www.samajalive.in
Thursday, December 11, 2025
27.1 C
Bhubaneswar

ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା କଲେ ଦୁର୍ବୁତ୍ତ, ସହଯୋଗୀ ଗୁରୁତର

କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଦୁର୍ବୁତ୍ତମାନେ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ତାଙ୍କ ଜଣେ ସହଯୋଗୀ ଗୁରୁତର ହୋଇଛନ୍ତି। ଗୁରୁତର ପଚା ବରାଳଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୬୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ସେ ସାଲେପୁର ବିଜେପିର ପ୍ରଭାରୀ ଥିଲେ ଓ ମାହାଙ୍ଗା ଅଂଚଳରେ ବିଜେପିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ।

- Advertisement -

ପ୍ରାଥମିକ ସୂଚନା ଅନୁଯାୟୀ, କୁଳମଣି ବରାଳ ଓ ସହଯୋଗୀ ପଚା ବରାଳ ଉଭୟ ନିଜ ଗ୍ରାମ ନୃତାଙ୍ଗରୁ ଯଂକୋଟି ଆଡକୁ ଯାଉଥିବା ବେଳେ ନୃତାଙ୍ଗ କେନାଲ ବନ୍ଧରେ ୫ରୁ ୬ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ କୁଳମଣି ବରାଳଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମାହାଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ବର୍ଗତ ବରାଳଙ୍କ ଦୁଇ ପୁଅ ଥିବା ବେଳେ ବଡ ପୁଅ ଏବେ ନୃତଙ୍ଗ ପଂଚାୟତର ନୋମିନି ଅଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories