www.samajalive.in
Saturday, December 13, 2025
26.1 C
Bhubaneswar

ଉତ୍ତୀର୍ଣ୍ଣ ହେବାର ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳୁନି ଅରିଜିନାଲ ସାର୍ଟିଫିକେଟ୍‌, ବିଶ୍ବବିଦ୍ୟାଳୟରେ ପଡ଼ିରହିଛି ୨ଲକ୍ଷ ସାର୍ଟିଫିକେଟ୍‌

ଭୁବନେଶ୍ବର : ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କର ମୂଳ ପ୍ରମାଣପତ୍ର (ଅରିଜିନାଲ ସାର୍ଟିଫିକେଟ୍‌) ପାଇ ନାହାନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୯ ଜିଲାର ସମସ୍ତ ମହାବିଦ୍ୟାଳୟର ଉଭୟ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀ ଏହି ଅସୁବିଧା ଭୋଗ କରୁଛନ୍ତି। କୁଳପତି ବଦଳୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନି। ଦୀର୍ଘଦିନ ଧରି ସାର୍ଟିଫିକେଟ୍‌ ପ୍ରସ୍ତୁତ ହୋଇ ବିଶ୍ବବିଦ୍ୟାଳୟରେ ପଡ଼ି ରହିଥିଲେ ମଧ୍ୟ ତାହା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରିନି।

ଉତ୍କଳ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୨୭୮ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରୋଭିଜିନାଲ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ପାଇଛନ୍ତି। ଉଚ୍ଚଶିକ୍ଷା ହେଉ କିମ୍ବା ଚାକିରିକ୍ଷେତ୍ରରେ ମୂଳ ପ୍ରମାଣପତ୍ର (ଅରିଜିନାଲ ସାର୍ଟିଫିକେଟ୍‌) ଆବଶ୍ୟକ ହେଉଛି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମହାବିଦ୍ୟାଳୟକୁ ସାର୍ଟିଫିକେଟ୍‌ ପ୍ରଦାନ କରି ନଥିବାରୁ ଛାତ୍ରଛାତ୍ରୀ ନିଜ କଲେଜ ଯାଇ ନିରାଶ ହୋଇ ଫେରୁଛନ୍ତି।

- Advertisement -

ଏଭଳିସ୍ଥିତିରେ ବାଧ୍ୟ ହୋଇ ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ସାର୍ଟିଫିକେଟ୍‌ ନେବାକୁ ବିଶ୍ବବିଦ୍ୟାଳୟ ଆସି ଅଧିକ ଖର୍ଚ୍ଚାନ୍ତ ହେବା ସହ ବହୁ ଅସୁବିଧା ଭୋଗ କରୁଛନ୍ତି। ୨୦୧୨ରୁ ୨୦୧୯ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ସେମାନଙ୍କର ସାର୍ଟିଫିକେଟ୍‌ ପାଇ ପାରିନାହାନ୍ତି। କେବଳ ବିବିଏ ଓ ବିସିଏ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦିଆଯାଇଥିବାବେଳେ ଅନ୍ୟ ବିଦ୍ୟାର୍ଥୀ ପାଇପାରି ନାହାନ୍ତି। ୨୦୧୨ରୁ ୨୦୧୮ ବର୍ଷ ପାଇଁ ୩ଲକ୍ଷ ୭୦ ହଜାର ଓ ୨୦୧୯ର ୪୦ ହଜାର ସାର୍ଟିଫିକେଟ୍‌ ଛାପା ହୋଇଥିଲା। ଏଯାବତ୍‌ ପ୍ରାୟ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ସାର୍ଟିଫିକେଟ୍‌ ବିତରଣ ନହୋଇ ପଡ଼ିରହିଛି। ଦୁଇ ବର୍ଷ ଧରି ସାର୍ଟିଫିକେଟ୍‌ ଥିଲେ ମଧ୍ୟ ଭେରିଫିକେସନ୍‌ ନହେବା ଓ ପରୀକ୍ଷା ପରିଚାଳନା ସେକ୍ସନରେ କର୍ମଚାରୀ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ସାର୍ଟିଫିକେଟ୍‌ ବର୍ଷବର୍ଷ ଧରି ପଡ଼ି ରହିବାରୁ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ନେସନାଲ ଏକାଡେମିକ ଡ଼ିପୋଜିଟୋରୀ (ଏନ.ଏ.ଡି) ବାଧ୍ୟତାମୂଳକ ଭାବେ କାର୍ୟ୍ୟକାରୀ କରି ସମସ୍ତ ସାର୍ଟିଫିକେଟ୍‌କୁ ଏନ.ଏ.ଡିରେ ଅପଲୋଡ୍‌ କରିବାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ରାଜ୍ୟରେ ୮ ବର୍ଷ ଧରି ସାର୍ଟିଫିକେଟ୍‌ ନମିଳିବା ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟର ଅପାରଗତାକୁ ଦର୍ଶାଉଛି। ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି କହିଛନ୍ତି ଭେରିଫିକେସନ୍‌ ହୋଇପାରି ନଥିବାରୁ ସାର୍ଟିଫିକେଟ୍‌ ବିତରଣ ହୋଇନି। ଏହି ସମସ୍ୟାର ସମାଧାନ ପାଇଁ ନୂତନ କୁଳପତିଙ୍କ ସହ ଆଲୋଚନା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories