www.samajalive.in
Saturday, December 13, 2025
26.1 C
Bhubaneswar

ଇପିଏସ୍‍ରେ ସର୍ବନିମ୍ନ ପେନସନ ବୃଦ୍ଧି ପ୍ରସଙ୍ଗ: କମିଟି ରିପୋର୍ଟ ମିଳିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ : କର୍ମଚାରୀ ପେନସନ ଯୋଜନା ୧୯୯୫ରେ ମିଳୁଥିବା ସର୍ବନିମ୍ନ ମାସିକ ପେନସନ ୧୦୦୦ଟଙ୍କାରୁ ୩୦୦୦ଟଙ୍କାକୁ ବୃଦ୍ଧି ନେଇ ହୋଇ ଆସୁଥିବା ଦାବି ଉପରେ ସରକାର ବିଚାର କରୁଛନ୍ତି। ପେନସନ ବୃଦ୍ଧି ଉପରେ ବିଚାର ପାଇଁ ଗଠତି ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମେଘୱାଲ ରାଜ୍ୟସଭାରେ କହିଛନ୍ତି। ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ପକ୍ଷରୁ ମେଘୱାଲ ରାଜ୍ୟସଭାରେ ଏହି ମୌକ୍ଷିକ ଉତ୍ତର ରଖିଥିଲେ। ଆସନ୍ତା ଅକ୍ଟୋବରରେ କମିଟି ତାର ରିପୋର୍ଟ ସରକାରଙ୍କୁ ଦେବ। କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଦାବି ଅନୁଯାୟୀ ସର୍ବନିମ୍ନ ମାସିକ ପେନସନ ୩୦୦୦ଟଙ୍କାକୁ ବୃଦ୍ଧି ସହିତ ମୁଦ୍ରସ୍ଫୀତି ଅନୁଯାୟୀ ଏହାକୁ ସମୟକ୍ରମେ ବୃଦ୍ଧି କରିବାକୁ କୁହାଯାଇଛି। ଏହି ପେନସନ ବୃଦ୍ଧି ଦାବି ନେଇ ସୁପ୍ରିମକୋର୍ଟରେ ଅନେକ ରିଟ୍‍ ପିଟିସନ ଦାୟର କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଦାବି ଉପରେ ବିଚାର ପାଇଁ କମିଟିର ତିନିଥର ବୈଠକ ବସିସାରିଲାଣି। ଇପିଏସ୍‍ ଯୋଜନାରେ ଏବେ ୬୨,୪୨,୮୦୭ ଜଣ ପେନସନ ପାଉଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଏହି ପେନସନ ଯୋଜନାକୁ ପରିଚାଳନା କରୁଛୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories