www.samajalive.in
Tuesday, December 9, 2025
16.1 C
Bhubaneswar

ଅନୁସୂଚିତ ଜାତିର ସାମାଜିକ ଓ ଆର୍ଥିକ ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷ ଧରି ଅନୁସୂଚିତଜାତିର ଛାତ୍ରଛାତ୍ରୀମାନଙ୍କୁ ଅବହେଳା କରିଆସିଛନ୍ତି ରାଜ୍ୟସରକାର। ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ଓ ଶିକ୍ଷା କ୍ଷେତ୍ରରେ ମାତ୍ର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଟେକ୍ନିକାଲ କଲେଜ ମାନଙ୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୨୩ ଓ ୧୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ସମୟରେ ରାଜ୍ୟସରକାର ୨୩ ପରିବର୍ତେ ୧୨ ଏବଂ ୧୬ ପରିବର୍ତେ ୮ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି। ୧୯୮୯ ମସିହାରୁ ନ୍ୟାସନାଲ ସିଡ୍ୟୁଲକାଷ୍ଟ ଫାଇନାନସିଆଲ ଡେଭଲପମେଣ୍ଟ କରପୋରେସନ ଜରିଆରେ ଅନୁସୂଚିତଜାତି ଲୋକମାନଙ୍କୁ ଋଣ ଦେବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ୩ ଲକ୍ଷରୁ ଅଧିକ ରୋଜଗାର ଥିବା ଅନୁସୂଚିତଜାତି ଲୋକଙ୍କୁ ରାଜ୍ୟସରକାର ଋଣ ଦେବାର ବ୍ୟବସ୍ଥା କରିବେ। କିନ୍ତୁ ରାଜ୍ୟ ସରକାର ୨୦୧୭-୧୮ରେ ୨୬୯ ଜଣଙ୍କୁ ୩ କୋଟି ୯୨ ଲକ୍ଷ , ୨୦୧୮-୧୯ରେ ୨୭୭ ଜଣଙ୍କୁ ୩ କୋଟି ୧୨ ଲକ୍ଷ, ୨୦୧୯-୨୦ରେ ୨୦୧ଜଣଙ୍କୁ ୧ କୋଟି ୭୭ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି। ରାଜ୍ୟସରକାର ଗତ ୩ ବର୍ଷରେ ଓଡିଶାର ସମସ୍ତ ଅନୁସୂଚିତଜାତି ଲୋକଙ୍କ ମଧ୍ୟରୁ ମାତ୍ର ୭୪୭ ଜଣଙ୍କୁ ଋଣ ଦେବାର ବ୍ୟବସ୍ଥା କରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ୍‍। ରାଜ୍ୟରେ ଭିଜିଲାନ୍ସ ଏଣ୍ଡ ମନିଟରିଙ୍ଗ କମିଟି ଓ ଷ୍ଟେଟ ସିଡ୍ୟୁଲ କାଷ୍ଟ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ଖୋଦ୍‍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି କମିଟି ଗୁଡିକର ବୈଠକ ବସୁନଥିବା କାରଣରୁ ରାଜ୍ୟରେ ଅନୁସୂଚିତ ଜାତି ଲୋକଙ୍କର ସୁରକ୍ଷା ଓ ଉନ୍ନତି କରିବାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ରାଜ୍ୟରେ ଅନୁସୂଚିତଜାତିର ସାମାଜିକ ଓ ଆର୍ଥୀକ ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ବିରୋଧୀ ଦଲ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ଫଳରେ ଦେଶର ଅନୁସୂଚୀତ ଜାତି ବର୍ଗର ଛାତ୍ରଛାତ୍ରୀମାନେ ମାଟ୍ରିକ୍‍ ପାସ୍‍ କଲାପରେ, ଉଚ୍ଚଶିକ୍ଷା ପାଇଁ ପାଉଥିବା ପୋଷ୍ଟ ମାଟ୍ରିକ ସ୍କଲାରସିପ୍‍ ବା ଛାତ୍ରବୃତି ୫ ଗୁଣାରୁ ଅଧିକ ପାଇବେ ଓ ଦେଶର ସମସ୍ତ ସରକାରୀ କଲେଜ, ସରକାରୀ ଅନୁବନ୍ଧିତ ବେସରକାରୀ କଲେଜ, ବିଶ୍ୱବିଦ୍ୟାଳୟ, ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ୫ କୋଟିରୁ ଊର୍ଦ୍ଧ୍ବ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ପାଇବା ପାଇଁ ଆର୍ôଥକ ପ୍ରତିବନ୍ଧକକୁ ଦୂର କରାଯାଇପାରିବ। ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏଭଳି ଏକ ଯୁଗାନ୍ତକାରୀ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ।

- Advertisement -

ଶ୍ରୀ ତରାଇ କହିଛନ୍ତି ଯେ, ସବକା ସାଥ୍‍, ସବକା ବିକାଶ ଓ ସବକା ବିଶ୍ୱାସକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସାଢେ ୬ବର୍ଷର ଶାସନ କାଳରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏଭଳି ନିଷ୍ପତି ଯୋଗୁଁ ଅର୍ଥ ଅଭାବ କାରଣରୁ ମାଟ୍ରିକ୍‍ ପାସ୍‍ ପରେ ଉଚ୍ଚଶିକ୍ଷାରୁ ବଞ୍ଚିତ ପ୍ରାୟ ୧କୋଟି ୩୬ଲକ୍ଷ ଅନୁସୂଚୀତ ଜାତିର ଗରିବ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିପାରିବେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୨୦୨୧ ରୁ ୨୦୨୫-୨୬ ପର୍ଯ୍ୟନ୍ତ ସମୁଦାୟ ୫୯,୦୪୮ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ନିଷ୍ପତି କରିଛନ୍ତି। ସେଥିରୁ ୬୦:୪୦ ଅନୁପାତରେ କେନ୍ଦ୍ର ସରକାର ୩୫,୫୩୪ ଟଙ୍କା ଅନୁଦାନ ଯୋଗାଇ ଦେବା ପାଇଁ ନିଷ୍ପତି କରିଛନ୍ତି। ରାଜ୍ୟସରକାର ତାଙ୍କ ୪୦ ଭାଗ ସଠିକ୍‍ ଭାବେ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବାର ଆବଶ୍ୟକତା ରହିଛି।

କେନ୍ଦ୍ର ସରକାର ୨୦୧୭-୧୮ ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ବାର୍ଷିକ ୧୧୦୦ କୋଟି ଟଙ୍କା ଅନୁଦାନ ଦେଉଥିଲା ବେଳେ ୨୦୨୦-୨୧ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପ୍ରାୟ ୫ ଗୁଣାରୁ ଅଧିକ ଅର୍ଥାତ୍‍ ୬୦୦୦ କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବେ। ଯାହାଫଳରେ ଗରିବ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନେ ଠିକ୍‍ ସମୟରେ ଛାତ୍ରବୃତି ପାଇବେ, ସେମାନଙ୍କ ବ୍ୟାଙ୍କ ଆକାଂଉଟକୁ ସିଧା ଛାତ୍ରବୃତିର ଅର୍ଥ ଆସି ପାରିବା ସହିତ ସ୍ୱଚ୍ଛତା ଆସିବ ବୋଲି ଶ୍ରୀ ତରାଇ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ ଶ୍ରୀ ଦିଲ୍ଲିପ ମଲ୍ଲିକ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories