www.samajalive.in
Monday, December 8, 2025
24.1 C
Bhubaneswar

ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆକୁ ଏନ୍‍ଏସି ଘୋଷଣା ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରାଇକିଆ ଜିଲ୍ଲାର ଏକ ପ୍ରମୁଖ ଦୃତ ପ୍ରଗତିଶୀଳ ସହର ହୋଇଥିବା ବେଳେ ଦିନକୁଦିନ ସହରବାସୀ ଆବଶ୍ୟକ ଅନୁଯାୟୀ ସାଧାରଣ ସୁବିଧା ପାଇ ପାରୁନାହାନ୍ତି। ରାଇକିଆ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀଭାବେ ବେଶ୍‍ ଖ୍ୟାତ ରହିଛି। ଦିନକୁଦିନ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଇକିଆ ସହରର ବିକାଶ ତଥା ଜରୁରୀ ଆବଶ୍ୟକ ପାଇଁ ପଂଚାୟତ ଅନୁଦାନ ଯଥେଷ୍ଟ ହୋଇ ପାରୁନାହିଁ। ବିଶେଷ କରି ପାନୀୟବ ଜଳ ଯୋଗାଣ ବ୍ୟବସ୍ଥା ୪୦ବର୍ଷ ତଳରପୁରୁଣା ଯୋଜନାରେ ଚାଲିଛି। ସବୁ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ରାସ୍ତା ଘାଟ ନିର୍ମାଣ ମଧ୍ୟ ଆବଶ୍ୟକ ଅନୁଯାୟୀ ହୋଇପାୁନାହିଁ। ରାଜସ୍ୱ ବିଭାଗ ତରଫରୁ ଭୁସମ୍ପତି ମୂଲ୍ୟାଙ୍କନ ସହରାଂଚଳ ଭାବେ କରାଯାଉଥିଲେ ମଧ୍ୟ ଏନ୍‍ଏସିର ମାନ୍ୟତା ମିଳିପାରୁନାହିଁ।

ପରିମଳ ବ୍ୟବସ୍ଥା, ବିଦ୍ୟୁତ କରଣୀ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଆବାସିକ ଯୋଜନା ଇତ୍ୟାଦି ଉନ୍ନୟନ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ରାଇକିଆକୁ ପାନିୟଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ପରିମଳ ବ୍ୟବସ୍ଥା, ବିଦ୍ୟତକରଣ, ସ୍ୱାସ୍ଥ୍ୟସେବା, ଆବାସିକ ଯେଜନାର ଇତ୍ୟାଦିରେ ଅଗ୍ରଗତି ହୋଇପାରୁନାହିଁ। ଏଭଳି ସ୍ଥଳେ ରାଇକିଆକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ମାନ୍ୟତା ସହ ସ୍ୱୀକୃତି ପ୍ରଦାନ ପାଇଁ ଦାବି କରି ଆଜି ରାଇକିଆ କ୍ରିୟାନୁଷ୍ଠାନ କମିଟିର କମକର୍ତ୍ତା ମାନେ କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କମିଟିର ସଭାପତି ସତ୍ୟବାନ ପାତ୍ରଙ୍କ ନେତୃତ୍ୱରେ ସଂପାଦକ ମୋସେଲ୍‌ଫ ଦିଗାଲ, ଉପସଭାପତି ପ୍ରିତମ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ଲେଙ୍କା, ପରାମର୍ଶଦାତା ନୃସିଂହ ଚରଣ ଶତପଥୀ, ସୁକାଶନ୍ତ କୁମାର ପଣ୍ଡା ଓ ବିଧାୟକ ପ୍ରତିନିଧି ସୁଶୀଳ ଦିଗାଲ ପ୍ରମୁଖ ସାମିଲ୍‍ ହୋଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories