www.samajalive.in
Wednesday, December 10, 2025
14.1 C
Bhubaneswar

ଜୁନାପାଣି କୁଷ୍ଠ କଲୋନି ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରେ ଡ଼ାକ୍ତର ରାମଚନ୍ଦାନି

ବୁର୍ଲା : ବୁର୍ଲା ଜୁନାପାଣୀ ସ୍ଥିତ କୁଷ୍ଟ କଲୋନିକୁ ଭିମ୍‌ସାର ଡାକ୍ତର ଶଙ୍କର ରାମଚନ୍ଦାନୀ ପୂର୍ବରୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଛନ୍ତି। ଏହି ପଡାର ଅନ୍ତେବାସୀ ମାନଙ୍କୁ ସହାୟତାର ହାତ ଡାକ୍ତର ରାମଚନ୍ଦାନୀ ବଢାଇ ଆସିଛନ୍ତି। ସେହିପରି ବର୍ତ୍ତମାନ ଶୀତ ତାର ପ୍ରକୋପ ଦେଖାଇ ଚାଲିଥିବା ବେଳେ ଆଜି ପଡ଼ାରେ ଡାକ୍ତର ରାମଚନ୍ଦାନୀ ପହଞ୍ଚି କଲୋନିର ୫୨ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି। ତେବେ ଡାକ୍ତର ରାମଚନ୍ଦାନୀଙ୍କ ଠାରୁ ସହାୟତା ପାଇ ଖୁସି ପ୍ରକଟ କରିଛନ୍ତି ଜୁନାପାଣି କୁଷ୍ଟ କଲୋନି ଅନ୍ତେବାସୀ। ପୂର୍ବରୁ ଡା ରାମଚନ୍ଦାନୀ ଅନେକ ସମୟରେ ପଡାବାସୀଙ୍କୁ ରାସନ ସାମଗ୍ରୀ, ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଏପରିକି କରୋନା ସମୟରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ନିଜ ଗାଡିରେ ହସପିଟାଲ ନେବା ସହିତ ସେଠାରୁ ସୁସ୍ତ ହେବା ପରେ ଘରେ ଆଣି ଛାଡ଼ିଥିବା ଦୃଷ୍ଟାନ୍ତ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories