www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁର କିସ୍ କାର୍ଯ୍ୟାଳୟ ଠାରେ ମହା ଅଭିଭାବକ ବୈଠକ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଠାରେ କିସ କାର୍ୟ୍ୟାଳୟ ଠାରେ ରବିବାର ମହା ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କିସ ସ୍କୁଲ ଭୁବନେଶ୍ୱରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ ଯୋଗ ଦେଇଥିଲେ। ଅଭିଭାବକ ମାନଙ୍କ ସହ ସିଧାସଳଖ କିସ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଅଭିଭାବକ ମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି କିସ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ। କରୋନା ଆରମ୍ଭ ହେଲା ଦିନ ଠାରୁ କିସ ସ୍କୁଲ ବନ୍ଦ ରହିଛି। ଛାତ୍ର ଛାତ୍ରୀ ମାନେ ଘରେ ରହି ପାଠ ପଢୁଛନ୍ତି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରତେକ ମାସ କିସ ପ୍ରତିଷ୍ଠାତା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ବହି,ଖାତା, କଲମ ,ଡ୍ରେସ ତାଙ୍କ ନିକଟକୁ ପଠାଇଛନ୍ତି । ସହରରେ ଯେଉଁ କିସର ଛାତ୍ର ଛାତ୍ରୀ ମାନେ ରହୁଛନ୍ତି ସେମାନଙ୍କ ପାଠ ପଢ଼ାରେ କୌଣସି ଅସୁବିଧା ହେଉନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ରହୁଥିବା କିସ ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ାରେ ନିଶ୍ଚୟ ଅସୁବିଧା ହେଉଥିବ । ଏହାକୁ ନେଇ ଡ଼ ସାମନ୍ତ ଚିନ୍ତା ପ୍ରକଟ କରିଛନ୍ତି। ଗାଁ ଗୁଡିକରେ ଏବେବି ସଠିକ ନେଟୱର୍କ ନାହିଁ ଯାହାଫଳରେ ପାଠ ପଢ଼ାରେ ଟିକେ ଅସୁବିଧା ପାଉଛନ୍ତି ଛାତ୍ର ଛାତ୍ରୀ ମାନେ। କରୋନା ଭୟାବହ ଯୋଗୁଁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଭାବକ ସମ୍ମିଳନୀ ଆଜି ଡିଜିଟାଲ ମୋଡ଼ରେ କରାଯାଇଥିଲା। ରାଜ୍ୟ ସରକାର ଯେବେ ଅନୁମତି ଦେଲେ ଯାଇ ସ୍କୁଲ ଖୋଲିବ। ସ୍କୁଲ ଖୋଲିଲା ପରେ ଛାତ୍ର ଛାତ୍ରୀ ମାନଙ୍କୁ କିସ ର ଶିକ୍ଷକ ମାନେ ଦିନ ରାତି ପାଠ ପଢ଼ାଇବେ, ଯେମିତି ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିବେ। ହେଲେ ସେତେଦିନ ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାବକ ମାନେ ଘରେ ପାଠ ପଢିବାରେ ସାହାଯ୍ୟ କରନ୍ତୁ। ଆଜି ସମ୍ବଲପୁର କିସ କାର୍ୟ୍ୟାଳୟ ସମେତ କୁଚିଣ୍ଡା, ରେଢ଼ାଖୋଲ, ବାମରା ଅଂଚଳରେ ମଧ୍ୟ ଡିଜିଟାଲ ମାଧ୍ୟମରେ ଅଭିଭାବକ ମାନେ ଏହି ମେଗା କାର୍ୟ୍ୟକ୍ରମରେ ଯୋଡ଼ି ହେଇଥିଲେ। ଆଜିର ଏହି କାର୍ୟ୍ୟକ୍ରମକୁ ପରିଚାଳନାଁରେ ସାମ୍ବାଦିକ ଶ୍ରବଣ ପତି, କିସ କୋଡ଼ିନେଟର ଆକାଶ ବିଶ୍ୱକର୍ମା ଓ ଧର୍ମେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories