www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନବୀନ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ଥାନାରେ ଏତଲା

ବାଙ୍କୀ : ବାଙ୍କୀ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ଦଳୀୟ କର୍ମୀ ମାନେ ସୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ସ୍ଲୋଗାନ ସହ ଏକ ଶୋଭାଯାତ୍ରାରେ ବାହାରି ବାଙ୍କୀ ସହର ପରିକ୍ରମା କରି ବାଙ୍କୀ ଥାନାରେ ବିଜେପି ଦଳୀୟ ପଦାଧିକାରୀ ମାନଙ୍କ ସ୍ୱାକ୍ଷର ଥାଇ ଏକ ଏତେଲା ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ବାଙ୍କୀ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସମଗ୍ର ରାଜ୍ୟ ପରି ବାଙ୍କୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରତକାରଙ୍କ ବିରୁଦ୍ଧରେ ଏହି ଏତେଲା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ୨୦୨୨ମସିହା ସୁଦ୍ଧା ଦେଶର ସବୁ ପରିବାରଙ୍କ ମୁଣ୍ଡ ଉପରେ ଛାତ ରହିବ। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଅଭିଳଷିତ ଯୋଜନା ଓ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଫ୍ଲାଗ୍‍ସିପ୍‍ ଯୋଜନା। କିନ୍ତୁ ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରିତିମତ ଯୋଜନା କରୁଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି। ପୂର୍ବରୁ ନିଜ ଯୋଜନା ଭାବେ ବ୍ରାଣ୍ଡିଂ କରି ରାଜ୍ୟ ବାସୀଙ୍କୁ ରାଜ୍ୟ ସରକାର ବିଭ୍ରାଟ କରିଥିଲେ। ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରସ୍ତୁତ ଘରେ ଲାଗୁଥିବା ଫଳକରେ ଖୁବ୍‍ ଛୋଟ ଅକ୍ଷରରେ ପ୍ର.ଆ.ଯୋ ଲେଖିଥିଲା ବେଳେ ଚଞ୍ଚକତା କରି ବିଜୁବାବୁଙ୍କ ଫଟୋ ଲୋଗ ସହ ବଡବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଛନ୍ତି ଏବଂ ୧୦ରୁ ୧୨ବର୍ଷ ତଳୁ ନିର୍ମିତ ହୋଇଥିବା ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କା ଘରେ ଏବେ ବିଜୁ ପକ୍କାଘର ଷ୍ଟିକର ମରାଯାଉଛି।

- Advertisement -

ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବାର ସଡଯନ୍ତ୍ର କରି ରାଜ୍ୟ ବାସୀଙ୍କୁ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ନକରି ସବୁ ପକ୍କାଘର ତାଙ୍କ ସରକାର ଯୋଗାଇ ଦେଇଥିବା ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରଦାନ କରୁଛନ୍ତି। ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ କୌଣସି ସ୍ଥାୟୀ ଯୋଜନାର ନାମକୁ ରାଜ୍ୟ ସରକାର ପରିବର୍ତ୍ତନ କରିପାରିବେ ନାହିଁ କିମ୍ବା ଯୋଜନାର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ଅଛି।

ତେଣୁ ରାଜ୍ୟ ସରକାର ନିର୍ମାଣ ସରିଥିବା ଗୃହରେ ଷ୍ଟିକର ମାରିବା ଓ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ତଥ୍ୟ ଥିବା ଚିଠି ସମ୍ପୂର୍ଣ୍ଣ ବେଆଇନ,ଠକାମି,ପ୍ରବଞ୍ଚନା ଓ ବିଭ୍ରାନ୍ତି ମୂଳକ କାର୍ଯ୍ୟ ହେତୁ ଆଇପିସିର ୪୨୦ଧାରା ଅନୁଯାୟୀ ଦଣ୍ଡନୀୟ ବୋଲି ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇ ନବୀନ ପଟ୍ଟନାୟକଙ୍କ ନାମରେ ଏକ ମକୋଦମା ରଜ୍ଜୁ କରିବା ପାଇଁ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ଆସିଥିବା ବରିଷ୍ଠ ନେତା ଦେବୀପ୍ରସାଦ ମାହାନ୍ତି,ଭଜକିଶୋର ରାଉତ,ସର୍ବେଶ୍ୱର ନାୟକ,ଦିଲ୍ଲିପ କୁମାର ଦାସ,ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ କୁମାର ସ୍ୱାଇଁ,ପ୍ରେମାନନ୍ଦ ମହାରଣା,ତ୍ରିନାଥ ସାହୁ,ଅଶୋକ କୁମାର ରାଉତ,ଅଜିତ୍‍ କୁମାର ସୁବୁଦ୍ଧି,ପ୍ରଫୁଲ୍ଲ କୁମାର ପୃଷ୍ଟି ପ୍ରମୁଖ ବହୁ ବିଜେପ କର୍ମୀ ଦାବୀ ଜଣାଇଛନ୍ତି।

ଏହି ଅବସରରେ ବିଜେପି ପକ୍ଷରୁ ବାଙ୍କୀ ବ୍ଲକ ଓ ଡମପଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦାନ କରାଯାଇ ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷର ଥାଇ ବଣ୍ଟାଯାଇଥିବା ଚିଠିର ନମୂନାକୁ ସାଙ୍କେତିକ ଭାବରେ ପୋଡାଯାଇ ରାଜ୍ୟ ସରକାରଙ୍କର ଏଭଳି ହୀନ ଚକ୍ରାନ୍ତକୁ ନିନ୍ଦା କରାଯାଇଛି। ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ଥାନାରେ ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ୱରେ ଏତେଲା ଦିଆଯାଇଥିବା ସମୟରେ କଳାପଥର ମଣ୍ଡଳ ସଭାପତି ସୁଶାନ୍ତ ଭଟ୍ଟଙ୍କ ନେତୃତ୍ୱରେ ବୈଦେଶ୍ୱର ଥାନାରେ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନୁରୂପ ଏତେଲା ଦିଆଯାଇଥିବା ସମ୍ପର୍କରେ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories