www.samajalive.in
Friday, December 5, 2025
26.1 C
Bhubaneswar

କଂଗ୍ରେସ ପାଳୁଛି ପ୍ରତିଷ୍ଠା ଦିବସ, ବିଦେଶ ଚାଲିଗଲେ ରାହୁଲ

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଆଜି ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀର ଦଳ ମୁଖ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଏ.କେ. ଆଣ୍ଟୋନୀ ପତାକା ଉତ୍ତୋଳନ କରିଛନ୍ତି। ଏଥିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ଏହାବ୍ୟତୀତ ପ୍ରତିଷ୍ଠା ଦିବସରେ କୃଷକମାନଙ୍କ ସମର୍ଥନରେ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଛି। ଏହାକୁ ସଫଳ କରିବାକୁ ଏଆଇସିସି ପକ୍ଷରୁ ସବୁ ରାଜ୍ୟ ମୁଖିଆମାନଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଯୁବପିଢ଼ିଙ୍କୁ କଂଗ୍ରେସ ସହିତ ଯୋଡ଼ିବା ଲାଗି ଦଳ ପକ୍ଷରୁ ‘ସେଲ୍‌ଫି ୱିଥ୍‌ ତ୍ରିରଙ୍ଗା’ ଅଭିଯାନ ମଧ୍ୟ ଆୟୋଜନ ହେବ।

ଅନ୍ୟପଟେ ପ୍ରତିଷ୍ଠା ଦିବସର ଦିନକ ଆଗରୁ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ବିଦେଶ ଚାଲିଯାଇଛନ୍ତି, ଯାହାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ଦେଶରେ ଗୋଟିଏ ପଟେ କୃଷକ ଆନ୍ଦୋଳନ ଚାଲିଥିବାବେଳେ ଅନ୍ୟପଟେ ଦଳର ପ୍ରତିଷ୍ଠା ଦିବସ ରହିଛି। ଏପରି ସ୍ଥଳେ ରାହୁଲଙ୍କ ବିଦେଶ ଯାତ୍ରାକୁ ଶାସକ ଦଳର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସମାଲୋଚନା କରିଛନ୍ତି। ରାହୁଲ ‘ନ ଦୋ ଗ୍ୟାରାହ (‘୯’  ‘୨’  ‘୧୧’)’ ହୋଇଯାଇଛନ୍ତି ବୋଲି ଶିବରାଜ କହିଛନ୍ତି। ତେବେ ରାହୁଲଙ୍କ ଏହି ଯାତ୍ରା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଦଳ ପକ୍ଷରୁ କୁହାଯାଇଛି।

- Advertisement -

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ଭାରତରେ ରାହୁଲଙ୍କ ଛୁଟି ଶେଷ ହୋଇଯାଇଛି। ସେଥିପାଇଁ ଆଜି ସେ ଇଟାଲୀ ଫେରିଗଲେ। ସେହିପରି ସୋସିଆଲ ମିଡିଆରେ ବି ଅନେକ ରାହୁଲଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ରାଜନୀତିକୁ ନେଇ ଗମ୍ଭୀର ନୁହନ୍ତି ବୋଲି ଅନେକ ଲୋକ କହିଛନ୍ତି।

ତେବେ ରାହୁଲ ପ୍ରତିଷ୍ଠା ଦିବସ ଅବସରରେ ଏକ ଟ୍ବିଟ୍‌ କହିଛନ୍ତି, ଦେଶ ହିତ ପାଇଁ ସ୍ବର ଉଠାଇବା ଲାଗି କଂଗ୍ରେସ ଆରମ୍ଭରୁ ପ୍ରତିଶ୍ରୁତିବଦ୍ଧ। ଆଜି ଦଳର ପ୍ରତିଷ୍ଠା ଦିବସରେ ମୁଁ ସତ୍ୟ ଏବଂ ସମାନତାର ସଙ୍କଳ୍ପକୁ ଦୋହରାଉଛି। ଜୟ ହିନ୍ଦ !

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories