www.samajalive.in
Saturday, December 13, 2025
26.1 C
Bhubaneswar

ଗୁରୁଦେବଙ୍କ ବାର୍ତ୍ତା ହିଁ ଆତ୍ମନିର୍ଭର ଭାରତର ଆଧାରଶୀଳା: ପ୍ରଧାନମନ୍ତ୍ରୀ

କଲକାତା: ବିଶ୍ଵଭାରତୀୟ ବିଶ୍ଵବିଦ୍ୟାଳୟର ୧୦୦ ବର୍ଷର ଯାତ୍ରା ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ଟାଗୋର ଭାରତ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଏହି ଅନୁଷ୍ଠାନ ସାରା ଦେଶକୁ ଶକ୍ତି ଯୋଗାଉଛି। ଗୁରୁଦେବ ବିଶ୍ଵଭାରତୀକୁ ଏପରି ଭାବେ ଗଢ଼ିଥିଲେ ଯେ ତାହା ରାଷ୍ଟ୍ରବାଦର ଛବିକୁ ସାମ୍ନାରେ ରଖିଛି। ଗୁରୁଦେବଙ୍କ ବାର୍ତ୍ତା ହିଁ ଆତ୍ମନିର୍ଭର ଭାରତର ଆଧାରଶୀଳା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟର ଶତାବ୍ଦୀ ସମାରୋହକୁ ଭିଡିଓ କନ୍‌ପରେନ୍ସ ଜରିଆରେ ଉଦବୋଧନ ଦେଇ ଏହା କହିଛନ୍ତି।

ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ, ମୁଁ ଶତାବ୍ଦୀ ସମାରୋହରେ ଯୋଗ ଦେଇଥିବାରୁ ଏହା ମୋ ପାଇଁ ଗର୍ବର ବିଷୟ। ଅନେକ ପରିସ୍ଥିତି ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆଧାର ହୋଇଥିଲା। ସେଥିରେ କେବଳ ବ୍ରିଟିଶମାନଙ୍କର ଦାସତ୍ୱ ନୁହେଁ, ଅନେକ ବର୍ଷ ଧରି ଚାଲିଆସୁଥିବା ଆନ୍ଦୋଳନର ପୃଷ୍ଠଭୂମି ମଧ୍ୟ ରହିଥିଲା। ଦେଶରେ ବହୁ ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ ପକାଯାଇଥିଲା। ଦେଶର ଆଧ୍ୟାତ୍ମିକ, ସାଂସ୍କୃତିକ ଆନ୍ଦୋଳନକୁ ଭକ୍ତି ଯୁଗ ମଜଭୁତ କରିଥିଲା। ସାଧୁସନ୍ଥ, ଆଚାର୍ଯ୍ୟମାନେ ଦେଶ ପାଇଁ ଚିନ୍ତା କରିଥିଲେ। ଦକ୍ଷିଣରେ ରାମାନୁଜାଚାର୍ଯ୍ୟଙ୍କ ସମେତ ଅନେକ ସନ୍ଥ ଥିଲେ, ପଶ୍ଚିମରେ ମୀରାବାଇଙ୍କ ସମେତ ଅନ୍ୟ ସନ୍ଥମାନେ ରହିଥିଲେ, ଉତ୍ତରରେ କବୀର ଦାସ, ସୁରଦାସଙ୍କ ସମେତ ଅନ୍ୟ ଲୋକମାନେ ଥିଲାବେଳେ ପୂର୍ବରେ ଚୈତନ୍ୟ ମହାପ୍ରଭୁ ଥିଲେ।

- Advertisement -

ମୋଦୀ କହିଥିଲେ, ରାମକୃଷ୍ଣ ପରମହଂସଙ୍କ ଯୋଗୁ ଦେଶକୁ ସ୍ବାମୀ ବିବେକାନନ୍ଦ ମିଳିଥିଲେ। ସ୍ବାମୀଜୀ ଭକ୍ତିଜ୍ଞାନ ଏବଂ କର୍ମକୁ ନିଜ ଭିତରେ ଧାରଣ କରିଥିଲେ। ଭକ୍ତି ଆନ୍ଦୋଳନ ପରେ କର୍ମ ଆନ୍ଦୋଳନ ଆଗକୁ ବଢ଼ିଥିଲା, ଯେଉଁଥିରେ ଅନେକ ଯୋଦ୍ଧା ବିଦେଶ ଆକ୍ରମଣକାରୀଙ୍କୁ ରୋକିଥିଲେ, ଯାହା ପରେ ସ୍ବାଧୀନତା ଆନ୍ଦୋଳନରେ ପରିଣତ ହୋଇଥିଲା। ପରିଶେଷରେ ଜ୍ଞାନ ସଙ୍ଗମ ହେବା ଫଳରେ ସ୍ବାଧୀନତା ଆନ୍ଦୋଳନ ତୀବ୍ର ହୋଇଥିଲା। ପରେ ବୈଚାରିକ ଆନ୍ଦୋଳନ ବି ସୃଷ୍ଟି ହେଲା ଏବଂ ଦେଶ​‌ର ଭବିଷ୍ୟତ ବିଷୟରେ ଚିନ୍ତା କରାଗଲା। ଏସବୁ ଆନ୍ଦୋଳନରେ ପ୍ରଭାବିତ ହୋଇ ହଜାର ହଜାର ଲୋକ ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନର ବଳିଦାନ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories