www.samajalive.in
Saturday, December 13, 2025
26.1 C
Bhubaneswar

ବକ୍ସିଂ ଡେ’ ଟେଷ୍ଟ୍: ଭାରତ ୩୨୬ରେ ଅଲଆଉଟ, ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୨୬ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହା ସହିତ ଦଳ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଠାରୁ ୧୩୧ ରନ୍‌ର ଅଗ୍ରଣୀ ଲାଭ କରିଛି। ଭାରତର ପ୍ରଥମ ଇନିଂସ୍ ଶେଷ ହେବା ପରେ ଘରୋଇ ଦଳ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଛି। ଭାରତର ପ୍ରଥମରୁ ଘାତକ ବୋଲିଂ କରି ଅଷ୍ଟ୍ରେଲିଆର ୨ ଓ୍ବିକେଟ ଅକ୍ତିଆର କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାରୁନ୍ସ(୨୮) ଓ ଜୋ ବର୍ଣ୍ଣ (୪) ରନ୍ କରି ଆଉଟ ହୋଇଥିବା ବାଳେ ସ୍ମିଥ ଓ ମାଥ୍ୟୁ ଓ୍ବେଡ ବ୍ୟାଟିଂ ଜାରି ରଖିଛନ୍ତି।

ଭାରତ ପକ୍ଷରୁ ଉମେଶ ଯାଦବ ଓ ରବିଚନ୍ଦ୍ର ଅଶ୍ବିନ ଗୋଟିଏ ଲେଖଆଏଁ ଓ୍ବିକେଟ ନେଇଛନ୍ତି।

- Advertisement -

ଗତକାଲି ବର୍ଷା ଯୋଗୁ ସମୟ ପୂର୍ବରୁ ଷ୍ଟମ୍ପ ଅପସାରଣ କରି ନିଆଯାଇଥିଲା। ସେତେବେଳକୁ ଦଳ ୫ ୱିକେଟ୍ ହରାଇ ୨୭୭ ରନ କରିଥିଲା। ଅଧିନାୟକ ଆଜିଙ୍କ୍ୟ ରାହାଣେ ୧୦୪ ଓ ରବୀନ୍ଦ୍ର ଜାଡ଼େଜା ୪୦ ରନ୍ କରି ଅପରାଜିତ ରହିଥିଲେ। ଏଦୁହେଁ ଆଜି ତୃତୀୟ ଦିନରେ ପୁଣି ଇନିଂସକୁ ଆଗେଇ ନେବାକୁ ଆସିଥିଲେ। ହେଲେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଅଧିନାୟକ ରାହାଣେ ନିଜ ଖାତାରେ ଆଉ ମାତ୍ର ୮ ରନ୍ ଟୋଡ଼ି ଆଉଟ୍ ହୋଇଯାଇଥିଲେ। ସେ ୨୨୩ଟି ବଲ୍‌ରୁ ୧୨ଟି ଚୌକା ସହାୟତାରେ ୧୧୨ ରନ୍ କରିଥିଲେ। ସେ ରନ୍ ଆଉଟ୍ ହୋଇଯାଇଥିଲେ।

ସେହିପରି ଜାଡେଜା ତାଙ୍କ ଖାତାରେ ଆଉ ୧୭ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ୧୫୯ ବଲ୍‌ରୁ ୩ ଚୌକା ସହାୟତାରେ ୫୭ ରନ୍ କରିଥିବା ବେଳେ ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୪୨ଟି ବଲ୍‌ରୁ ୧୪ ରନ୍ କରି ଜୋଶ ହେଜେଲଉଡ୍‌ଙ୍କ ବଲ୍‌ରେ ନାଥନ ଲିୟନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଉମେଶ ଯାଦବ ମାତ୍ର ୧୯ଟି ବଲ୍‌ର ସମ୍ମୁଖୀନ ହୋଇ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଯଶପ୍ରୀତ ବୁମ୍ରା ଖାତା ଖୋଲି ପାରି ନଥିଲେ। ସେ ଗୋଟିଏ ବଲ୍‌ର ସମ୍ମୁଖୀନ ହୋଇଥିଲେ ଓ ସେଥିରେ ଆଉଟ୍ ହୋଇଯାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories