www.samajalive.in
Wednesday, December 10, 2025
14.1 C
Bhubaneswar

ପ୍ରତ୍ୟର୍ପଣ ମାମଲାରେ ମାଲ୍ୟାଙ୍କୁ ଜାମିନ

ଲଣ୍ଡନ : ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଭାରତ ସରକାର ଚଳାଇଥିବା ପ୍ରତ୍ୟର୍ପଣ ମାମଲାରେ ତାଙ୍କୁ ଜାମିନ ମିଳିଛି। ମଙ୍ଗଳବାର ଲଣ୍ଡନର ୱେଷ୍ଟ ମିନଷ୍ଟର ମାଜିଷ୍ଟ୍ରେଟ୍‍ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରତ୍ୟର୍ପଣ ମାମଲାର ଶୁଣାଣି ସମୟରେ ମାଲ୍ୟା ଓ ତାଙ୍କ ପୁଅ ସିଦ୍ଧାର୍ଥ କୋର୍ଟରେ ଉପସ୍ଥିତ ଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨ରେ ହେବ। ଆଜିର ଶୁଣାଣି ସମୟରେ ମାଲ୍ୟା କହିଛନ୍ତି ଯେ ଭାରତୀୟ ବ୍ୟାଙ୍କରୁ ସେ ଯେଉଁସବୁ ଋଣ ନେଇଛନ୍ତି ତାକୁ ପରିଶୋଧ କରିବାକୁ ପ୍ରସ୍ତୁତ। ଏଥିରେ କୌଣସି ପ୍ରକାର କୋହଳତା ସେ ଚାହାନ୍ତି ନାହିଁ।
ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦କୋଟି ଟଙ୍କା ଋଣ ଆକାରରେ ଠକି ନେଇଥିବା ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ଭାରତର ତଦନ୍ତକାରୀ ଏଜେନ୍ସି ସିବିଆଇ ଆବେଦନ କରିଛି। ସିବିଆଇର ଏହି ମାମଲା ଉପରେ ଲଣ୍ଡନର ଅଦାଲତ ଶୁଣାଣି କରୁଛନ୍ତି। ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଲଣ୍ଡନ ଏକ ପ୍ରକାର ସମ୍ମତି ପ୍ରକାଶ କରିଛନ୍ତି। ତେବେ ପ୍ରତ୍ୟର୍ପଣ ପରେ ମାଲ୍ୟାଙ୍କୁ ଯେଉଁ ଜେଲ୍‍ରେ ରଖାଯିବ ତାର ଭିଡିଓ ଫୁଟେଜ ଲଣ୍ଡନ ଅଦାଲତ ଲୋଡିଛନ୍ତି। ପ୍ରତ୍ୟର୍ପଣ ପରେ ମାଲ୍ୟାଙ୍କୁ ମୁମ୍ବଇର ଆର୍ଥର ରୋଡ ଜେଲ୍‍ରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏହି ଜେଲ୍‍ର ଭିଡିଓ ଫୁଟେଜ୍‍ ୩ ସପ୍ତାହ ମଧ୍ୟରେ ଦେବାକୁ ଲଣ୍ଡନ ଅଦାଲତ ସିବିଆଇକୁ ସମୟ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories