www.samajalive.in
Saturday, December 13, 2025
26.1 C
Bhubaneswar

୧୦୦୦ତମ ଟେଷ୍ଟ ମ୍ୟାଚ ; ଅଶ୍ୱିନଙ୍କୁ ପ୍ରଥମ ୱିକେଟ

ବର୍ମିଂହାମ୍ : ବିଶ୍ୱ କ୍ରିକେଟରେ ପ୍ରଥମ ଦଳ ଭାବେ ଇଂଲଣ୍ଡ ୧୦୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାର ଗୌରବ ହାସଲ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଐତିହାସିକ ୧୦୦୦ତମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। । ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଶ୍ୱିନ ପ୍ରଥମ ୱିକେଟ ହାସଲ କରିଛନ୍ତି। ଓପ୍ନର ଆଲଷ୍ଟାୟାର କୁକ୍ ଙ୍କୁ ବୋଲ୍ଡ କରି ଅଶ୍ବିନ ଭାରତ ପାଇଁ ପ୍ରଥମ ସଫଳତା ଆଣି ଦେଇଛନ୍ତି। ୨୮ ଓଭର ତଥା ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା  ଇଂଲଣ୍ଡ ୧ ୱିକେଟ ହରାଇ ରନ୍ ୮୩ ସଂଗ୍ରହ କରିଛି।
୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ର ପ୍ରଥମ ଟେଷ୍ଟ ମ୍ୟାଚ୍ ବୁଧବାର ଠାରୁ ବର୍ମିଂହାମ୍  ଏଜବାଷ୍ଟନ ଠାରେ ଆରମ୍ଭ ହୋଇଛି। ସାରା କ୍ରିକେଟ ଦୁନିଆର ନଜର ଏହି ସିରିଜ୍ ଉପରେ ରହିଛି । ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ଦଳ। ଇଂଲଣ୍ଡ ମାନ୍ୟତା ତାଲିକାରେ ୫ମ ସ୍ଥାନରେ ଥିଲେ ହେଁ ଘରୋଇ ମାଟିରେ ଇଂଲଣ୍ଡ ପାଇଁ ଏହି ମାନ୍ୟତାର କୌଣସି ମାନେ ନାହିଁ। ସର୍ବଦା ଘରୋଇମାଟିରେ ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ ଭାବେ ପ୍ରଦର୍ଶନ କରିଆସିଛି। ଅଦ୍ୟାବଧି ଇଂଲଣ୍ଡରେ ଉଭୟ ଦେଶଙ୍କ ମଧ୍ୟରେ ୧୭ଟି ଟେଷ୍ଟ ସିରିଜ୍ ଖେଳାଯାଇଛି। ଏଥିରୁ ଇଂଲଣ୍ଡ ୧୩ଟି ସିରିଜ୍ ଜିତିଥିବା ବେଳେ ଭାରତ ମାତ୍ର ୩ଟି ଜିତିଛି। ତେଣୁ ଏଥର କ୍ରିକେଟ ପଣ୍ଡିତ ସିରିଜରେ  ଇଂଲଣ୍ଡକୁ ଫେଭରିଟ  ଆଖ୍ୟା ଦେଇଥିବା ବେଳେ ଭାରତ ମଧ୍ୟ ଘରୋଇ ଦଳକୁ ଚକମା ଦେବାର ସାମର୍ଥ୍ୟ ରଖିଛି ବୋଲି କହିଛନ୍ତି ।
ତେବେ ଇଂଲଣ୍ଡ ଦଳ ପାଇଁ ଏହା ଐତିହାସିକ ୧୦୦୦ତମ ମ୍ୟାଚ ହୋଇଥିବା ବେଳେ ପୂର୍ବରୁ ଇଂଲଣ୍ଡ ୯୯୯ଟି ଟେଷ୍ଟମ୍ୟାଚ୍‍ ଖେଳି ୩୫୭ଟି ଜିତିଛି, ୨୯୭ଟି ହାରିଛି ଏବଂ ୩୪୫ଟି ଟେଷ୍ଟମ୍ୟାଚ୍‍ ଡ୍ର ରଖିଛି।
ଇଂଲଣ୍ଡ ପଛକୁ ଅଷ୍ଟ୍ରେଲିଆ ୮୧୨ଟି ଟେଷ୍ଟମ୍ୟାଚ୍‍ ଖେଳି ୨ୟ ସ୍ଥାନରେ ରହିଛି । ଏହି ତାଲିକାରେ ୩ୟ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍‍ ୫୩୫ଟି ଟେଷ୍ଟମ୍ୟାଚ୍‍ ଖେଳିଥିବା ବେଳେ ୫୨୨ଟି ଟେଷ୍ଟମ୍ୟାଚ୍‍ ଖେଳି ଭାରତ ୪ର୍ଥ ସ୍ଥାନରେ ରହିଛି। ୫୨୨ଟି ଟେଷ୍ଟରୁ ଭାରତ ୧୪୫ଟି ଜିତିଛି; ୧୬୦ଟି ହାରିଛି, ୨୧୬ଟି ଡ୍ର ରହିଛି ଏବଂ ଗୋଟିଏ ଟେଷ୍ଟମ୍ୟାଚ୍‍ ଟାଇ ଭାବେ ଶେଷ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories