www.samajalive.in
Friday, December 12, 2025
19.1 C
Bhubaneswar

ବିଶିଷ୍ଟ ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ୧୨୪ତମ ଜନ୍ମ ଜୟନ୍ତୀ ପାଳିତ

ବାଙ୍କୀ : ବିଶିଷ୍ଟ ନାଟ୍ୟକାର ନୃତ୍ୟଗୁରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଆଜି ବାଙ୍କୀର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବାଙ୍କୀ କଳା,ସହିତ୍ୟ ଓ ସଂସ୍କୃତି ପରିଷଦ ଏବଂ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ସହଯୋଗରେ କଳା,ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଥିବା କାଳୀଚରଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଏଥିରେ କଳା,ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ବ୍ରଜକିଶୋର ମହାପାତ୍ର, ପ୍ରେସକ୍ଲବର ସଭାପତି ବଳଭଦ୍ର ପଣ୍ଡା, ଅନୁଷ୍ଠାନର ଉପସଭାପତି ମନୋଜ କୁମାର ମହାପାତ୍ର, ପୂଜ୍ୟପୂଜା ସୁରକ୍ଷା ଅଭିଯାନର ସଭାପତି କବି ସୁନୀଲ୍ କୁମାର ମିଶ୍ର, କବି କୌଶିକ ନାୟକ, ଅନୁଷ୍ଠାନର ସଂପାଦକ ବେଣୁଧର କର, ଅଧ୍ୟାପକ ସତ୍ୟଜିତ ଦାସ, ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ସମାଜସେବୀ ଅକ୍ଷୟ କୁମାର ସାମଲ ପ୍ରମୁଖ ଯୋଗଦେଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଏକାଧାରାରେ ଜଣେ ନାଟ୍ୟକାର ତଥା ଓଡ଼ିଶୀ ନୃତ୍ୟକୁ ସମଗ୍ର ଭାରତ ବର୍ଷରେ ପ୍ରତିଷ୍ଠିତ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ ବୋଲି ଆଲୋଚନା କରାଯାଇଥିଲା । ସେହିପରି ଆଜି ବାଙ୍କୀ ମହାବିଦ୍ୟାଳୟ ଠାରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ବହୁଗୁଣୀ ପ୍ରତିଭା ସଂପର୍କରେ ବକ୍ତାମାନେ ମତରଖିଥିଲେ । ଏଥିରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଯୋଗୀନାଥ ମଲ୍ଲୀକ,କବି କୌଶିକ ନାୟକ, ଅଧ୍ୟାପକ ସତ୍ୟଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories