www.samajalive.in
Saturday, December 13, 2025
26.1 C
Bhubaneswar

ବକ୍ସିଂ ଡେ’ ଟେଷ୍ଟ୍ : ଅଧିନାୟକ ରାହାଣେଙ୍କ ଦମ୍‌ଦାର ଶତକ, ମଜଭୁତ୍‌ ସ୍ଥିତିରେ ଭାରତ

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଶନିବାର ଠାରୁ ଆରମ୍ଭ ଖେଳା ଯାଉଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଭାରତ ଦୃଢ ସ୍ଥିତିରେ ରହିଛି। ଗତକାଲି ପ୍ରଥମ ଦିନର ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍ଆଉଟ କରି ପ୍ରଥମ ଇନିଂସ ଖେଳୁଥିବା ଭାରତ କାଲି ଖେଳ ଶେଷ ସୁଦ୍ଧା ଏକ ୱିକେଟ ୩୬ ରନ କରିଥିଲା। ଆଜି ଭାରତ ଦ୍ବିତୀୟ ଦିନରେ ଖେଳରେ ଭଲ ପଦର୍ଶନ କରିବା ସହ ଏକ ଦୃଢ ସ୍ଥିତିରେ ରହିଛି। ଭାରତୀୟ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦମ୍‌ଦାର ଶତକ ଭାରତକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୯୬ ବଲ ଖେଳି ୧୧ ଚୌକା ସହ ଶତକ ହାସଲ କରିଛନ୍ତି। ଖବର ଲେଖାଯିବା ସମୟରେ ଭାରତୀୟ ଦଳ ୫ ୱିକେଟ ହରାଇ ୨୭୬ ରନ୍‌ କରିଥିବା ବେଳେ ଘରୋଇ ଅଷ୍ଟ୍ରେଲିଆ ଠାରୁ ୮୧ ରନ୍‌ ଅଗ୍ରଣୀ ରହିଛି। ବର୍ତ୍ତମାନ ଅଧିନାୟକ ଅଜିଙ୍କ୍ୟ ରାହାଣେ  ୧୦୪ ଏବଂ ରବିନ୍ଦ୍ର ଜାଡେଜା ୩୯ ରନ୍‌ କରି ଖେଳୁଛନ୍ତି।

ସୂଚନାଯୋଗ୍ୟ ଗତକାଲି ପ୍ରଥମ ଦିନ ଖେଳରେ  ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ​‌ ହୋଇ ୧୯୫ ରନ୍‌ରେ ଅଲ୍ଆଉଟ୍ ହୋଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲା କିନ୍ତୁ ତାହା ସମ୍ଭବ କରିବାକୁ ଦେଇନଥିଲେ ଭାରତୀୟ ବୋଲର୍‌। ପ୍ରଥମ ଇଂନିସରେ ୭୨.୩ ଓଭରର ଖେଳ ଖେଳି ୧୯୫ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା।  ଅଷ୍ଟ୍ରେଲିଆ ପକ୍ଷରୁ ୱେଡ ୩୦, ମାର୍ନସ ଲାବୁଶେ ୪୮, ହେଡ୍ ୩୮, ଗ୍ରୀନ୍‌ ୧୨,ପାଇନ୍‌ ୧୩, ଲାଏନ୍ ୨୦ କରିଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍ ସ୍ମିଥ୍ ଡକ୍‌ରେ ପ୍ୟାଭିଲିୟନ ଫେରିଥିଲେ।

- Advertisement -

ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତ । କିନ୍ତୁ ଗତକାଲି ଓପନର ମୟଙ୍କ ଅଗ୍ରୱାଲ ଶୂନରେ ଆଉଟ୍ ହୋଇଥିଲେ। ତେବେ ଷ୍ଟମ୍ପ ଅପସାରଣ ସୁଦ୍ଧା ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ରହିଥିଲେ। ଶୁବମନ ୨୮ ରନ୍ କରିଥିଲେ ଓ ଚେତେଶ୍ୱର ୭ ରନ୍ କରିଥିଲେ। ଆଜି ଶୁବମନ ତାଙ୍କ ଖାତାରେ ଆଉ ୧୭ ରନ୍ ଯୋଡ଼ିଥିଲେ। ସେ ୪୫ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ରଥମ ଟେଷ୍ଟ ଭଳି ଏଥର ବି ଚେତେଶ୍ୱର କିଛି କମାଲ କରିପାରିଲେ ନାହିଁ। ସେ ଆଜି ତାଙ୍କ ଖାତାରେ ମାତ୍ର ୧୦ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ। ୭୦ଟି ବଲ୍ ଖେଳି ୧୭ ରନ୍ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍ ହୋଇଥିଲେ ପୂଜାରା।

ହନୁମା ବିହାରୀ ୬୬ଟି ବଲ୍ ଖେଳି ୨୧ ରନ୍ କରିଥିଲେ। ସେ ନାଥନ ଲିୟନଙ୍କ ବଲରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଋଷଭ ପନ୍ଥ ବି କିଛି କମାଲ କରିପାରି ନଥିଲେ। ଯଦିଓ ସେ ୪୦ ବଲରୁ ୩ଟି ଚୌକା ସାହାଯ୍ୟରେ ୨୯ ରନ୍ କରିଥିଲେ, କିନ୍ତୁ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମିଚେଲ ଷ୍ଟାର୍କଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories