www.samajalive.in
Thursday, December 11, 2025
18.1 C
Bhubaneswar

ବିଜେପି ପକ୍ଷରୁ ବ୍ଲକ ଘେରାଉ, ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଯୋଜନା ହଡପ ଅଭିଯୋଗ

ବୌଦ୍ଧ : କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଜରିଆରେ ରାଜ୍ୟସରକାରଙ୍କୁ ଯୋଗାଇଦେଉଥିବା ଅନୁଦାନକୁ ରାଜ୍ୟ ସରକାର ଚଂଚକତା କରି ନିଜ ଯୋଜନା ଦର୍ଶାଇ ହଡପ କରୁଥିବା ଅଭିଯୋଗ କରି ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି। ଜିଲ୍ଳାରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଚର୍ଚ୍ଚାରେ ରହିଥିବାବେଳେ ପ୍ରକଳ୍ପର ଫଳକ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସକୁ ପ୍ର.ଆ.ଯୋ.(ଗ୍ରାମୀଣ) ଛୋଟ ଛୋଟ ଅକ୍ଷରରେ ଲେଖାଯାଇ ବଡବଡ ଅକ୍ଷରେ ବିଜୁ ପକ୍କାଘର ଯୋଜନା ଲେଖି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଯୋଜନାକୁ ନିଜର ବୋଲି ପ୍ରଚାର କରିବା ସହ ଷଡଯନ୍ତ୍ର କରି ରାଜ୍ୟବାସୀଙ୍କୁ ଠକୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର ବରିବର୍ତ୍ତନ କରିପାରିବେନାହିଁ ବୋଲି ନିୟମ ରହିଥିବାବେଳେ ରାଜ୍ୟ ସରକାରଙ୍କ ଏହି ବେଆଇନ କାମର ପ୍ରତିବାଦ କରିବା ସହିତ ବିଜେପି ପକ୍ଷରୁ ବୌଦ୍ଧବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ମନୋରଂହଜନ ଦାଶ,ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ,ସୂର୍ଯ୍ୟ ନାରାୟଣ ମହାପାତ୍ର,ପ୍ରେମାନନ୍ଦ ମିଶ୍ର,ତାପସ ପଟ୍ଟନାୟକ,ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ବାଘ,ସତ୍ୟାନନ୍ଦ ପାଣ୍ଡେ,ଶ୍ୟାମସୁନ୍ଦର ପୁରୋହିତ,ଶିବ କ୍ଷେତୀ,ବିଶିକେଶନ ପ୍ରଧାନ,ଯୀଶୁ ପ୍ରଧାନ,ଦାମୋଦର ମିଶ୍ର,ହେମନ୍ତ ମହାକୁଡ,ହରି ଧ.ପରେଶ ସିଂ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories