www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାସ୍ଥ୍ୟ ସମସ୍ୟା ପାଇଁ ୨୦୨୧ ହେବ ଆହ୍ୱାନପୂର୍ଣ୍ଣ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

୨୦୨୦ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଏକ ଭୟଙ୍କର ବର୍ଷ ଥିଲା। ଏକ ଅଜଣା ଭୁତାଣୁ ସାରା ବିଶ୍ୱକୁ କବଳିତ କରିଥିଲା ଏବଂ ଖୁବ କମ ସମୟରେ ସର୍ବାଧିକ ଜୀବନ ନେଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସବୁ ପ୍ରସଙ୍ଗକୁ ନେଇ ଆସନ୍ତା ବର୍ଷ ୨୦୨୧ ପାଇଁ ସାରା ବିଶ୍ୱକୁ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସଚେତନ ହେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ‘ହୁ’ କହିଛି ଯେ ଆଜି ବିଶ୍ୱର ସମସ୍ତ ଅଂଚଳରେ କୋଭିଡ-୧୯ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ ଓ ଏହାକୁ କିଭଳି ଦୂର କରିହେବ ସେ ନେଇ ବୈଜ୍ଞାନିକ ଓ ଡାକ୍ତରମାନେ ଚେଷ୍ଟିତ। ଆଜି ସମସ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା କୋଭିଡ-୧୯ର ମୁକାବିଲା ପାଇଁ ସଂଘର୍ଷ କରୁଛି ଏବଂ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ଯତ୍ନ ଯୋଗାଉଛି।

‘ହୁ’ ସୂଚନା ଅନୁଯାୟୀ, ବିଗତ ଦୁଇ ଦଶନ୍ଧି ମଧ୍ୟରେ ହାସଲ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟରେ ପ୍ରଗତି କରୋନା ସଂକ୍ରମଣ ଯୋଗୁ ଅନେକାଂଶରେ ନିମ୍ନମୁଖୀ ହୋଇଛି ତେଣୁ ଆସନ୍ତା ବର୍ଷ କରୋନା ସଂକ୍ରମଣର ମୁକାବିଲା ସହ ପୁଣି ଥରେ ବିଶ୍ୱ ସ୍ୱାସ୍ଥ୍ୟ ସେବାର ପ୍ରଗତି ବିଷୟରେ ସମସ୍ତ ଦେଶକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଚିନ୍ତା କରିବାକୁ ପଡିବ।

- Advertisement -

ତେଣୁ ୨୦୨୧ ମସିହାରେ ବିଶ୍ୱର ଦେଶଗୁଡିକୁ କୋଭିଡ-୧୯ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଣାଳୀକୁ ପୁନଶ୍ଚ ପୂର୍ବ ଧାରାକୁ ଆଣିବା ପାଇଁ ତ୍ୱରିତ ଦୃଢ ପଦକ୍ଷେପ ନେବା ସହ ଅର୍ଥନୈତିକ ମତଭେଦ ଦୂର କରି ପରସ୍ପର ପରସ୍ପରକୁ ସହଯୋଗ କରିବାକୁ ହେବ। ବିଶେଷ ଭାବରେ ବିଶ୍ୱ ଜନସଂଖ୍ୟାର କିଛି ଭାଗ ସାମାଜିକ ତଥା ପରିବେଶଗତ ସମସ୍ୟା ମଧ୍ୟରେ ଘାଣ୍ଟି ହେଉଥିବା ବେଳେ, ୨୦୨୧ରେ ସେମାନଙ୍କ ସମସ୍ୟା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱ ପ୍ରଦାନ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହାର ସହଯୋଗୀମାନେ ଆଗାମୀ ବର୍ଷରେ ମହାମାରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ଦେଶଗୁଡିକୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ବୋଲି ‘ହୁ’ କହିଛି। କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ନୁହେଁ ଦେଶଗୁଡ଼ିକୁ ଏକାଠି କରିବା ଏବଂ ସମସ୍ତ ଦେଶର ସରକାରଙ୍କୁ ଜଡିତ କରିବାର ଗୁରୁତ୍ୱ ବିଷୟରେ ଵିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପଦକ୍ଷେପ ନେବ। ୨୦୨୧ରେ ବିଶ୍ୱରେ ଶକ୍ତିଶାଳୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସୁସ୍ଥ ଜନସଂଖ୍ୟା ଗଠନରେ ‘ହୁ’ ପ୍ରମୁଖ ଭୂମିକା ଗ୍ରହଣ କରିବା ବୋଲି କହିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories