www.samajalive.in
Thursday, December 11, 2025
18.1 C
Bhubaneswar

ଅସମ୍ଭାଳ ଶୀତରେ ଗଛତଳେ ପରିବାର ଘଟଣା; ସହଯୋଗର ହାତ ବଢାଇଲା ଟିମ୍‍ ହ୍ୟୁମାନିଟି

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲାରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଶୀତ ଏଭଳି ହେଉଛି ଯେ ଜିଲାର ବିଭିନ୍ନ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି। ଅନେକ ପର୍ଯ୍ୟଟକ ଶୀତକୁ ଉପଭୋଗ କରିବା ପାଇଁ ଆସୁଥିବା ବେଳେ ଅନେକ ଶୀତକୁ ସହି ନ ପାରି ଫେରିବାକୁ ବାଧ୍ୟ ହେଉଛନ୍ତି। ଶୀତ ସହିତ ଘନ କୁହୁଡ଼ି ମଧ୍ୟ ଚିନ୍ତାରେ ପକାଇଛି ଜିଲାବାସୀଙ୍କୁ। ଏଭଳି ହାଡ଼ଥରା ଶୀତରେ କିଛି ପରିବାର ପାଇଁ ଖୋଲା ଆକାଶ ଗଛତଳ ପାଲଟିଛି ସାହାରା। ପେଟକୁ ଦାନା ଯୋଗାଡ଼ିବା ପାଇଁ ବାଲିଗୁଡ଼ା ଷ୍ଟାଡ଼ିୟମ୍‍ ଠାରେ କିଛି ଜାଜାବର ପରିବାର ଗତ କିଛିଦିନ ହେଲା ନାନା ସମସ୍ୟା ମଧ୍ୟରେ ଜୀବନ ବିତାଉଥିବା ବେଳେ ଏନେଇ ଖବର ପ୍ରକାଶ ପରେ ଆଜି ସେମାନଙ୍କ ପାଖରେ ପହଞ୍ଚିଥିଲା କନ୍ଧମାଳ ଜିଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳ। ଟିମ୍‍ର ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ବହୁ ସଦସ୍ୟ ଏଥିରେ ସାମିଲ୍‍ ହୋଇ ସେମାନଙ୍କ ପାଖରେ ପହଞ୍ଚିବା ସହିତ ବାଲିଗୁଡ଼ା ଏସ୍‍ଡ଼ିପିଓ ମାନସ ରଂଜନ ବାରିକଙ୍କ ଦ୍ୱାରା ଏହି ଅସହାୟ ପରିବାରକୁ ପ୍ରଦାନ କରିଛନ୍ତି ସୁଖିଲା ଖାଦ୍ୟ, କମଳ, କିଛି ପିନ୍ଧାବସ୍ତ୍ର, ଶୀତବସ୍ତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ। ସଂଗଠନର ଏଭଳି କାର୍ଯ୍ୟକୁ ସଂପୃକ୍ତ ଅଞ୍ଚଳରେ ବେସ୍‍ ପ୍ରଶଂସା କରାଯାଇଛି।

ପ୍ରକାଶଯେ, ଗତ ତିନିମାସ ପୂର୍ବେ ନିଜ ପଟେକୁ ଦାନା ମୁଠାଏ ପାଇଁ ବିହାର ରାଜ୍ୟର ରାଞ୍ଚି, ଲହାରଦାଗା ଗ୍ରାମର ବୃଦ୍ଧ ମହିଳା ମୀନା ଗେରଣ ତିନି ବହୁ, ତିନି ପୁଅ ଓ ପାଞ୍ଚ ଶିଶୁଙ୍କୁ ନେଇ ରୋଜଗାର ଆଶାରେ ଆସି ପହଞ୍ଚିଥିଲେ ମଧ୍ୟ ବ୍ୟବସାୟ ସଂପୂର୍ଣ୍ଣଭାବେ ମାନ୍ଦାଥିବା ବେଳେ ସେମାନେ ଆଶ୍ରୟ ପାଇଁ ମଧ୍ୟ କିଛି ସାହାର ନାହିଁ। ଫଳରେ ଖୋଲା ଆକାସ ତଳେ ସେମାନେ ଯାଜାବର ଭାବେ ଜୀବନ ବିତାଉଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories