www.samajalive.in
Monday, December 8, 2025
27.1 C
Bhubaneswar

ପତ୍ନୀକୁ ବାରିସୀରେ ହାଣି ହତ୍ୟା କଲା ସ୍ବାମୀ

ରେଙ୍ଗାଲି : ରେଙ୍ଗାଲି ଥାନା ଲଛମନପଡ଼ାରେ ‌ମଙ୍ଗଳବାର ରାତିରେ ବିଳାସିନୀ ଖଡ଼ିଆ (୪୦) ନାମ୍ନୀ ଜଣେ ମହିଳାଙ୍କୁ ବାରିସୀରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରଠାରୁ ତାଙ୍କ ସ୍ବାମୀ ଧନମଣି ଖଡ଼ିଆ ଅନ୍ତର୍ଦ୍ଧାନ ହୋଇ ଯାଇଥିବାରୁ ସେ ହିଁ ହତ୍ୟାକାରୀ ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ଧନମଣି ଫେରାର ହେବା ବେଳେ ନିଜର ଦୁଇ ଛୋଟ ଝିଅଙ୍କୁ ସାଙ୍ଗରେ ନେଇ ଯାଇଛି।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିଳାସୀନି ଓ ଧନମଣି ମଧ୍ୟରେ ମଝି ମଝିରେ ବିଭିନ୍ନ କାରଣରୁ ଝଗଡ଼ା ହେଉଥିଲା। ମଙ୍ଗଳବାର ରାତିରେ ଝଗଡ଼ା ଉଗ୍ରରୂପ ନେଇଥିଲା। ଧନମଣି ଅତ୍ୟନ୍ତ ଉତ୍ତେଜିତ ଅବସ୍ଥାରେ ବିଳାସିନୀ ମୁଣ୍ଡକୁ ବାରିସୀରେ ହାଣି ଦେଇଥିଲା। ଧନମଣି ପତ୍ନୀଙ୍କୁ ହତ୍ୟା କଲା ପରେ ଶବକୁ କପଡ଼ାରେ ଢାଙ୍କି ଦୁଇ ଛୋଟ ଛୋଟ ଝିଅଙ୍କୁ ଧରି ଘରୁ ପଳାଇଛି। ଆଜି ସକାଳୁ ସେମାନଙ୍କ ଜ୍ୱାଇଁ ଜେମ୍‌ସ ‌ଓରାମ କୌଣସି କାମରେ ଶ୍ବଶୁର ଘରକୁ ଆସି ଶାଶୁଙ୍କ ରକ୍ତାକ୍ତ ଶବ ଘର ଭିତରେ ପଡ଼ିଥିବା ଦେଖି ‌‌ରେଙ୍ଗାଲି ଥାନାକୁ ଦୌଡ଼ିଥିଲେ। ତାଙ୍କ ଅଭିଯୋଗ ଆଧାରରେ ରେଙ୍ଗାଲି ଥାନାରେ ‌ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଫେରାର ଧନମଣିକୁ ଧରିବା ପାଇଁ ଦୁଇଟି ସ୍ବତନ୍ତ୍ର ପୁଲିସ ଟିମ ‌ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ବୋଲି ଥାନାଧିକାରୀ ଧବଳେଶ୍ବର ସାହୁ କହିଛନ୍ତି। ସାଇଣ୍ଟିଫିକ ଟିମ ମଧ୍ୟ ହତ୍ୟା ସ୍ଥଳକୁ ଆସି ରକ୍ତ ନମୁନା ସଂଗ୍ରହ କରିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ବାରିସୀ ଜବତ କରାଯାଇଛି।

- Advertisement -

ବିଳାସିନୀ ଓ ଧନମଣିଙ୍କ ୪ ଝିଅ ମଧ୍ୟରୁ ଗୋଟିଏ ଝିଅକୁ ବାହା ଦେଇ ସାରିଥିବା ବେଳେ ଅନ୍ୟ ୩ ଝିଅ ନାବାଳିକ ଅଛନ୍ତି। ହତ୍ୟାକାଣ୍ଡ ରାତିରେ ସାନ ଝିଅ ମାମୁଁ ଘରକୁ ଯାଇଥିଲା। କିନ୍ତୁ ଘରେ ଥିବା ଅନ୍ୟ ଦୁଇ ଝିଅ ମା’କୁ ବାପା ହତ୍ୟା କରିବା କଥା ଜାଣିଛନ୍ତି ନା ଜାଣି ନାହାନ୍ତି ତାହା ଅଜଣା। କିନ୍ତୁ ଧନମଣି ବିଳାସିନୀଙ୍କୁ ମାରି ସେଇ ରାତାରାତି ଦୁଇ ଝିଅଙ୍କୁ ସାଙ୍ଗରେ ଧରି ଫେରାର ହୋଇଯାଇଛି। ଏବେ ପୁଲିସ ତିନି ବାପ-ଝିଅଙ୍କୁ ଖୋଜୁଛି। ଏହି ଘଟଣା ସ୍ଥ​ାନୀୟ ଅଞ୍ଚଳ​‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ‌

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories