www.samajalive.in
Saturday, December 13, 2025
26.1 C
Bhubaneswar

କାର ଭିତରେ ଯୁବତୀଙ୍କୁ ଅସଦାଚରଣ କଲେ ଦୁଇ ବନ୍ଧୁ, ପ୍ରତିବାଦ କରିବାରୁ ଚଳନ୍ତା ଗାଡ଼ିରୁ ଠେଲିଦେଲେ

ବନ୍ଧୁ ପାଲଟିଗଲେ ରାକ୍ଷସ। କାର ଭିତରେ ବାନ୍ଧବୀକୁ ଅସଦାଚରଣ କଲେ। ବାନ୍ଧବୀ ପ୍ରତିବାଦ କରିବାରୁ ଚଳନ୍ତା କାର୍‌ରୁ ତାଙ୍କୁ ଠେଲିଦେଲେ। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କଲକାତାରେ। ଜନ୍ମଦିନ ପାର୍ଟିରୁ ଦୁଇ ବନ୍ଧୁଙ୍କ ସହିତ ଫେରିବା ବାଟରେ ଯୁବତୀ ଜଣକ ଏପରି ଆକ୍ରୋଶର ଶିକାର ହୋଇଛନ୍ତି।

ପୁଲିସ ସୂଚନା ଅନୁସାରେ, ଯୁବତୀଙ୍କ ଘର ଦକ୍ଷିଣ ୨୪ ପ୍ରଗଣା ଜିଲାର ମହେଶଟାଲା ଅଞ୍ଚଳରେ। ମଙ୍ଗଳବାର ତାଙ୍କର ଜଣେ ବାନ୍ଧବୀଙ୍କର ଜନ୍ମଦିନ ପାର୍ଟି ଥିଲା। ଏଥିପାଇଁ ସେ ରାତିରେ ତାଙ୍କର ଜଣେ ବାନ୍ଧବୀ ଏବଂ ଦୁଇ ବନ୍ଧୁଙ୍କ ସହିତ ମିଶି କାର୍‌ରେ ଉକ୍ତ ପାର୍ଟିରେ ଯୋଗଦେଇଥିଲେ। ରାତି ପ୍ରାୟ ୧୧ଟାରେ ସେମାନେ କାର୍‌ରେ ଫେରିଥିଲେ। ବାଟରେ ଦୁଇ ବନ୍ଧୁ ସେମାନଙ୍କ ଦୁଇ ବାନ୍ଧବୀଙ୍କୁ ଅସଦାଚରଣ କରିଥିଲେ।

- Advertisement -

ଜଣେ ବାନ୍ଧବୀ ଏହାର କୌଣସି ପ୍ରତିବାଦ କରି ନ ଥିଲେ। କିନ୍ତୁ ଅନ୍ୟ ବାନ୍ଧବୀ ଜଣକ ପ୍ରତିବାଦ କରିବା ସହିତ ସହାୟତା ପାଇଁ କାର୍‌ ଭିତରେ ଜୋର୍‌ରେ ପାଟି କରିଥିଲେ। ଫଳରେ ଅଭିଯୁକ୍ତ ଦୁଇ ବନ୍ଧୁ ତାଙ୍କୁ ଭବାନୀପୁର ଥାନା ନିକଟରେ ଚଳନ୍ତା କାର୍‌ରୁ ଫିଙ୍ଗିଦେଇ ପଳାଇଥିଲେ। ଯୁବତୀ ଜଣକ ଆହତ ଅବସ୍ଥାରେ ତାଙ୍କର ଅନ୍ୟ ଜଣେ ସାଙ୍ଗକୁ ଫୋନ କରି ଡକାଇଥିଲେ। ସେଠାରୁ ସେ ଯାଦବପୁର ଥାନାକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ  ଦୁଇ ବନ୍ଧୁଙ୍କ ସମେତ କାର୍‌ରେ ଥିବା ଅନ୍ୟ ଜଣେ ଯୁବତୀଙ୍କୁ ଖୋଜୁଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories