www.samajalive.in
Sunday, December 14, 2025
23.1 C
Bhubaneswar

‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ତ୍ବରାନ୍ବିତ ହେବ ଦେଶର ବିକାଶ: ଅପରାଜିତା

ଭୁବନେଶ୍ୱର: ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ନିର୍ବାଚନ ମଡେଲ କୋଡ କାର୍ଯ୍ୟକାରୀ ହେବା ପରେ ଉନ୍ନୟନ କାର୍ଯ୍ୟ ଯେଉଁ ପରିମାଣରେ ବାଧାପ୍ରାପ୍ତ ହେଉଥିଲା ତାହା ହେବ ନାହିଁ ଏବଂ ମାନବ ସମ୍ବଳ, ଶକ୍ତି, ସମୟ ଓ ଆର୍ଥିକ ସମ୍ବଳର ସଂରକ୍ଷଣ ହୋଇପାରିବ। ଏହି ବ୍ୟବସ୍ଥାରେ ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇବା ସହ ଦେଶରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହା ହେଲେ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବୋଝ କମ୍‍ ପଡିବ। ଏହାକୁ ଲାଗୁ କରାଗଲେ ଜିଡିପି କ୍ଷତି କିଛି ମାତ୍ରାରେ ରୋକାଯାଇପାରିବ ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଆମ ଦେଶରେ ୧୯୫୧-୫୨ ରୁ ୧୯୬୭ ମଧ୍ୟରେ ଯେଉଁ ନିର୍ବାଚନ ମଡେଲ ପ୍ରଚଳନ ଥିଲା ସେଥିରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା। ପରବର୍ତୀ ସମୟରେ ସମ୍ବିଧାନର ଧାରା ୩୫୬କୁ ଦୁରୁପଯୋଗ କରି ନିର୍ବାଚିତ ସରକାରକୁ ଭାଙ୍ଗି ଦିଆଯାଇଥିବାରୁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରକ୍ରିୟା ଅନୁଷ୍ଠିତ ହୋଇପାରିନଥିଲା।
୧୯୮୩ରେ ନିର୍ବାଚନ କମିଶନ ଏକକ ନିର୍ବାଚନ ପାଇଁ ଯୁକ୍ତି ଉପସ୍ଥାପନା କରିଥିଲେ। ୧୯୯୯ ମସିହାରେ ଜାତୀୟ ‘ବିଧି’ କମିଶନ ଅଧ୍ୟକ୍ଷ ବିଚାରପତି ଜୀବନ ରେଡ୍ଡୀ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସ୍ତାବ ଉପରେ ନୀତି ଆୟୋଗ ଏବଂ ନିର୍ବାଚନ କମିଶନ ବିଚାର ବିମର୍ଶ କରିଥିଲେ। ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଏହା ଗ୍ରହଣୀୟ ହୋଇ ପାରିନଥିଲା। ୨୦୧୫ରେ ପାର୍ଲିଆମେଂଟାରୀ ଷ୍ଟାଣ୍ଡିଙ୍ଗ କମିଟିଙ୍କ ନେତୃତ୍ୱରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ କରିବା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ନୀତି ଆୟୋଗ ୨୦୧୭ରେ ଏକକ ନିର୍ବାଚନ ପାଇଁ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ। ୨୦୧୯ ଓ ୨୦୨୪ ନିର୍ବାଚନରେ ଏହି ପ୍ରସ୍ତାବ ଉପରେ ୨୧ ତମ ‘ବିଧି’ କମିଶନ ବିଚାରପତି ବି.ଏସ ଚୌହ୍ୱାନଙ୍କ ନେତୃତ୍ୱରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ସପକ୍ଷରେ ଏକ ରିପୋର୍ଟ ୨୦୧୮ ଅଗଷ୍ଟ ମାସରେ ପ୍ରଦାନ କରାଯାଇଥିଲା। ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକକ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରି ଏହା ଉପରେ ବିଚାର ବିମର୍ଶ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଶୀର୍ଷକ ଏକ ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଉପାଦେୟତା ସଂପର୍କରେ ଏହି ୱେବିନାରରେ ଆଲୋଚନା ହୋଇଥିଲା। ଶ୍ରୀମତୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରଠାରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି ଏବଂ ଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ବିଜେପି ରଷ୍ଟ୍ରୀୟ ଉପସଭାପତି ତଥା ରାଜ୍ୟସଭା ସାଂସଦ ଡ. ବିନୟ ସହଶ୍ରବୁଦେ୍ଧ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories