www.samajalive.in
Saturday, December 13, 2025
26.1 C
Bhubaneswar

ବୋଥ୍ରାଙ୍କୁ ମିଳିଲା ପଦୋନ୍ନତି : ଏଡିଜି ପାହ୍ୟାକୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ପଦୋନ୍ନତି ପାଇଲେ ଆଇଜି ଅରୁଣ ବୋଥ୍ରା । ଏଡିଜି ପାହ୍ୟାକୁ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଇଛନ୍ତି ରାଜ୍ୟ ସରକାର । ଅରୁଣ ବୋଥ୍ରାଙ୍କ ସହ ରାଜ୍ୟ ସରକାର ୧୯୯୬ ବ୍ୟାଚ୍‌ର ଆଉ ଦୁଇ ଜଣ ଆଇପିଏସଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଆଇଜି ପାହ୍ୟାରେ ଥିବା ଅରୁଣ ବୋଥ୍ରା, ସଂଜୟ ସିଂହ ଓ ସୁନିତା କାକରନଙ୍କୁ ରାଜ୍ୟ ସରକାର ଏଡିଜି ପାହ୍ୟାକୁ ପ୍ରମୋସନ୍ ଦେଇଛନ୍ତି।

ସୂଚନାଯୋଗ୍ୟ ନୟାଗଡର ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରି ଚର୍ଚ୍ଚିତ ଥିଲେ ଅରୁଣ ବୋଥ୍ରା। ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଥରହର ହେଉଥିବା ସମୟରେ ରାଜ୍ୟ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଆଉ ଏସଆଇଟିର ମଖ୍ୟଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଯାହାକୁ ବୋଥ୍ରା ସୁଚାର ରୂପେ ସମ୍ପାଦନ କରିବା ସହ ଘଟଣା ଉପରୁ ପରଦା ଘଟାଇଥିଲେ। ପରୀ ହତ୍ୟାକାରୀକୁ ଗିରଫ କରିବା ପରେ ଅରୁଣ ବୋଥ୍ରାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

- Advertisement -

କେବଳ ପରୀ ହତ୍ୟାକାଣ୍ଡ ନୁହେଁ ବଲାଙ୍ଗୀରର ପାଟଣାଗଡରେ ୨୦୧୮ ମସିହାରେ ପାର୍ସଲ ବୋମା କେସ୍‌ରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗିରଫ ସହ ଭଣ୍ଡ ସାରଥୀ ବାବାଙ୍କ କଳା ସାମ୍ରାଜ୍ୟର ପର୍ଦାଫାସ କରି ସାରଥୀଙ୍କୁ ଗିରଫ କରିଥିଲେ ବୋଥ୍ରା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories