www.samajalive.in
Saturday, December 13, 2025
26.1 C
Bhubaneswar

ଆପଣ ଜାଣନ୍ତି କି? ନୂଆ ବର୍ଷରୁ କେନ୍ଦ୍ର ସରକାର କେତେକ ନୂଆ ନିୟମ ସହ କେତୋଟି ନିୟମରେ ପରିବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ କେନ୍ଦ୍ର ସରକାର କେତୋଟି ନିୟମରେ ପରିବର୍ତ୍ତନ କରିଛନ୍ତି ଓ ଆଉ କେତେକ ନୂଆ ନିୟମ ଲାଗୁ କରିଛନ୍ତି। ସେଗୁଡ଼ିକ ହେଲା-

୧-ଚେକ୍‌ ପେମେଣ୍ଟ ସିଷ୍ଟମ
ଜାନୁଆରୀ ପହିଲାରୁ ଚେକ୍‌ ପେମେଣ୍ଟ ସିଷ୍ଟମ ଅନ୍ତର୍ଗତ କେତେକ ନିୟମରେ ପରିବର୍ତ୍ତନ ହେବ। ପଜିଟିଭ ପେ ସିଷ୍ଟମ ଅନ୍ତର୍ଗତ ୫୦ ହଜାର ଅଥବା ଏହାଠାରୁ ଊର୍ଦ୍ଧ୍ବ ଟଙ୍କା ପେମେଣ୍ଟ ଉପରେ ଚେକ୍‌ଧାରୀଙ୍କୁ ଆଉ କେତେକ ଅଧିକ ଜରୁରୀ ସୂଚନା ପ୍ରଦାନ କରିବାକୁ ପଡ଼ିବ । ଏହି ସୁବିଧାର ଲାଭ ଉଠାଇ​‌ବେ କି ନାହିଁ ଏହା ସମ୍ପୃକ୍ତ ଖାତା ଧାରକଙ୍କ ଉପରେ ନିର୍ଭର କରିବ ।

- Advertisement -

୨-କଣ୍ଟାକ୍ଟ ଲେସ୍‌ କାର୍ଡ ଟ୍ରାନ୍‌ଜାକ୍ସନ
ଜାନୁଆରୀ ପହିଲାରୁ ରିଜର୍ଭ ବ୍ୟାଙ୍କ କଣ୍ଟାକ୍ଟ ଲେସ୍‌ କାର୍ଡ ଟ୍ରାନ୍‌ଜାକ୍ସନ ପେମେଣ୍ଟ ଲିମିଟ ୨ ହଜାରୁ ବୃଦ୍ଧି କରି ୫ ହଜାର ସ୍ଥିର କରିଛନ୍ତି। ଡେବିଟ କାର୍ଡରେ ୫ ହଜାର ଟଙ୍କା ପେମେଣ୍ଟ ପର୍ୟ୍ୟନ୍ତ ପିନ୍‌ର ଆବଶ୍ୟକତା ରହିବ ନାହିଁ।

୩-କାର ମୂଲ୍ୟ ବୃଦ୍ଧି ପାଇବ
ଅଟୋମୋବାଇଲ କମ୍ପାନୀଗୁଡ଼ିକ ସେମାନଙ୍କ କାରର ମୂଲ୍ୟ ଜାନୁଆରୀ ପହିଲାରୁ ବୃଦ୍ଧି କରିବାକୁ ଯାଉଛନ୍ତି। ପୂର୍ବଠାରୁ ଅଧିକ ଦାମରେ କମ୍ପାନୀଗୁଡ଼ିକ କାର୍‌ ବିକ୍ରି ହେବ ।

୪-ଫାଷ୍ଟ ଟ୍ୟାଗ ଲଗାଇବା ଅନିର୍ବାଯ୍ୟ
ସବୁ ଚାରି ଚକିଆ ଗାଡ଼ିରେ ଜାନୁଆରୀ ପହିଲାରୁ ଫାଷ୍ଟ ଟ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଟ୍ୟାଗ ନଲଗାଇ ଜାତୀୟ ରାଜପଥର ଟୋଲ ପ୍ଲାଜା ଦେଇ ଯାଉଥିବା ସମୟରେ ଦୁଇଗୁଣରୁ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡ଼ିବ ।

୫- ଲ୍ୟାଣ୍ଡ ଲାଇନରୁ ମୋବାଇଲକୁ ଫୋନ କରିବାକୁ ହେଲେ ପ୍ରଥମେ ଶୂନ ଲଗାଇବାକୁ ପଡ଼ିବ
ଜାନୁଆରୀ ପହିଲା ପରେ ଯଦି ଆପଣ ନିଜ ଲ୍ୟାଣ୍ଡ ଲାଇନରୁ କୌଣସି ମୋବାଇଲ ଫୋନକୁ କଲ କରନ୍ତି ତେବେ ପ୍ରଥମେ ଶୂନ ଲଗାଇବାକୁ ପଡ଼ିବ। ଶୂନ ନଲଗାଇଲେ କଲ୍‌ ଅପର ପାର୍ଶ୍ବକୁ ଯିବ ନାହିଁ।

୬-ମ୍ୟୁଚ୍ୟୁଆଲ ଫଣ୍ଡରେ ନିବେଶ ପାଇଁ ନିୟମ ପରିବର୍ତ୍ତନ
କୌଣସି ମ୍ୟୁଚ୍ୟୁଆଲ ଫଣ୍ଡର ୭୫ ଭାଗ ଇକ୍ବିଟିରେ ନିବେଶ କରିବା ବାଧ୍ୟତାମୂଳକ । ଏବେ ନ୍ୟୂନତମ ୬୫ ପ୍ରତିଶତ ରହିଛି। ମଲ୍ଟିକ୍ୟାପ୍‌ ଫଣ୍ଡରେ ପରିବର୍ତ୍ତନ କରାଯାଇଛି । ମିଡ କ୍ୟାପ୍‌, ସ୍ମଲ କ୍ୟାପ ଓ ଲାର୍ଜକ୍ୟାପ ମ୍ୟୁଚ୍ୟୁଆଲ ପଣ୍ଡରେ ୨୫ ପ୍ରତିଶତ ଲେଖାଏଁ ନିବେଶ କରିବା ବାଧ୍ୟତାମୂଳକ।

୭-ୟୁପିଆଇ ପେମେଣ୍ଟରେ ପରିବର୍ତ୍ତନ
ଜାନୁଆରୀ ପହିଲାରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ମହଙ୍ଗା ହେବ । ଏହି ଆପ୍‌ ଦ୍ବାରା ନେଣଦେଣ କରୁଥିବା ଗ୍ରାହକ ପ୍ରତି ପେମେଣ୍ଟ ଉପରେ ଅଧିକ ଟିକସ ଦେବେ।

୮-ଜିଏସଟି ରିଟର୍ଣ୍ଣ ନିୟମରେ ପରିବର୍ତ୍ତନ
ଯେଉଁ ବ୍ୟବସାୟୀଙ୍କ ଆୟ ୫ କୋଟିରୁ କମ୍‌ ସେମାନଙ୍କୁ ପ୍ରତି ମାସ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବନି ।

୯-ସରଳ ଜୀବନ ବୀମା ପଲିସ୍‌ ଆରମ୍ଭ
ଆସନ୍ତା ଜାନୁଆରୀ ପହିଲାରୁ ଗ୍ରାହକମାନେ କମ୍‌ ପ୍ରିମିୟମରେ ଜୀବନ ବୀମା କିଣି ପାରିବେ । ସରଳ ଜୀବନ ବୀମା ପଲିସି ଜାନୁଆରୀ ପହିଲାରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଜୀବନ ବୀମା କମ୍ପାନୀଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

୧୦-କେତେକ ମୋବାଇଲ ଫୋନରେ ହ୍ବାଟ୍ସ ଆପ୍‌ କାମ କରିବ ନାହିଁ
ଜାନୁଆରୀ ପହିଲାରୁ କେତେକ ଆଣ୍ଡ୍ରଏଡ ଓ ଆଇଓଏସ ଫୋନରେ ହ୍ବାଟ୍ସ ଆପ୍‌ କାମ କରିବ ନାହିଁ। ଯେଉଁ ସଫ୍ଟୱୟାର ପୁରୁଣା ହୋଇଛି ସେଗୁଡ଼ିକୁ ବନ୍ଦ କରିଦିଆଯିବ ।























Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories