www.samajalive.in
Thursday, December 11, 2025
26.1 C
Bhubaneswar

ପ୍ରିକ୍ୱାର୍ଟରରେ ସାଇନା; ୨ୟ ରାଉଣ୍ଡରେ ଶ୍ରୀକାନ୍ତ

ନାନ୍‍ଜିଙ୍ଗ୍‍(ଚୀନ) : ଭାରତର ସାଇନା ନେହୱାଲ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ମହିଳା ସିଙ୍ଗଲ୍‍ସ ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଥିବାବେଳେ ପୁରୁଷ ସିଙ୍ଗଲ୍‍ସରେ କିଦାମ୍ବି ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ମଙ୍ଗଳବାର ଖେଳା ଯାଇଥିବା ମହିଳା ସିଙ୍ଗଲ୍‍ସ ଦ୍ୱିତୀୟ ରାଉଣ୍ଡରେ ୧୦ମ ସିଡ୍‍ ମାନ୍ୟତାପ୍ରାପ୍ତ ସାଇନା ସିଧାସଳଖ ୨୧-୧୭, ୨୧-୮ ଗେମରେ ତୁର୍କୀର ଆଲିୟା ଦେମିରବାଗ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୩୯ ମିନିଟ ଧରି ଚାଲିଥିଲା। ପ୍ରିକ୍ୱାର୍ଟରରେ ସାଇନା ୪ର୍ଥ ସିଡ୍‍ ଥାଇଲାଣ୍ଡର ରାତ୍‍ଚାନୋକ୍‍ ଇନ୍ତାନନ୍‍ଙ୍କୁ ଭେଟିବେ। ସାଇନା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ବାଏ ପାଇଥିଲେ। ମଙ୍ଗଳବାର ପୁରୁଷ ସିଙ୍ଗଲ୍‍ସ ପ୍ରଥମ ରାଉଣ୍ଡରେ ୫ମ ସିଡ୍‍ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ୨୧-୧୫, ୨୧-୧୬ ଗେମରେ ଆୟରଲାଣ୍ଡର ନାଟ୍‍ ଏନ୍‍ଗ୍ୱେନ୍‍ଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତ ସ୍ପେନର ପାବ୍‍ଲୋ ଆବିୟାନ୍‍ଙ୍କୁ ଭେଟିବେ। ଅନ୍ୟତମ ଭାରତୀୟ ସାଇପ୍ରଣିତଙ୍କୁ ପ୍ରଥମ ରାଉଣ୍ଡରେ ୱାକ୍‍ଓଭର ମିଳିଛି। ୪ର୍ଥ ସିଡ୍‍ କୋରିଆର ସୋନ୍‍ ୱାନ ହୋ ଆଘାତ ପାଇ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ଫଳରେ ସାଇପ୍ରଣିତ ୱାକ୍‍ଓଭର ପାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସାଇପ୍ରଣିତ ଦ୍ୱିତୀୟ ରାଉଣ୍ଡରେ ସ୍ପେନର ଲୁଇ ପେନାରଭେଲଙ୍କୁ ଭେଟିବେ।
ଅପରପକ୍ଷରେ ମହିଳା ଡବଲ୍‍ସ ପ୍ରଥମ ରାଉଣ୍ଡରେ ଅଶ୍ୱିନୀ ପୋନାପ୍ପା ଓ ସିକ୍କି ରେଡ୍ଡି ୧୯-୨୧, ୨୧-୧୦, ୨୧-୧୭ ଗେମରେ ଚାଇନିଜ ତାଇପେର ଚିଆଙ୍ଗ୍‍ କାଇ ସିନ୍‍ ଓ ହୁଙ୍ଗ୍‍ ସି ହାନ୍‍ଙ୍କୁ ପରାସ୍ତ କରିଥିବାବେଳେ ଅନ୍ୟ ଭାରତୀୟ ଯୋଡି ଜେ.ମେଘନା ଓ ଏସ.ପୂର୍ବିଶା ୧୫-୨୧, ୨୧-୧୯, ୧୮-୨୧ ଗେମରେ ନେଦରଲାଣ୍ଡ ଯୋଡି ଦେବେରା ଜିଲି ଓ ଇମ୍‍କେ ଭାନ୍‍ଦାର ଆର୍‍ଙ୍କଠାରୁ ହାରିଯାଇଛନ୍ତି। ମିକ୍‍ସଡ ଡବଲ୍‍ସରେ ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି ଓ ଅଶ୍ୱିନୀ ପୋନାପ୍ପାଙ୍କୁ ବାଦଦେଲେ ଅନ୍ୟ ତିନି ଭାରତୀୟ ଯୋଡିଙ୍କୁ ଦ୍ୱିତୀୟ ରାଉଣ୍ଡରେ ନିରାଶ ହେବାକୁ ପଡିଛି। ମଙ୍ଗଳବାର ଏହି ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ସ୍ୱସ୍ତିକସାଇରାଜ ଓ ପୋନାପ୍ପା ୧୦-୨୧, ୨୧-୧୭, ୨୧-୧୮ ଗେମରେ ୧୫ଶ ସିଡ୍‍ ଜର୍ମାନ ଯୋଡି ମାର୍କ ଲାମ୍‍ସଫସ୍‍ ଓ ଇସାବେଲ ହେଟ୍ରିଚ୍‍ଙ୍କୁ ପରାସ୍ତ କରି ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି। ତେବେ ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୬ଷ୍ଠ ସିଡ୍‍ ବ୍ରିଟିଶ ଯୋଡି କ୍ରିସ୍‍ ଆଡ୍‍କକ୍‍ ଓ ଗାବ୍ରିଏଲା ଆଡ୍‍କକ୍‍ ୨୧-୧୨, ୨୧-୧୨ ଗେମରେ କୁହୁ ଗର୍ଗ-ରୋହନ କପୁରଙ୍କୁ, ୮ମ ସିଡ୍‍ ମାଲେସୀୟ ଯୋଡି ଚାନ୍‍ ପେଙ୍ଗ୍‍ ସୁନ୍‍ ଓ ଘୋ ଲିଉ ୟିଙ୍ଗ୍‍ ୨୧-୮, ୨୧-୧୧ ଗେମରେ ସୌରଭ ଶର୍ମା-ଅନୁଷ୍କା ପାରିଖଙ୍କୁ, ୧୨ଶ ସିଡ୍‍ ଇଣ୍ଡୋନେସିଆର ହଫିଜ୍‍ ଫୈଜଲ ଓ ଗ୍ଲୋରିଆ ଇମାନୁଏଲ ୱିଦ୍‍ଜାଜା ୨୧-୧୬, ୨୧-୪ ଗେମରେ ପ୍ରଣବ ଚୋପ୍ରା-ସିକ୍କି ରେଡ୍ଡିଙ୍କୁ ପରାସ୍ତ କରିଛନ୍ତି।
ପୁରୁଷ ଡବଲ୍‍ସ ପ୍ରଥମ ରାଉଣ୍ଡ ମ୍ୟାଚରେ ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ୨୧-୧୯, ୧୨-୨୧, ୨୧-୧୯ ଗେମରେ ବ୍ରିଟିଶ ଯୋଡି ମାର୍କସ ଏଲିସ୍‍ ଓ କ୍ରିସ୍‍ ଲାନ୍‍ଗ୍ରିଜ୍‍ଙ୍କୁ ପରାସ୍ତ କରିଛନ୍ତି। ତେବେ ଏହି ଇଭେଣ୍ଟର ଅନ୍ୟ ପ୍ରଥମ ରାଉଣ୍ଡ ମ୍ୟାଚରେ ହଂକଂ ଯୋଡି ଚିନ୍‍ ଚୁଙ୍ଗ୍‍ ଓ ତାଙ୍ଗ୍‍ ଚୁନ୍‍ ମାନ୍‍ ୨୨-୨୦, ୧୮-୨୧, ୨୧-୧୭ ଗେମରେ ଭାରତୀୟ ଯୋଡି କୋନା ତରୁଣ-ସୌରଭ ଶର୍ମାଙ୍କୁ ଓ ମାଲେସୀୟ ଯୋଡି ଓଙ୍ଗ୍‍ ୱି ସିନ୍‍-ୟିଓ ଏଇ ୟି ୨୧-୧୪, ୨୧-୧୫ ଗେମରେ ଏମ.ଆର.ଅର୍ଜୁନ-ରାମଚନ୍ଦ୍ର ଶ୍ଲୋକ୍‍ଙ୍କୁ ପରାସ୍ତ କରିଛନ୍ତି।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories