www.samajalive.in
Saturday, December 13, 2025
26.1 C
Bhubaneswar

ସେନସେକ୍ସ ୪୭୭୫୧, ନିଫ୍ଟି ୧୩୯୮୧ ପଏଣ୍ଟ: ସମତଳସ୍ତରରେ ବନ୍ଦ ହେଲା ବର୍ଷ ଆଉ ଦଶନ୍ଧିର ଶେଷ ଦିନ

୨୦୨୦ ଡ଼ିସେମ୍ବର ୩୧ କେବଳ ଚଳିତ ବର୍ଷର ଶେଷ ଦିନ ନୁହେଁ, ଚଳିତ ଦଶନ୍ଧିର ଶେଷ ଦିନ ମଧ୍ୟ । ସାରା ବର୍ଷ ଉତ୍ଥାନ ପତ୍ତନ ମଧ୍ୟରେ ଗତି କରିଥିବା ଭାରତୀୟ ଷ୍ଟକ ମାର୍କେଟ ଶେଷ ଦିନରେ ଆପାତତ। ସମତଳସ୍ତରରେ ବନ୍ଦ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଫ୍ଲାଗସିପ୍ ଇଣ୍ଡେକ୍ସ ସେନସେକ୍ସ ୫.୧୧ ପଏଣ୍ଟ ବୃଦ୍ଧି ପାଇ ୪୭୭୫୧.୩୩ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ୧୩୯୮୧.୭୫ ପଏଣ୍ଟରେ ବନ୍ଦ ହୋଇଛି ।

୨୦୨୦ରେ ପୁଞ୍ଜିବଜାର କରୋନା ଯୋଗୁଁ ଭୟଙ୍କର କ୍ଷତିର ସମ୍ମୁଖୀନ ହୋଇଥିଲା । ଗତ ୨୦୨୦ ଜାନୁଆରୀ ୧ ତାରିଖରେ ସେନସେକ୍ସ ୪୧୩୦୬.୦୨ ପଏଣ୍ଟ ଥିବାବେଳେ କରୋନାଜନିତ ଅସ୍ଥିରତା ଯୋଗୁଁ ପ୍ରାୟ ୮ ହଜାର ପଏଣ୍ଟ ତଳକୁ ଖସି ଆସିଥିଲା । ମାତ୍ର ଅକ୍ଟୋବର ମାସ ପରେ ଧୀରେଧୀରେ ବଜାରରେ ପୁଣି ଚମକ ଫେରିଥିଲା ଏବଂ ଚଳିତ ମାସରେ ସେନସେକ୍ସ ୪୭ ହଜାର ଅତିକ୍ରମ କରିଥିଲା ।

- Advertisement -

ଆଜି ଦିନ ସାରା ଷ୍ଟକ ମାର୍କେଟରେ ସୃଷ୍ଟି ହୋଇଥିଲା ଅସ୍ଥିରତା । ପ୍ରଥମରୁ ସେନସେକ୍ସ ୧୦୬.୫୩ ପଏଣ୍ଟ ଓ ନିଫ୍ଟି୩୧.୭୦ ପଏଣ୍ଟ ହ୍ରାସ ପାଇଥିଲା । ମାତ୍ର ପରବର୍ତୀ ସମୟରେ ସେନସେକ୍ସ ବୃଦ୍ଧି ପାଇ ୪୭୮୩୧ ପଏଣ୍ଟ ଓ ନିଫ୍ଟି ୧୪୦୦୦ ପଏଣ୍ଟରେ ପହଞ୍ଚିଥିଲା । ଏହାପରେ ପୁଣି ସେୟାର ମୂଲ୍ୟ ହ୍ରାସ ପାଇବାରୁ ସେନସେକ୍ସ ୫.୧୧ ପଏଣ୍ଟ ବୃଦ୍ଧି ପାଇ ୪୭୭୫୧.୩୩ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ୧୩୯୮୧.୭୫ ପଏଣ୍ଟରେ ବନ୍ଦ ହୋଇଛି ।

ଡ଼ିସେମ୍ବର ୩୧ ତାରିଖରେ ଏଚଡ଼ିଏଫସି, ସନ ଫାର୍ମା,ଡିଭିସ୍ ଲ୍ୟାବ୍, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏସୀୟ ପେଣ୍ଟ୍ସ ସେୟାର ସକାରାତ୍ମକ ପ୍ରଦର୍ଶନ କରିଥିବାବେଳେ  ଅଲଟ୍ରାଟେକ୍ ସିମେଣ୍ଟ, ଗ୍ରାସିମ୍, ଶ୍ରୀ ସିମେଣ୍ଟ, ଭାରତ ଏୟାରଟେଲ ଏବଂ ଟିସିଏସ୍ର ସେୟାର ମୂଲ୍ୟ ହ୍ରାସ ପାଇଛି । ଅନୁରୂପ ଭାବରେ ସେକ୍ଟରାଲ (କ୍ଷେତ୍ରଭିତ୍ତିକ) ଇଣ୍ଡେକ୍ସ ଟ୍ରାକିଂରେ ବ୍ୟାଙ୍କ, ଏଫଏମସିଜି, ଆଇଟି, ବେସରକାରୀ ବ୍ୟାଙ୍କ କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ଫାର୍ମା କମ୍ପାନୀ, ଫାଇନାନ୍ସ ସେବା, ରିଅଲ ଇଷ୍ଟେଟ, ମିଡ଼ିଆ, ଅଟୋମୋବାଇଲ ଓ ଧାତୁ ସଂକ୍ରାନ୍ତ କ୍ଷେତ୍ରର ସେୟାର ମୂଲ୍ୟ ବୃଦ୍ଧି ପାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories