www.samajalive.in
Friday, December 12, 2025
19.1 C
Bhubaneswar

ଏସସି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍‍ ପରବର୍ତ୍ତୀ ବୃତ୍ତି ଯୋଜନାରେ ୬୦% ଅର୍ଥ କେନ୍ଦ୍ର ଯୋଗାଇଦେବା ନିଷ୍ପତି ଐତିହାସିକ : ଧର୍ମେନ୍ଦ୍ର ପ୍ରଧାନ

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲଟଙ୍କୁ ଧନ୍ୟବାଦ
-ଓଡିଶା ସମେତ ଭାରତବର୍ଷର ୪ କୋଟିରୁ ଊର୍ଦ୍ଧ୍ବ ଏସି ଛାତ୍ରଛାତ୍ରୀ ହେବେ ଉପକୃତ
-ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ
-ଆତ୍ମନିର୍ଭର ଭାରତରେ ପଛୁଆ ବର୍ଗଙ୍କୁ ସମାନ ଅଂଶୀଦାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦୀ ସରକାର

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୫୯ ହଜାର କୋଟିର ମାଟ୍ରିକ ପରବର୍ତୀ ବୃତ୍ତି ଯୋଜନା ମଞ୍ଜୁରୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନାରେ ୬୦ ପ୍ରତିଶତ ଅର୍ଥ ଯୋଗାଇଦେବା ଭଳି ଐତିହାସିକ ନିଷ୍ପତି ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତ ମନ୍ତ୍ରୀ ଥାବରଚାନ୍ଦ ଗେହଲଟଙ୍କୁ ଟ୍ୱିଟ୍‍ କରି ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍‍ ପରବର୍ତୀ ବୃତ୍ତି ଯୋଜନାରେ ୫୯,୦୪୮ କୋଟି ଟଙ୍କାର ମୋଟ ଅନୁମୋଦନ ରାଶିରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୩୫, ୫୩୪ କୋଟି ଟଙ୍କା ଆଗାମୀ ୫ ବର୍ଷରେ ଖର୍ଚ୍ଚ କରାଯିବ। ଏହି ଆର୍ଥିକ ସହାୟତା ଅନୁସୂଚିତ ଜାତି ସମୁଦାୟର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ସଶକ୍ତ କରିବ। ଏହା ପଛୁଆ ବର୍ଗର ୪ କୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ହେଉଥିବା ଅସୁବିଧାକୁ ଦୂର କରିବ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବା ସହ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ।
ସବକା ସାଥ୍‍, ସବକା ବିକାଶ୍‍ ଏବଂ ସବକା ବିଶ୍ୱାସର ମନ୍ତ୍ରକୁ ମୂଳମନ୍ତ୍ର କରିଥିବା ମୋଦୀ ସରକାର ଗରିବରୁ ଗରିବ ବ୍ୟକ୍ତିଙ୍କୁ ଅଧିକ ସଶକ୍ତ କରିବା ତଥା ପଛୁଆ ବର୍ଗର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଆତ୍ମନିର୍ଭର ଭାରତର ପ୍ରଗତିରେ ପଛୁଆ ବର୍ଗର ଲୋକଙ୍କୁ ସମାନ ଅଂଶୀଦାର କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories