www.samajalive.in
Thursday, December 11, 2025
18.1 C
Bhubaneswar

ପୁରୀ ସିଂହଦ୍ବାରରୁ ବାହାରିଥିବା ରାଷ୍ଟ୍ରୀୟ ସାଇକେଲଯାତ୍ରୀଙ୍କୁ ପିପିଲିରେ ସ୍ୱାଗତ

ପିପିଲି:ଭାରତୀୟ ଭାଷା ଆନ୍ଦୋଳନ ପକ୍ଷରୁ ପୁରୀ ସିଂହଦ୍ୱାରରୁ ବାହାରିଥିବା ରାଷ୍ଟ୍ରୀୟ ସାଇକେଲ ଯାତ୍ରାକାରୀ ଦଳଙ୍କୁ ରବିବାର ଅପରାହ୍ନରେ ପିପିଲିରେ ଉଚ୍ଛସ୍ବିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଧାରଣ ଜନତାଙ୍କୁ ନ୍ୟାୟ ସାଧାରଣ ଭାଷାରେ ମିଳିବା ପାଇଁ ଭାରତର ସମସ୍ତ ନ୍ୟାୟାଳୟରେ ମାତୃଭାଷାର ବାଧ୍ୟତାମୂଳକ ପ୍ରଚଳନ କରାଯିବା, ସର୍ବୋଚ୍ଚ ନ୍ୟାୟାଳୟରେ ସମସ୍ତ ୨୨ଟି ରାଜଭାଷାରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା, ସମସ୍ତ କାର୍ଯ୍ୟପାଳିକା, ନ୍ୟାୟିକ, ବିଧିକ ଅଧିକରଣ ବ୍ୟବସ୍ଥା ଓ ସୈନିକ ନ୍ୟାୟାଳୟ ଗୁଡିକରେ ହିନ୍ଦି କିମ୍ବା ଭାରତୀୟ ଭାଷା ଗୁଡିକର ପ୍ରୟୋଗର ଅନୁମତି ପ୍ରଦାନ କରାଯିବା, ଆଇନ ଶିକ୍ଷା ଓ ପ୍ରବେଶ ପରୀକ୍ଷାର ମାଧ୍ୟମ ହିନ୍ଦି କିମ୍ବା ପ୍ରାଦେଶିକ ଭାଷାରେ କରାଯିବା, ନ୍ୟାୟାଳୟର ସମସ୍ତ ବ୍ୟବସ୍ଥା କମ୍ପୁଟରୀକରଣ ଇ-ଗଭର୍ଣ୍ଣାନ୍ସ ଗୁଡିକରେ ହିନ୍ଦି କିମ୍ବା ପ୍ରାଦେଶିକ ଭାଷାକୁ ସଠିକ ମର୍ଯ୍ୟଦା ଦିଆଯିବା ଆଦି ଦାବିରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଭାରତୀୟ ଭାଷା ଆନ୍ଦୋଳନ ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୀ ସିଂହଦ୍ୱାର ଠାରୁ ବାହାରିଥିବା ରାଷ୍ଟ୍ରୀୟ ସାଇକେଲ ଯାତ୍ରା ବିଭିନ୍ନ ଅଞ୍ଚଳ ଦେଇ ଅପରାହ୍ନରେ ପିପିଲି ଠାରେ ପହଞ୍ଚିଥିଲା।

 

- Advertisement -

ପିପିଲି କଚେରୀ ଛକ ଠାରେ ବରିଷ୍ଠ ଶିକ୍ଷାବିତ୍‍ ରସାନନ୍ଦ ପ୍ରଧାନ, ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଏହି ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରୁଣ ଭରଦ୍ୱାଜ, ଉପାଧ୍ୟକ୍ଷ ନବୀନ କୌଶିକ, ପ୍ରଶାନ୍ତ ବର୍ମା, ଶଙ୍କର କୁମାର ଝା, ‘ବିଶ୍ୱମୁକ୍ତି’ର ସଂପାଦକ ପ୍ରଫେସର ଶଶାଙ୍କ ଚୁଡାମଣୀ, ଆଶିଷ ରାୟ, ବିଶାଳ ଜୋଲି, ହରଗୋବିନ୍ଦ ଉପାଧ୍ୟାୟ, ପୁନମ ଗୌଡ, ପ୍ରତିଭା ବର୍ମା, ଅର୍ଜ୍ଜୁନ କୁମାର ମୁଦୁଲି, ସୁଜିତ କୁମାର ସ୍ୱାଇଁ, ସୁଦଶା ପଣ୍ଡା, ସବିତା ପ୍ରତିହାରୀ, କୃଷ୍ଣଚନ୍ଦ୍ର ବଳିଆରସିଂ, ଉମାଚରଣ ଶତପଥୀ, ଚୈତନ୍ୟ ସାହୁ, ସୁରେଶ ଦାସ ପ୍ରମୁଖ ଯୋଗଦେଇ ଭାରତୀୟ ଭାଷା ଆନ୍ଦୋଳନର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ସଂଗଠନ ପକ୍ଷରୁ ଉପସ୍ଥିତ ଜନତାଙ୍କୁ ପ୍ରଚାରପତ୍ର ବଣ୍ଟନ କରାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories