www.samajalive.in
Saturday, December 13, 2025
21.1 C
Bhubaneswar

ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁର କୋର୍ଟ ପରିସରରେ ସ୍ୱତନ୍ତ୍ର ତାଲିମ ଶିବିର

ଗଞ୍ଜାମ: ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁର କୋର୍ଟ ପରିସରରେ ସ୍ୱତନ୍ତ୍ର ତାଲିମ ଶିବିର ଆୟୋଜିତ ହୋଇଛି । ଏହି ଶିବିର ୩ଦିନ ଧରି ଚାଲିବ । ସ୍ୱୀକୃତି ପ୍ରାପ୍ତ ଆଇନଜୀବୀଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଶିବିର। ଆଜିର ଏହି ଶିବିରରେ ସୁପ୍ରିମକୋର୍ଟର ବ୍ରିଜେଶ ଓବରାଇଙ୍କ ସମେତ ମହରାଷ୍ଟ୍ରର ଏ ଏ ନନ୍ଦଗାଓଁକାର, ଏ ଭି ଗୁଜରଥୀ ଓ ଜେ ଏଲ ଗାନ୍ଧୀ ପ୍ରଶିକ୍ଷଣ ଦେଉଛନ୍ତି।
ଶିବିରରେ ଗଂଜାମ ଜିଲାର ୨୪ଜଣ ଓ ଗଜପତି ଜିଲାର ଜଣେ ଏହିଭଳି ମୋଟ ୨୫ଜଣ ଆଇନଜୀବୀ ଯୋଗ ଦେଇଛନ୍ତି। ମଧ୍ୟସ୍ଥତା ଜରିଆରେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମଧ୍ୟ ଆଶା ରଖାଯାଇଛି। ଆଜି ଗଞ୍ଜାମ ଜିଲା ଜଜ୍ ତଥା ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବିଭୁ ପ୍ରସାଦ ରାଉତରାୟ ଶିବିରକୁ ଉଦଘାଟନ କରିଛନ୍ତି। ଉଦ୍ଘାଟନୀ ଅବସରରେ ବ୍ରହ୍ମପୁରର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସଚିବ ବିଜୟ କୁମାର ଦାସ ଶିବିରକୁ ସଂଯୋଜନା କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories