www.samajalive.in
Saturday, December 13, 2025
26.1 C
Bhubaneswar

ନୂଆବର୍ଷ ପାଇଁ ଦିଲ୍ଲୀ ଓ ମୁମ୍ବଇରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ ନିମନ୍ତେ ଆୟୋଜନ କରାଯାଉଥିବା ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି। ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ  ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ରାତି ୧୧ରୁ ସକାଳ ୬ଟା ଯାଏଁ ଏହି କଟକଣା ରହିବ। ସର୍ବସାଧାରଣ ସ୍ଥାନରେ ଗହଳି କରିପାରିବେନି ଓ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏ ନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ସେହିପରି ମୁମ୍ବଇରେ ମଧ୍ୟ ନାଇଟ କର୍ଫ୍ୟୁ ଜାରି କରାଯାଇଛି। ମୁମ୍ବଇରେ ଆଜି ରାତି ୧୧ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ମୁମ୍ବଇରେ ରେସ୍ତୋରାଁ, ପବ୍, ବାର୍, ରୁଫଟପ୍, ବୋଟକୁ ନା କରାଯାଇଛି। ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବଇ ପୁଲିସ ଡ୍ରୋନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖିବ। ଗୋଟିଏ ସ୍ଥାନରୁ ୫ରୁ ଅଧିକ ଲୋକ ଯେପରି ନରହିବେ, ସେଥିପାଇଁ ୧୪୪ ଧାରା ଲଗାଯିବ।

- Advertisement -

ଏହି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ନୂଆ କରୋନା ଭୂତାଣୁ ଠାବ ହୋଇଛି । ସେଥିପାଇଁ ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଦେଶକୁ ଯେଉଁ ବ୍ରିଟେନ ଫେରନ୍ତା ଫେରିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ପତ୍ତା ମିଳିନାହିଁ। ଏହି ସ୍ଥିତିରେ ଜିରୋନାଇଟ୍ ସେଲିବ୍ରେସନ ହୁଏତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ସେଥିପାଇଁ  ନୂଆବର୍ଷ ପାର୍ଟି, ମଧ୍ୟରାତ୍ରୀ କାର୍ୟ୍ୟକ୍ରମ ଉପରେ କଟକଣା ଜାରି କରିଥିବା କୁହାଯାଉଛି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories