www.samajalive.in
Thursday, December 11, 2025
15.1 C
Bhubaneswar

ବିଦ୍ୟୁତ୍ କମ୍ପାନୀର ଘରୋଇକରଣକୁ ଶ୍ରମିକ-କର୍ମଚାରୀ-ଇଞ୍ଜିନିୟର ଏକତା ମଞ୍ଚର ବିରୋଧ

ଭୁବନେଶ୍ବର:  ଓଡ଼ିଶାରେ ବିଦ୍ୟୁତ୍ କମ୍ପାନୀର ଘରୋଇକରଣକୁ ଶ୍ରମିକ-କର୍ମଚାରୀ-ଇଞ୍ଜିନିୟର ଏକତା ମଞ୍ଚ ବିରୋଧ କରିଛି । ଏହାଦ୍ବାରା କର୍ମଚାରୀଙ୍କ ଚାକିରି ପ୍ରତି କେବଳ ବିପଦ ସୃଷ୍ଟି ହୋଇନାହିଁ, ବିଜୁଳି ଉପଭୋକ୍ତା ମଧ୍ୟ କ୍ଷତି ସହିବେ ବୋଲି ମଞ୍ଚ ଅଭିଯୋଗ କରିଛି । ମଞ୍ଚ ପକ୍ଷରୁ ବୁଧବାର ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘରୋଇ କମ୍ପାନୀକୁ ବିତରଣକାରୀ ସଂସ୍ଥାକୁ ଟେକିଦେବା ନିଷ୍ପତ୍ତିକୁ ବିରୋଧ କରାଯାଇଛି ।

କୁହାଯାଇଛି ଯେ ରାଜ୍ୟରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ବିକ୍ରୀ ହୋଇ ଯାଉଛି। ପ୍ରଥମେ ସେସୁ, ପରେ ସାଉଥକୋ ଓ ଓେସ୍କୋକୁ ଘରୋଇ କମ୍ପାନୀକୁ ଦିଆଗଲା । ଆଗକୁ ନେସ୍କୋର ପାଳି । ରାଜ୍ୟରେ ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ଘରୋଇକରଣ ଭାବେ ବିଫଳ ହେଲା ପରେ କୌଣସି ତର୍ଜମା ନକରି ପୁନର୍ବାର ଘରୋଇକରଣ କରା ଯାଉଛି।  ଟାଟା ପାୱାର ସେସୁକୁ ଅଧିଗ୍ରହଣ କରିବା ପରେ ଅଧିଗ୍ରହଣ ନିୟମର ଅନେକ ସାରଣୀ ବଦଳାଇବାକୁ ଓଇଆରସି ନିକଟରେ ଆବେଦନ କରିଛି ।  ଏହାମଧ୍ୟରେ ଚାକିରି ସର୍ତ୍ତାବଳୀଠାରୁ ଶୁଳ୍କ ଓ ଗ୍ରାହକଙ୍କ ସିକ୍ୟୁରିଟି ଅର୍ଥ ବନ୍ଧକ ରଖି ଋଣ ନେବା ଆଦି ଅନ୍ତର୍ଭୁକ୍ତ । ଏହି ଆବେଦନ ବିଷୟରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ  ଟାଟା ପାୱାରକୁ ୱେସ୍କୋ ଓ ସାଉଥକୋକୁ ହସ୍ତାନ୍ତର ପାଇଁ ମଧ୍ୟ ନିଷ୍ପତ୍ତି ହୋଇ ସାରିଛି ।  ହସ୍ତାନ୍ତର କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇସାରିଛନ୍ତି। କର୍ମଚାରୀ ଏକତା ମଞ୍ଚ ବାରମ୍ବାର ସେମାନଙ୍କ ଚାକିରିରେ  ଅସଙ୍ଗତି ଦୂର କରିବା , ପେନସନଫଣ୍ଡ ରେ ଥିବା ଅଭାବ ଭରଣା କରିବା , ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପ୍ରସଙ୍ଗ ଉଠାଉ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି  ।

- Advertisement -

ବିଜୁଳି ପରି ଏକ ଅତ୍ୟାବଶ୍ୟକୀୟ ସେବା ଏବେ ରାଜ୍ୟରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ମାତ୍ର ଓଡ଼ିଶା ସରକାର ଏହାପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଉଛନ୍ତି । ୨୦ ବର୍ଷ ତଳେ ଲୋକଙ୍କୁ ଗୁଣାତ୍ମକ ବିଜୁଳି ସେବା, ଶସ୍ତାରେ ବିଜୁଳି ଆଦି ଦିଆଯିବା ଲୋଭ ଦେଖାଇ ଘରୋଇ ସଂସ୍ଥା ହାତକୁ ବିଜୁଳି ବ୍ୟବସ୍ଥା ଟେକି ଦେଇଥିଲେ । ମାତ୍ର ୨୦୧୫ରେ ପୁଣି ସେହି କମ୍ପାନୀକୁ ସରକାର ତଡ଼ିଥିଲେ । ଏବେ ପୁଣି  କୋଟି କୋଟି ଟଙ୍କାର ସର୍ବସାଧାରଣ ସମ୍ପତ୍ତି ଶାଗ ମାଛ ଦରରେ ଘରୋଇ ସଂସ୍ଥାକୁ ଟେକି ଦିଆଯାଇଛି । ଏହାଦ୍ବାରା ରାଜ୍ୟରବ ବିଦ୍ୟୁତ୍ ଗ୍ରାହକମାନଙ୍କ ପ୍ରତି କେବଳ ଅବିଚାର ହୋଇନାହିଁ ସେମାନଙ୍କୁ ପ୍ରତାରିତ କରାଯାଇଛି ବୋଲି ମଞ୍ଚ ଅଭିଯୋଗ କରିଛି । ଅତୀତରେ ଘରୋଇ କମ୍ପାନୀର ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଗ୍ରୀଡ଼କୋ ଉପରେ ୧୦ ହଜାର କୋଟି ଟଙ୍କାର ବୋଝ ପଡ଼ିଛି । ଗ୍ରୀଡ଼କୋ ନିଜର ଆବଶ୍ୟକତା ଭରଣା ପାଇଁ ବିଭିନ୍ନ ସମୟରେ ସରକାରଙ୍କ ଗ୍ୟାରେଣ୍ଟିରେ ଋଣ ଆଣୁଛି । ଏହି ଅର୍ଥ ସରକାର ଓ ଜନସାଧାରଣ ଉଭୟଙ୍କ ଉପରେ ବୋଝ ହୋଇ ଚାଲିଛି ।
ଟାଟା ବିଜୁଳି କ୍ଷେତ୍ରରେ ବର୍ଷକୁ ହାରାହାରି ୨୫୦ ରୁ ୩୦୦ କୋଟି ବିନିଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି। କିନ୍ତୁ ଏହି ବିନିଯୋଗ ଯୋଗୁଁ ବିଦ୍ୟୁତ୍ ଦର କେତେ ବଢିବ ତାହା କୁହା ଯାଇ ନାହିଁ।  ତେଣୁ ଅତୀତର ଅଭିଜ୍ଞତା ଆଧାରରେ ବିଜୁଳି ବଣ୍ଟନ କ୍ଷେତ୍ରରେ ଘରୋଇକରଣରକୁ ଏକତା ମଞ୍ଚ ବିରୋଧ କରୁଛି ଏବଂ ଏହି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories