www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟ ଜନଜାତି ସଂଗ୍ରହାଳୟରେ ଭର୍ଚୁଆଲ୍‌ ଟୁର୍‌, ଏଥର ଦେଖିହେବ ଓରାଓଁ ଜନଜାତିଙ୍କ ପର୍ବପର୍ବାଣି ଓ ପୋଷାକ ପରିଚ୍ଛେଦ

ଭୁବନେଶ୍ୱର: ଓଡ଼ିଶାର ଓରାଓଁ ଜନଜାତି ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି। ଏହି ଜନଜାତି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, କେଉଁଝରରେ ବସବାସ କରିଥା’ନ୍ତି । କୃଷି, କୃଷି କ୍ଷେତ୍ରରେ ଶ୍ରମ, ଖଣି ଓ ପଥର ଖଣିରେ କାମକୁ ଏହି ଜନଜାତି ପେଶା ଭାବେ ଗ୍ରହଣ କରିଥାନ୍ତି। ଆସନ୍ତାକାଲି(ରବିବାର) ଡିସେମ୍ବର ୨୭ ତାରିଖରେ ଦର୍ଶକମାନେ ଫେସବୁକ୍‌ ଓ ଟୁଇଟର ପେଜ୍‌@stscdev, @scstrti ଖୋଲି ଓରାଓଁ ସମ୍ପର୍କରେ ସମ୍ୟକ ଧାରଣା ପାଇବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ମାନବଜୀବନର ଗୁରୁତ୍ୱ ଓ ପ୍ରକୃତି ସହିତ ଜନଜାତିମାନେ କିଭଳି ଜଡ଼ିତ ଏବଂ ଏହି ସମ୍ପର୍କକୁ ଓରାଓଁ ଜନଜାତିମାନେ ସାମାଜିକ ବ୍ୟବସ୍ଥାରେ ସଂଯୁକ୍ତ କରିପାରିଛନ୍ତି। ଋତୁ ପରିବର୍ତ୍ତନ ସହିତ ସେମାନେ ବିବିଧ ପର୍ବପର୍ବାଣି ପାଳନ କରିଥାନ୍ତି। ନୃତ୍ୟ, ସଂଗୀତ ଓ ଉତ୍ସବ ପାଳନ ପର୍ବପର୍ବାଣିର ମୁଖ୍ୟ ଅଂଶ ଅଟେ। ପ୍ରାଣୀମାନଙ୍କର ସମ୍ମାନାର୍ଥେ ସେମାନେ କ୍ୟାଟେଲ୍‌ ଫେଷ୍ଟିଭାଲ୍‌ (ଗୋପର୍ବ) ଆୟୋଜନ କରିଥାନ୍ତି। ଓରାଓଁ ଜନଜାତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ସେମାନେ କୃଷିର ଆଧୁନିକ ପ୍ରଣାଳୀକୁ ଅନୁସରଣ କରିଥାନ୍ତି। ଓରାଓଁ ଜନଜାତିଙ୍କ ପୋଷାକପରିଚ୍ଛଦ ନିଆରା। ସେମାନେ ଧଳା ଓ ନାଲି ରଙ୍ଗର ସୂତାବସ୍ତ୍ର ପରିଧାନ କରିଥାନ୍ତି। ପୁରୁଷମାନେ ପରିଧାନ କରୁଥିବା ବସ୍ତ୍ର ‘କରେୟା’ ଓ ମହିଳାମାନେ ‘ଖନ୍‌ରିଆ’ ପରିଧାନ କରିଥାନ୍ତି।

- Advertisement -

ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ଏହି ବସ୍ତ୍ର ପ୍ରସ୍ତୁତ କରାଯାଇଥାଏ। ପୁରୁଷମାନେ ସମୟେ ସମୟେ ପଗଡ଼ି ବ୍ୟବହାର କରିଥାନ୍ତି। ମହିଳାମାନେ ମୂଲ୍ୟବାନ ଧାତୁ ବା ଆଲୟରେ ପ୍ରସ୍ତୁତ ସାଧାରଣ ଅଳଙ୍କାର ବ୍ୟବହାର କରିଥାନ୍ତି। ସମାଜର ଅନ୍ୟ ବର୍ଗମାନଙ୍କ ସଂପର୍କରେ ଆସିବା ପରେ ସେମାନେ ପାରମ୍ପରିକ ପୋଷାକ ସହିତ ଆଧୁନିକ ପୋଷାକ ମଧ୍ୟ ବ୍ୟବହାର କରୁଛନ୍ତି। ପର୍ବପର୍ବାଣି ସମୟରେ ଏହି ଓରାଓଁ ଜନଜାତି ପାରମ୍ପରିକ ବସ୍ତ୍ର ପରିଧାନ କରିଥାନ୍ତି। ନୃତ୍ୟ ପରିବେଷଣ ସମୟରେ ନକଲି ମୁଦ୍ରା ଆକାରର ମାଳା ଓ ବଳାଗଣ୍ଠି ପାଇଁ ଅଳଙ୍କାର ବ୍ୟବହାର କରିଥାନ୍ତି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories