www.samajalive.in
Saturday, December 6, 2025
26.1 C
Bhubaneswar

ହାତୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ

ଗୁରୁଡିଝାଟିଆ: ହାତୀ ଏକ ଐତିହ୍ୟ ପ୍ରାଣୀ। ପ୍ରକୃତି, ପରିବେଶ ଓ ମାନବ ସମାଜର ବନ୍ଧୁ। ଆମ ସଂସ୍କୃତିରେ ହାତୀର ଭୂମିକା ବେଶ ଉଚ୍ଚରେ । ବହୁ ପୁରାଣ ଓ ଧର୍ମଶାସ୍ତ୍ରରେ ହାତୀର ଭୂମିକା ଅବତାରଣା କରାଯାଇଛି। ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ବୋଲି ଆଠଗଡ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଗଜବନ୍ଧୁମାନଙ୍କ ବୈଠକରେ ବନଖଣ୍ଡ ଅଧିକାରୀ ସୁଶ୍ରୀ ସସ୍ମୀତା ଲେଙ୍କା ମତପ୍ରକାଶ କରିଛନ୍ତି। ଗଜବନ୍ଧୁ ଓ ହାତୀସାଥିଙ୍କ ନିଷ୍ଠା ଓ ଏକାଗ୍ରତା, ପ୍ରକୃତି ଓ ପରିବେଶକୁ ଭଲପାଇବା ପାଇଁ ଆଠଗଡ ବନଖଣ୍ଡରେ ଅଢେଇ ବର୍ଷ ଭିତରେ ହାତୀ ଓ ମଣିଷ ଲଢେଇ ହ୍ରାସ ପାଇଛି। କେହି ହତାହତ ହୋଇନାହାନ୍ତି। ହାତୀ ସୁରକ୍ଷା ପାଇଁ ଅଧିକ ସଚେତନତା ନିମନ୍ତେ ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା କହିବା ସହିତ ସାଧାରଣ ଲୋକଙ୍କୁ ଏଥିରେ ଅଧିକରୁ ଅଧିକ ଯୋଡିବା ନିମନ୍ତେ ଗାଁକୁ ଗାଁ ଯାଇ ସଚେତନ କରାଯିବ ବୋଲି କହିଥିଲେ। ଏହି ବୈଠକରେ ଗଜବନ୍ଧୁ ମାଗୁଣୀ ରାଉତ, ପ୍ରେମାନନ୍ଦ ଗଣ୍ଠିଆ, ପ୍ରତାପ କୁମାର ସାମଲ, ଅଭୟ କୁମାର ସାମଲ, ସନାତନ ଦଳାଇ, ଶଶଧର ବସ୍ତିଆ ସହିତ ବହୁ ଗଜବନ୍ଧୁ ଓ ହାତୀସାଥି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories