www.samajalive.in
Friday, December 5, 2025
26.1 C
Bhubaneswar

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାର ମୃତଦେହ ଉଦ୍ଧାର : ସ୍ୱାମୀ ଥାନାରେ ଅଟକ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ଜୈନୀକ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମହିଳାଙ୍କ ସ୍ୱାମୀକୁ ପୁଲିସ ଥାନାରେ ଅଟକ ରଖିଛି। ତେବେ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ତଦନ୍ତ କରୁଛି। ବେହେରାସାହି ର ଘାସିରାମ ମାରାଣ୍ଡିଙ୍କ ସ୍ତ୍ରୀ ଚକଜ୍ ମାରାଣ୍ଡିଙ୍କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟ, ତାଙ୍କ ନିଜ ଘରେ  ହତ୍ୟା କରିଥିବାର ଅନୁମାନ କରିଛି । ଘରେ ସ୍ୱାମୀ ଓ ସ୍ତ୍ରୀ ରହୁଥିବା ବେଳେ ରାତି ରେ ତାଙ୍କୁ ହତ୍ୟା କରାଯାଇ ଘର ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଶବକୁ ଘୋଷାରି ଘୋଷାରି ପକାଇ ଦିଆଯାଇଛି। ଘର ଠାରୁ ମୃତଦେହ ପଡିଥିବା ସ୍ଥାନ ପର୍ଯ୍ୟନ୍ତ ରକ୍ତ ପଡିଛି। ସକାଳେ ସାହି ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ପରେ ଠାକୁରମୁଣ୍ଡା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ସନ୍ଦେହରେ ସ୍ୱାମୀ ଘସିରାମକୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି । କେହି ହତ୍ୟା କଲା ପରେ ମୃତଦେହକୁ ଫିଙ୍ଗି ଥିବାର ଅନୁମାନ କରାଯାଇଛି । ଘଟଣାସ୍ଥଳକୁ ପୁଲିସ ଉପଖଣ୍ଡ ଅଧିକାରୀ ସତ୍ୟବିକାଶ ଭୂୟାଁ, ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ ସାମଲ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ କେମିତି ହତ୍ୟା କରାଗଲା ତାହା ଅଧିକ ତଦନ୍ତ ପୁଲିସ ଜାରି ରଖିଛି। ଠାକୁରମୁଣ୍ଡା ଥାନା କେଶ ନଂ ୧୨୨/୨୦୨୦ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories