www.samajalive.in
Saturday, December 13, 2025
21.1 C
Bhubaneswar

କୋଭିଡ କଟକଣାରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ବହୁ ଦିନର ଅପେକ୍ଷା ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମହାମିଳନ। କୋଭିଡ କଟକଣା ମଧ୍ୟରେ ସୋମବାର ଖୋଲିଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ମନ୍ଦିରର ରୀତିନୀତି ଅନୁଯାୟୀ ଭୋର ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ୍ୟ ଲାଗିକରାଯାଇଥିଲା। ପୂର୍ବପ୍ରସ୍ତୁତିର ପ୍ରଶାସନର ନିୟମ ଅନୁଯାୟୀ ଦର୍ଶନ ନିମନ୍ତେ ମନ୍ଦିର ପ୍ରବେଶପଥ ଦକ୍ଷିଣଦ୍ବାର ସକାଳ ୭ଟାରେ ଖୋଲିବା ପରେ ସେବାୟତ ପରିବାରର ସଦସ୍ୟମାନେ ବ୍ୟାରିକେଡରେ ଯାଇ ବାବାଙ୍କୁ ଦର୍ଶନ କରିଥିଲେ।

ଦୀର୍ଘଦିନର ଅପେକ୍ଷା ପରେ ଆଜି ଦର୍ଶନ କରି ନିଜକୁ ବହୁ ଧନ୍ୟମଣିଥିବା ଦର୍ଶନ ପାଇଁ ଆସିଥିବା ସେବାୟତ ପରିବାରବର୍ଗ ପ୍ରକାଶ କରିଛନ୍ତି। ମନ୍ଦିର ଖୋଲିବା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ନିୟମ ଜାରୀ କରିଥିଲା ପ୍ରଶାସନ। ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ସହିତ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ କରାଯାଉଛି। ଏପରିକି ଦର୍ଶାନାର୍ଥୀଙ୍କର ଯଦି କରୋନା ଲକ୍ଷଣ ଦେଖାଯାଏ ତାହାଲେ ମନ୍ଦିର ପରିସରରେ ଥିବା ଅସ୍ଥାୟୀ କୋଭିଡ କେନ୍ଦ୍ରରେ ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟୀ ପିତାମ୍ବର ସାମଲଙ୍କ ପକ୍ଷରୁ ସୂଚନା ଦିଆଯାଛି। ପ୍ରଥମ ୨ଦିନ ସେବାୟତ ପରିବାର ଦର୍ଶନ କରିବା ପରେ ୩୦ ଓ ୩୧ରେ ସ୍ଥାନୀ ୪ଟି ପଞ୍ଚାୟତର ଲୋକ ପ୍ରଯ୍ୟାୟକ୍ରମେ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ବିଶେଷକରି ସ୍ଥାନୀୟ ଲୋକଙ୍କ ପାଇଁ ମାକ୍ସ ଓ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି।

- Advertisement -

ଏପରିକି କୋଭିଡ କଟକଣା ଅନୁଯାୟୀ ସମସ୍ତ ଦର୍ଶନାର୍ଥୀ ଭକ୍ତ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ। ତାହାସହ ଭକ୍ତମାନେ ସ୍ବତନ୍ତ୍ର ବ୍ୟାରିକେଡ ମଧ୍ୟରେ ଯାଇ ଦର୍ଶନ କରିବାର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଛି। ଜାନୁଆରୀ ୧ଓ୨ଅର୍ଥାତ ନୂଆବର୍ଷରେ ମନ୍ଦିର ବନ୍ଦ ରହିବା ପରେ ଜାନୁଆରୀ ୩ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ। ଏଥିପାଇଁ ଝଙଚ ଜାରୀ କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସଂଧ୍ୟା ୫ଟା ପ୍ରଯ୍ୟନ୍ତ ଦର୍ଶନ କରିବେ। ବାଦ ସମୟ ମନ୍ଦିର ପୂର୍ବ ପରି ବନ୍ଦ ରହିବ । ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେଇ ପାରିବେ ନାହିଁ। ତାହାସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ।

ବିଶେଷକରି ୧୦ବର୍ଷରୁ କମ ଶିଶୁ ଓ ୬୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ମୁଣ୍ଡନକାର୍ୟ୍ୟ ଓ ମାନସିକ ପୂଜା ପୂର୍ବ ପରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି କୌଣସି ସ୍ଥାନରେ ଲୋକମାନେ ଗହଳି ଲଗାଇବା ଉପରେ ମଧ୍ୟ ରୋକ ଲଗାଇଛି ପ୍ରଶାସନ। ମନ୍ଦିର ବେଢା ଭିତରେ କୌଣସି ପୂଜାର୍ଚ୍ଚନା ପ୍ରସାଦ ସେବନ ହୋଇ ପାରିବ ନାହିଁ , ଏପରି ୧୮ଗୋଟି ନିୟମ ଜାରୀ କରିଛି ପ୍ରଶାସନ। ସମସ୍ତ ନିୟମ ଯେପରି ଠିକ ଭାବେ ପରିଚାଳିତ ହେବ ସେଥିପାଇଁ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ତତ୍ବାବଧାନରେ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories