www.samajalive.in
Saturday, December 13, 2025
26.1 C
Bhubaneswar

ବିବାହ ବାର୍ଷିକୀରେ ପତ୍ନୀକୁ ପତି ଉପହାର ଦେଲେ ଜହ୍ନରେ ଜମି

ବିବାହ ବାର୍ଷିକୀରେ ସ୍ବାମୀମାନେ ତାଙ୍କ ପତ୍ନୀମାନଙ୍କୁ ବିଭିନ୍ନ ଉପହାର ଦେଇଥାଆନ୍ତି । ମାତ୍ର ରାଜସ୍ଥାନର ଅଜମେରରେ ରହୁଥିବା ଧର୍ମେନ୍ଦ୍ର ତାଙ୍କ ପତ୍ନୀଙ୍କୁ ଏମିତି ଏକ ଉପହାର ଦେଇଛନ୍ତି ଯେ ତାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ । ୮ମ ବିବାହ ବାର୍ଷିକୀରେ ଧର୍ମେନ୍ଦ୍ର ତାଙ୍କ ପତ୍ନୀଙ୍କୁ ଚନ୍ଦ୍ରରେ ୩ ଏକର ଜମି ଉପହାର ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ତାଙ୍କ  ପତ୍ନୀ ସପ୍ନା ଅନିଜାଙ୍କ ପାଇଁ ସେ କିଛି ନୂଆ ଉପହାର ଦେବାକୁ ଚିନ୍ତା କରିଥିଲେ । ତେଣୁ ସେ ଚନ୍ଦ୍ରରେ ଜମି କିଣିବାକୁ ମନସ୍ଥ କରିଥିଲେ ।

ଧର୍ମେନ୍ଦ୍ର କହିଛନ୍ତି ଯେ  ଡିସେମ୍ବର ୨୪ରେ ଆମର ବିବାହ ବାର୍ଷିକୀ ଥିଲା ମୁଁ ତାଙ୍କ ପାଇଁ କିଛି ବିଶେଷ କରିବାକୁ ଚାହୁଁଥିଲି | ସମସ୍ତେ କାର୍ ଏବଂ ଅଳଙ୍କାର ଭଳି ସାଂସାରିକ ସମ୍ପତ୍ତି ଉପହାର ଦିଅନ୍ତି, କିନ୍ତୁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି | ତେଣୁ ମୁଁ ତାଙ୍କ ପାଇଁ ଚନ୍ଦ୍ରରେ ଜମି କିଣିଲି।  ସୂଚନା ଅନୁସାରେ ଧର୍ମେନ୍ଦ୍ର ଅନିଜା ଲୁନାର ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ଏହି ଜମି କିଣିଥିଲେ। ଏହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିବା ଧର୍ମେନ୍ଦ୍ର ଅନିଜା କହିଛନ୍ତି। ରାଜସ୍ଥାନର ପ୍ରଥମ ବ୍ୟକ୍ତି ଭାବରେ ସେ ଚନ୍ଦ୍ରରେ ଜମି କିଣିଥିବାରୁ ବହୁତ ଖୁସି ବୋଲି ଧର୍ମେନ୍ଦ୍ର କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ସ୍ବପ୍ନା ଅନିଜା କହିଛନ୍ତି ତାଙ୍କ ସ୍ବାମୀ ଏମିତି ଉପହାର ତାଙ୍କୁ ଦେବେ ବୋଲି ସେ କଳ୍ପନା କରି ନ ଥିଲେ । ବିବାହ ବାର୍ଷିକୀ ଅବସରରେ ଘରେ ଏକ ଛୋଟ ଧରଣର ଭୋଜିଭାତ ଆୟୋଜନ କରାଯାଇଥିଲା । ଏହି ସମୟରେ ସେ ଚନ୍ଦ୍ରରେ କିଣିଥିବା ସମ୍ପତ୍ତିର ପ୍ରମାଣପତ୍ର ସେ ମୋତେ ଦେଇଥିଲେ ବୋଲି ସ୍ବପ୍ନା କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories