www.samajalive.in
Thursday, December 11, 2025
18.1 C
Bhubaneswar

ଆଜିଠାରୁ ଓସିଏଲ୍‌: ପାନ୍ଥର୍ସ-ପ୍ୟୁମାସ୍ ଉଦ୍‌ଘାଟନୀ ମ୍ୟାଚ୍‌

କଟକ : ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାରେ ମୋଟ ୬ ଦଳ ଖେଳିବେ। ଏହି ୬ଟି ଦଳ ପରସ୍ପର ବିରୋଧରେ ଲିଗ୍ ପର୍ଯ୍ୟାୟରେ ୨ୟ ଥର ଲେଖାଏଁ ଖେଳିବେ। ଜାନୁଆରୀ ୧୦ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଖେଳାଯିବ। ୧୨ରେ ଉଭୟ ସେମିଫାଇନାଲ ଓ ୧୪ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଶନିବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜକ ଓସିଏ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତା ବିଷୟରେ ସବିଶେଷ ବିବରଣୀ ଦିଆଯାଇଛି। ଓଡ଼ିଶାର ଏମ୍‌ଜିଏମ୍ କମ୍ପାନୀ ଓସିଏଲ୍‌ର ଟାଇଟଲ ପ୍ରାୟୋଜକ ରହିଛି। କ୍ରୀଡ଼ା ମ୍ୟାନେଜମେଣ୍ଟ କମ୍ପାନୀ ଟିସିଏମ୍‌ ଏହି ଓସିଏଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହଯୋଗ କରିବ।
ପ୍ରତିଯୋଗିତାରେ ଭାଗ ନେଉଥିବା ୬ଟି ଦଳ ହେଲେ ଓଡ଼ିଶା ଟାଇଗର୍ସ, ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପ୍ୟୁମାସ୍। ରବିବାର ପ୍ରଥମଦିନରେ ଓଡ଼ିଶା ପାନ୍ଥର୍ସ-ଓଡ଼ିଶା ପ୍ୟୁମାସ୍ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ୨ୟ ମ୍ୟାଚ୍‌ରେ ଟାଇଗର୍ସ-ଚିତାଜ୍ ମୁକାବିଲା ହେବ। ୧୭ ଦିନରେ ମୋଟ ୩୩ଟି ମ୍ୟାଚ ଖେଳାଯିବ। ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଦୈନିକ ୨ଟି ମ୍ୟାଚ୍‌ ଖେଳାଯିବାର ଥିବା ବେଳେ ପ୍ରଥମ ମ୍ୟାଚ୍‌ ଅପରାହ୍‌ଣ ୩.୩୦ରୁ ଏବଂ ୨ୟ ମ୍ୟାଚ୍‌ ସନ୍ଧ୍ୟା ୭.୩୦ରୁ ଫ୍ଲଡ୍‌ଲାଇଟ୍‌ରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ। କୋଭିଡ୍‌ କଟକଣା ଯୋଗୁଁ ଷ୍ଟାଡିୟମ୍‌କୁ ଦର୍ଶକଙ୍କୁ ଛଡ଼ା ଯିବନାହିଁ। ଏମ୍‌ଜିଏମ୍‌- ଓସିଏଲ୍‌ ପାଇଁ ନିକଟରେ ସମାପିତ ଓସିଏ ଆନ୍ତଃଜିଲା ଟି୨୦ ଲିଗ୍‌ରୁ ରାଜ୍ୟର ସିନିୟର ମନୋନୟନକାରୀ ୯୩ ଖେଳାଳିଙ୍କୁ ବାଛି ସେମାନଙ୍କୁ ଉପରୋକ୍ତ ୬ଟି ଦଳରେ ରଖିଛନ୍ତି। ଟାଇଗର୍ସ ଦଳରେ ଦେବାଶିଷ ସାମନ୍ତରାୟ ଅଧିନାୟକ ଓ କେ.ଭି. ପ୍ରସାଦ ପ୍ରଶିକ୍ଷକ, ଲାୟନ୍‌ସ ଦଳରେ ସୁଜିତ ଲେଙ୍କା ଅଧିନାୟକ ଓ ଦିଲୀପ ଦାସ ମହାପାତ୍ର ପ୍ରଶିକ୍ଷକ, ଚିତାଜ୍ ଦଳରେ ଅନୁରାଗ ଷଡ଼ଙ୍ଗୀ ଅଧିନାୟକ ଓ ଜଗନ୍ନାଥ ଦାସ ପ୍ରଶିକ୍ଷକ, ଜାଗୁଆର୍ସ ଦଳରେ ଗିରିଜା ରାଉତ ଅଧିନାୟକ ଓ ଦେବଦତ୍ତ ଲେଙ୍କା ପ୍ରଶିକ୍ଷକ, ପାନ୍ଥର୍ସ ଦଳରେ ବସନ୍ତ ମହାନ୍ତି ଅଧିନାୟକ ଓ ସୁରେଶ କୁମାର ପ୍ରଶିକ୍ଷକ ଏବଂ ପ୍ୟୁମାସ୍‌ ଦଳରେ ଅରବିନ୍ଦ ସିଂହ ଅଧିନାୟକ ଓ ରାକେଶ ମହାନ୍ତି ପ୍ରଶିକ୍ଷକ ଅଛନ୍ତି। କ୍ରିକେଟ୍‌ପ୍ରେମୀ ଫ୍ୟାନ୍‌କୋଡ୍‌ ଆପ୍‌ ଜରିଆରେ ସମସ୍ତ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ। ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କର କୋଭିଡ୍‌ ପରୀକ୍ଷା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ​‌େ​‌ର ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଉପସ୍ଥିତ ଥିଲେ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories