www.samajalive.in
Saturday, December 13, 2025
26.1 C
Bhubaneswar

ପରୀ ମାମଲା: ଏତଲାରେ ନାଁ ଥିବା ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ଦାବି, ହାଇକୋର୍ଟରେ ମିସ୍‌ କେସ୍‌ ଦାୟର

କଟକ: ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ତା’ର ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଛି। ଏଥିପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବୁଧବାର ହାଇକୋର୍ଟରେ ଏକ ମିସ୍‌ କେସ୍ ଦାୟର କରାଯାଇଛି।

ପୂର୍ବରୁ ମଧ୍ୟ ପରିଷଦ ପକ୍ଷରୁ ଏକ ମିସ୍‌ କେସ୍‌ ଦାୟର କରାଯାଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି ହୋଇଥିଲା। ବୋଥ୍ରାଙ୍କ ସମେତ ପୂର୍ବରୁ ନାବାଳିକାଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଏବଂ ପରେ ଡାକ୍ତରୀମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅଭିଯୁକ୍ତ ଯଦୁପୁର ଗାଁର ସରୋଜ ସେଠୀକୁ ଗିରଫ କରିଛି। ସରୋଜ ନାବାଳିକାକୁ କିପରି ହତ୍ୟା କରିବା ପରେ ତା ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ପୋଖରୀ ନିକଟରେ ପକାଇଥିଲା ତାହାର ଡେମୋ ଦେଖାଇଥିଲା ଏସଆଇଟି। ସରୋଜକୁ ତା’ ଗାଁକୁ ନେଇ ପୂରା କ୍ରାଇମ ସିନ୍‌ ରିକ୍ରିଏଟ କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ତେବେ ଏସଆଇଟି ତଦନ୍ତକୁ ଖଣ୍ଡନ କରିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। ସେମାନେ ଏହାର ସିବିଆଇ ତଦନ୍ତ ଦାବି କରିବା ସହିତ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ  ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories