.in
Sunday, December 14, 2025
23.1 C
Bhubaneswar

ଆଜିଠୁ ପୁରୀ ବାହାର ଲୋକଙ୍କ ଦର୍ଶନ

ପୁରୀ: ରବିବାରଠାରୁ ପୁରୀ ବାହାର ଲୋକଙ୍କ ପାଇଁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ। ଏହା ସହିତ ପୁରୀବାସୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିପାରିବେ; କିନ୍ତୁ ସେମାନେ ମଧ୍ୟ ବାହାର ଲୋକଙ୍କ ଭଳି କୋଭିଡ୍‌ ପରୀକ୍ଷା ନେଭେଟିଭ୍‌ ରିପୋର୍ଟ ସାଥିରେ ଆଣିବାକୁ କୁହାଯାଇଛି। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି କାର୍ଯ୍ୟ। କୋଭିଡ୍‌ କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପ୍ରଶାସନ ସ୍ଥିର କରିଛି। କୋଭିଡ ନେଗେଟିଭ ରିପୋର୍ଟ ଏବଂ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ମାର୍କେଟ ଛକରୁ ବ୍ୟାରିକେଡ ଦେଇ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଯିବାକୁ ପଡିବ। ସେଠାରେ କୋଭିଡ ନେଗେଟିଭ ରିପୋର୍ଟ ସମେତ ପରିଚୟପତ୍ର ଯାଞ୍ଚ ପରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜରେ ହାତ ଧୋଇବାକୁ ପଡିବ। ମାସ୍କ ପିନ୍ଧିନଥିବା ଲୋକଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ୧୮ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ଶତାଧିକ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ୨ ଅତିରିକ୍ତ ଏସ୍‌ପି, ୬ଡିଏସ୍‌ପି, ୯ଜଣ ଇନ୍ସପେକ୍ଟର, ୩୫ ଇନ୍ସପେକ୍ଟର ଓ ସବ୍‌ଇନ୍ସପେକ୍ଟର, ୪୦କନଷ୍ଟେବଳ ଏବଂ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି। ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଅନୁଷ୍ଠିତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଦର୍ଶନ ବ୍ୟବସ୍ଥାବଳି
କୋଭିଡ ନେଗେଟିଭ ରିପୋର୍ଟ, ପରିଚୟପତ୍ର, ମାସ୍କ ପରିଧାନ, ସାମାଜିକ ଦୂରତ୍ବ ପାଳନ, ସାନିଟାଇଜରେ ହାତ ଧୋଇବା ବାଧ୍ୟତାମୂଳକ। ଦେବଦେବୀଙ୍କୁ ସ୍ପର୍ଶ ନିଷେଧ, ଆନନ୍ଦବଜାର ଓ ମନ୍ଦିର ବେଢାରେ ମହାପ୍ରସାଦ ଖାଇବା ଉପରେ କଟକଣା। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌, କ୍ୟାମେରା, ଭୋଗ, ଦୀପ, ଫୁଲ ନେବା ନିଷେଧ। ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ ଏବଂ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ। ଧାଡିରେ ଯିବା ବାଧ୍ୟତାମୂଳକ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories