www.samajalive.in
Saturday, December 6, 2025
16.1 C
Bhubaneswar

ଜନ ଗଣନା ଦେଶର ବିକାଶ ଓ ଯୋଜନା ପ୍ରଣୟନରେ ସହାୟକ ହୋଇଥାଏ : ଜନ ଗଣନା ନିର୍ଦ୍ଦେଶକ

ଯାଜପୁର : ଦେଶର ବିକାଶ ଓ ଯୋଜନା ପ୍ରଣୟନ ପାଇଁ ଜନ ଗଣନା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ପ୍ରତି ୧୦ ବର୍ଷରେ ହେଉଥିବା ଏହି ଗଣନାରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ନିଷ୍ଠାପର ମନୋଭାବ ଏହାକୁ ସଫଳ କରିଥାଏ । ସେହିଭଳି ଉତ୍ସର୍ଗୀକୃତ କାର୍ୟ୍ୟ କରିଥିବାରୁ ଯାଜପୁର ଜିଲାର ୨୦ ଜଣଙ୍କୁ ସମ୍ୱର୍ଦ୍ଧିତ କରି ଆମେ ଗର୍ବିତ ବୋଲି କହିଚ୍ଥନ୍ତି ରାଜ୍ୟ ଜନ ଗଣନା ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ । ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ଓ ରାଜ୍ୟ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଖୁଣ୍ଟିଆ ୧୮୭୨ ମସିହାରୁ ଆମ ଦେଶରେ ଜନ ଗଣନା ଆରମ୍ଭ ହୋଇଥିଲା । ପ୍ରତି ୧୦ ବର୍ଷ ଅନ୍ତରରେ ଜନ ଗଣନା ହୋଇଆସୁଚ୍ଥି । ତେବେ ୨୦୨୧ ଜନ ଗଣନା କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଅଚ୍ଥି । ଭାରତ ସହ ଅନ୍ୟ ୧୫୦ ଟି ରାଷ୍ଟ୍ରରେ ମଧ୍ୟ ଏହା ବାଧାପ୍ରାପ୍ତ ହୋଇଅଚ୍ଥି । କରୋନା ସ୍ଥିତିରେ ପରିର୍ବନ ଆସିଲେ ସମ୍ଭବତଃ ଜନ ଗଣନା ୨୦୨୧ ମାର୍ଚ୍ଚ, ଅପ୍ରେଲଠାରୁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ । ଦେଶର ଲୋକଙ୍କର ସାମାଜିକ, ଅର୍ଥନୈତିକ, ଲିଙ୍ଗଗତ, ଜାତିଗତ ସ୍ଥିତି, ସେମାନଙ୍କର ସାଧନ, ସମସ୍ୟା, ଆବଶ୍ୟକତା ଇତ୍ୟାଦି ସଂପର୍କରେ ଏହି ପରିପ୍ରେକ୍ଷୀରେ ତଥ୍ୟ ହାସଲ କରାଯାଇଥାଏ। ଯାହା ଦେଶର ଯୋଜନା ପ୍ରଣୟନ ପାଇଁ ବିଶେଷ ଉପଯୋଗୀ ହୋଇଥାଏ । ଏଥିପାଇଁ ବିଭିନ୍ନ ଗଣନାକାରୀଙ୍କୁ ବିଷଦ ଭାବେ ପ୍ରଶିକ୍ଷିତ କରାଯାଇ ଘରକୁ ଘର ବୁଲି ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ପଡିଥାଏ । ଚଳିତ ବର୍ଷ ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଜନ ଗଣନା ତଥ୍ୟ ହାସଲ ବ୍ୟବସ୍ଥା ରାଜ୍ୟ ସରକାର କରିଚ୍ଥନ୍ତି ବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ । ଜିଲ୍ଳାପାଳ ଚକ୍ରର୍ବୀ ସିଂ ରାଠୋର କୈାଣସି ଭଲ କାମ ପାଇଁ ସମ୍ମାନ ବା ପ୍ରୋସାହନ, ପର ପୀଢି ପାଇଁ ପ୍ରେରଣା ସାଜିଥାଏ । ଜନ ଗଣନାରେ ଉଲ୍ଳେଖନୀୟ କାର୍ୟ୍ୟ ପାଇଁ ସମ୍ୱର୍ଦ୍ଧିତ ପ୍ରତ୍ୟେକ ବ୍ୟକ୍ତି ଅଭିନନ୍ଦନୀୟ ଓ ଅନ୍ୟ ମାନଙ୍କୁ ଏହା ଭଲ କାମ ପାଇଁ ଉତ୍ସାହିତ କରିବ ବୋଲି ସେ କହିଥିଲେ । ପରର୍ବୀ ଜନ ଗଣନା ପାଇଁ ପ୍ରତ୍ୟେକ ଦାୟିତ୍ୱର ସହ କାର୍ୟ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପରେ ୨୦୨୧ ଜନ ଗଣନାରେ ଉତ୍କୃଷ୍ଟ କାର୍ୟ୍ୟ ପାଇଁ ସୁଦର୍ଶନ ମିଶ୍ର, କୃଷ୍ଣ ପ୍ରସାଦ ମହାପାତ୍ର, ରୁଦ୍ରମଣି ମୁଖୀ, ଅୟସକାନ୍ତ ବେହୁରା, ସୁଜିତ ଦେହୁରି, ଜଗଦୀଶ ପୃଷ୍ଟି, ସୁରେଶ ଚନ୍ଦ୍ର ନାୟକ, ପ୍ରବୀଣ କୁମାର ଦାସ, ବିଜୟ କୁମାର ସ୍ୱାଇଁ, ପଦ୍ମନାଭ ସାହୁ, ଅପର୍ଣ୍ଣା ଶତପଥୀ, ରତ୍ନାକର ରାଉତଙ୍କୁ ରୈାପ୍ୟ ପଦକ ଓ ନବ କିଶୋର ପଣ୍ଡା, ପ୍ରଭାସିନୀ ମହାନ୍ତି, ବଳରାମ ରଣା, ରାଖାଲ ଚନ୍ଦ୍ର ରାଉତରାୟ, ଜନ୍ମେଜୟ ନାୟକ, କଳ୍ପଲତା ପହି, ସୁଧିର କୁମାର ଓଝା, ସମାପିକା ପଣ୍ଡାଙ୍କୁ ବ୍ରୋ ପଦକ ଓ ପ୍ରମାଣ ପତ୍ର ଦେଇ ଅତିଥି ମାନେ ସମ୍ୱର୍ଦ୍ଧିିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜନ ଗଣନାର ଜିଲା ଇନ୍-ଚାର୍ଜ ଉପେନ୍ଦ୍ର କୁମାର ନାୟକ, ଜନ ଗଣନାର ଉପ ନିର୍ଦ୍ଦେଶକ ଅଶୋକ ମିଶ୍ର, ହାରାଧନ କର୍ମି ପ୍ରମୁଖ ଜନ ଗଣନାର ଆବଶ୍ୟକତା ଓ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ସହକାରୀ ଜିଲାପାଳ ତିଳୋମା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ନିର୍ଦ୍ଦେଶକ ଶ୍ରୀ ଖୁଣ୍ଟିଆ ଜିଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଜନ ଗଣନା କାର୍ୟ୍ୟାଳୟକୁ ଊଦ୍ଘାଟନ କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories