www.samajalive.in
Tuesday, December 9, 2025
15.1 C
Bhubaneswar

ପୁଣି ଜଣେ ବ୍ରିଟେନ୍‌ ଫେରନ୍ତାଙ୍କୁ କରୋନା, ଭୁବନେଶ୍ବରରେ ୧୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ବ୍ରିଟେନ୍‌ରୁ ଭୁବନେଶ୍ବର ଆସିଥିବା ୨୧ଜଣ ଯାତ୍ରୀଙ୍କ ମଧ୍ୟରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗତ ୨୦ ତାରିଖରେ ସେ ନିଜ ସ୍ତ୍ରୀ ଓ ୪ ବର୍ଷର ସନ୍ତାନ ସହ ଭୁବନେଶ୍ବର ଫେରିଥିଲେ। ତାଙ୍କର ୪ ବର୍ଷର ସନ୍ତାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ଭୁବନେଶ୍ବର ପହଞ୍ଚିବା ପରେ ସେମାନଙ୍କ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ପୂର୍ବରୁ ଉଭୟ ସ୍ବାମୀସ୍ତ୍ରୀଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ତାଙ୍କ ୪ ବର୍ଷର ସନ୍ତାନଙ୍କ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଆଜି ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ବ୍ରିଟେନ୍‌ ଫେରନ୍ତା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ଭୁବନେଶ୍ବରର ଦକ୍ଷିଣ-ପୂର୍ବ ଜୋନ‌ରେ ରହୁଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁଦ୍ଧା ଭୁବନେଶ୍ବରରେ ୩ଜଣ ବ୍ରିଟେନ୍‌ ଫେରନ୍ତା କରୋନା ଚିହ୍ନଟ ହୋଇଛନ୍ତି। ବ୍ରିଟେନ୍‌ ଫେରନ୍ତାଙ୍କଠାରେ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜଧାନୀବାସୀ ବିଚଳିତ ହେବା ଆବଶ୍ୟକ ନାହିଁ। ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ କୋଭିଡ୍‌ ନିୟମ ପାଳନ କରିବା ଉଚିତ ବୋଲି ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଜି ଭୁବନେଶ୍ବରରେ ୧୬ଜଣ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍‌ ୯ ଏବଂ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୭ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ନ୍ୟୁ ଫରେଷ୍ଟ ପାର୍କ ୩, ଚନ୍ଦ୍ରଶେଖରପୁର ୨ ସମେତ ବ୍ରହ୍ମେଶ୍ବରପାଟଣା, ବଡ଼ଗଡ଼, ଭୋଇନଗର ଓ ବୁଦ୍ଧେଶ୍ବରୀ କଲୋନୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ମୈତ୍ରୀ ବିହାରରୁ ୨ଜଣ ସମେତ ଆଚାର୍ଯ୍ୟବିହାର, ବରମୁଣ୍ଡା, ପ୍ରଶାନ୍ତବିହାର, ପାହାଳ ଓ ରସୁଲଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋ​‌େ​‌ଗ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories