ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ଜିଲ୍ଲା ଗୋରଖପୁର’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ର ‘ନୋ ଷ୍ଟ୍ରମ୍ ଏଣ୍ଟରଟେନ୍ମେଣ୍ଟ’ ବ୍ୟାନରରେ ନିର୍ମାଣ ହେବ। ‘ବିନୋଦ ତିୱାରୀ’ ଚଳଚ୍ଚିତ୍ରରେ ନିର୍ଦେଶନା ଭାର ତୁଲାଉଛନ୍ତି। ରିଲିଜ୍ ହୋଇଥିବା ଏହି ପୋଷ୍ଟର୍ରେ ଯୋଗୀ ଆଦିତ୍ୟନାଥ ଛିଡା ହୋଇ ସୂର୍ଯ୍ୟଙ୍କୁ ଦେଖୁଛନ୍ତି। ସେ ତାଙ୍କ ହାତରେ ଏକ ପିସ୍ତଲ ଧରିଛନ୍ତି ଏବଂ ତାଙ୍କ ଡାହାଣ ପଟେ ଏକ ବାଛୁରୀ ଥିବା ଦେଖାଯାଇଛି। ଏହା ସହିତ ଏଥିରେ ଗୋରଖପୁରର ପ୍ରସିଦ୍ଧ ମନ୍ଦିର ଗୋରଖନାଥଙ୍କର ଝଲକ ଦେଖିବାକୁ ମିଳିଛି।
Popular Categories



