www.samajalive.in
Saturday, December 13, 2025
21.1 C
Bhubaneswar

ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର : ଖୋଲିବ ସିନେମା ହଲ୍‌, ଥିଏଟର

ଭୁବନେଶ୍ବର : ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସର ଗାଇଡଲାଇନ୍‌ ଅନୁସାରେ ରାଜ୍ୟରେ ସିନେମା ହଲ୍‌ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବା ​‌ବେଳେ ଥିଏଟର, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ତେବେ ରାଜ୍ୟର ସିନେମା ହଲ୍‌ ଗୁଡିକ କୋଭିଡ ଗାଇଡଲାଇନ ଅନୁସାରେ ହ୍‌ଲର ମୋଟ୍ ଦର୍ଶକ ସଂଖ୍ୟାର ୫୦ ପ୍ରତିଶତକୁ ନେଇ ହ୍‌ଲ ଖୋଲିପାରିବେ। ଏଥି ସହିତ ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା କରିବାକୁ ସ୍ଥାନୀୟ ପ୍ରଶାସନର ଅନୁମତି ଆଣିବାକୁ ରାଜ୍ୟ ସରକାର ଗାଇଡଲାଇନରେ ଲଲ୍ଲେଖ କରିଛନ୍ତି।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଜି ଜାରି ଜାନୁଆରି ମାସର କରୋନା ଗାଇଡଲାଇନରେ ସିନେମା ହଲକୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ନୂଆବର୍ଷରୁ ଖୋଲିବାକୁ ଅନୁମତି ଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରୋନା ଏସଓପି କଡାକଡି ପାଳନ କରିବାକୁ କୁହାଯାଇଛି। ଏଥି ସହିତ ଆମୋଦପ୍ରମୋଦ ପାର୍କ ଖୋଲିବାକୁ ବି ଅନୁମତି ପ୍ରଦାନ କରାଯାଇଛି।

- Advertisement -

ରାଜ୍ୟ ସରକାରଙ୍କ ଜାନୁଆରୀ ମାସ ପାଇଁ ଗାଇଡଲାଇନରେ ରାଜ୍ୟରେ ଜାନୁୟାରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବା ପାଇଁ ନିର୍ଦେଶ ରହିଥିବା ବେଳେ ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି ମିଳିଛି। ଦାହ ସଂସ୍କାର, ଶୁଦ୍ଧି କର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି। ସେହିପରି ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାମାଜିକ, ଧାର୍ମିକ ଓ କ୍ରୀଡା ସମାବେଶ କରାଯାଇପାରିବ। ଜାନୁଆରି ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ‌ ରହିବା ପାଇଁ ଘୋଷଣା ହୋଇଥିବା ବେଳେ ଜାନୁୟାରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ କେନ୍ଦ୍ର ସରକାର ଗତ ଅକ୍ଟୋବର ମାସରେ ସିନେମା ହଲ୍‌ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ। ଯେଉଁଥି ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି ହୋଇଥିଲା। ଯେଉଁ ଏସଓପିକୁ କଡାକଡି ଭାବେ ପାଳନ କରି ରାଜ୍ୟରେ ସିନେମା ହଲ୍‌ ଖୋଲିବାକୁ ଆଜି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପି ରେ ଦର୍ଶାଯାଇଛି ଯେ ସବୁ ସିନେମା ହଲ ନିଜ ମୋଟ୍ ସିଟ୍‌ରେ କେବଳ ୫୦ ପ୍ରତିଶତ ସିଟ ପୂରଣ କରିବେ, ପ୍ରତି ସିଟର ପାଖ ଦୁଇଟି ସିଟ ଖାଲି ରହିବ । ଏସବୁ ସିଟରେ ‘କେହି ବସିପାରିବେ ନାହିଁ’ ବୋଲି ଲେଖା ରହିବ, ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ ଏଥି ସହିତ ଅନ୍‌ଲାଇନ ଟିକେଟର ସୁବିଧା ରହିବ, ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ, ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ, ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା ରହିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories