www.samajalive.in
Wednesday, December 10, 2025
26.1 C
Bhubaneswar

ଫସଲ ବୀମା ଦାବିନେଇ ଚାଷୀଙ୍କ ରାସ୍ତାରୋକ

କଂଟାବାଞ୍ଜି  : ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରାମପଂଚାୟତ ଅନ୍ତର୍ଗତ ୬ ଖଣ୍ଡ ଗ୍ରାମର ଚାଷୀମାନେ ୨୦୧୯ ମସିହା ଫସଲବୀମା ରାଶିରୁ ବଂଚିତ ହୋଇଥିବାରୁ ଆଜି ସକାଳ ୧୦ ସମୟରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ କଂଟାବାଞ୍ଜି-ବଙ୍ଗୋମୁଣ୍ଡା ୪୬ନଂ ରାଜ୍ୟ ରାଜପଥ ସର୍ଗିଗୁଡା ଛକ ଠାରେ ଶତାଧିକ ଚାଷୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାରୁ,ଉଭୟ ପଟରୁ ଗାଡି ଅଟକିବା ଯୋଗୁଁ ରାସ୍ତା ଜାମ୍‍ ହୋଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ସଂଧ୍ୟା ପ୍ରାୟ ୬.ଟାରେ ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝି ପହଞ୍ଚି ବୁଝା ସୁଝା କରିବା ସହ ଚଷୀଙ୍କର ୪ଜଣିଆ ପ୍ରତିନିଧି କୁ ନେଇ ଜିଲାପାଳଙ୍କ ଠାରେ ସାକ୍ଷାତ କରାଇ ଆଲୋଚନା କରାଯିବ ବୋଲି ପତିଶୃତି ଦେବାପରେ ଚାଷୀମାନେ ରାସ୍ତାଅବରୋଧରୁ ଓହରିଥିଲେ।

ରାସ୍ତାକଡରେ ଠିଆ ହୋଇଥିବା ଗାଡିମାନଙ୍କୁ କଂଟାବାଞ୍ଜି ପୋଲିସ ଉପସ୍ଥିତ ହୋଇ ଖାଲି କରୁଥିବା ଦେଖାଦେଇଛି। ପ୍ରପ୍ତସୂଚନା ଅନୁଯାୟୀ ୨୦୧୯ ମସିହାରେ ତୁରେକେଲା ବକ୍ଲ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରା.ପ ୬ ଖଣ୍ଡ ଗାଁ କୁଲିଆଦର,ସର୍ଗିଗୁଡା,ସର୍ଗୁଲ,ଅଣ୍ଡାଲପୁରି,ବିର୍ଣ୍ଣା ଓ କରୁଆମୁଣ୍ଡା ଗ୍ରାମର ଚାଷୀଙ୍କର ଖରିଫ ଧାନ ଚାଷସମୟରେ ମରୁଡି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ସମସ୍ତ ଚାଷୀ ଫସଲ ବୀମା ପଞ୍ଜିକରଣ କରିବାସହ ପ୍ରମିୟମ ମଧ୍ୟ ଭରିଥିଲେ କ୍ରପ କଟିଙ୍ଗି ସମୟରେ କୃଷି ବିଭାଗ ଓ ରାଜସ୍ୱବିଭାଗ ଅଧିକାରୀ ଓ ବୀମା କମ୍ପାନୀର ଅଧିକାରି ଚାଷି ମାନଙ୍କର ଜମି ଉପରେ ମରୁଡି ଯୋଗୁଁ ଫସଲ ନଷ୍ଟ ହେବା କ୍ରପ କଟିଙ୍ଗ ରିପୋର୍ଟରେ ଚଞ୍ଚକତା କରିଥିବା ଯୋଗୁଁ ବୀମାରାଶିରୁ ବଞ୍ଚିତ ହୋଇ ଏହା ପୂର୍ବରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କୁ ମଧ୍ୟଲିଖିତ ଭାବେ ଜଣାଇଥିଲେ।

- Advertisement -

କିନ୍ତୁ ଆଜି ପର୍ଯ୍ୟନ୍ତ ଏଇ ଗ୍ରାମର ଚାଷୀମାନଙ୍କୁ ଫସଲ ବୀମା କ୍ଷତିପୂରଣ ଦେଇନଥିବାରୁ ବାଧ୍ୟହୋଇ ଚାଷିମାନେ ବିଜେପି ନେତା ଲକ୍ଷବଚ୍ଚ ବାଗଙ୍କ ନେତୃତ୍ୱରେ ରାଜ ରାସ୍ତା କୁ ଓହ୍ଲାଇଥିଲେ। ଆଜି ରାସ୍ତରୋକରେ ଭୀଷ୍ମରଣା ,କୁମର ପୁଟେଲ,ଚମ୍ପେ ରଣା,ତ୍ରିନାଥ ରଣା,ବୁଦ୍ଧିସାଗର ବଉକ,ଲଘୁ ବଉକ,ହରି ମାଝି,ଜଉବନ ବାଗ ସମେତ ଚାଷୀ ସାମିଲ ଥିଲେ। ଆଇନ ପରିସ୍ଥିତିକୁ ଆଖି ଆଗରେ ରଖି ଥାନ ଭାରାପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ,ଏସ ଆଇ ଗଙ୍ଗାଧର ମଲ୍ଲିକ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories