www.samajalive.in
Thursday, December 11, 2025
15.1 C
Bhubaneswar

ବଜ୍ରପାତରେ ୨ମହିଳା ମୃତ

ସୁନ୍ଦରଗଡ଼ : ଗତ ଜୁନ ମାସରେ ତଳସରା ଥାନା ଶାଗବାହାଲ ଗ୍ରାମରେ ବଜ୍ରାଘାତରେ ଦୁଇଭାଇ ସମେତ ୩ହକି ଖେଳାଳୀଙ୍କ ଜୀବନ ଯିବା ଘଟଣା ମାନସପଟରୁ ନ ଲିଭୁଣୁ ଆଜି ପୁଣି ଅପରାହ୍ନରେ ସଦର ଥାନା ଅନ୍ତର୍ଗତ କଟଙ୍ଗିଡ଼ିହି ଗ୍ରାମରେ ବଜ୍ରାଘାତରେ ୨ମହିଳାଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନ ଝିପିଝିପି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହେଉଥିବା ବେଳେ ଏହି ବର୍ଷାକୁ ଖାତିର ନ କରି କଟଙ୍ଗିଡ଼ିହି ଗ୍ରାମର ଦୁଇ ମହିଳା ଦୌପଦୀ ରୋହିଦାସ(୫୦) ଓ ବିଶାଖା ଭୈଷାଲ(୪୮) ବିଲରେ କାମ କରୁଥିବା ବେଳେ ହଠାତ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା। କିଛି ସମୟ ଗୁରୁତର ଅବସ୍ଥାରେ ରହିବା ପରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଅଳ୍ପଦୂରରେ ଅନ୍ୟ କିଛି ସ୍ଥାନୀୟ ଲୋକ ଦେଖି ଡ଼ାକ ପକାଇ ପାଖକୁ ଆସିଲା ବେଳକୁ ସେମାନେ ନିଶ୍ଚଳ ହୋଇପଡ଼ିଥିଲେ। ଘଟଣାଟି ପବନ ବେଗରେ ସମଗ୍ର ଅଞ୍ଚଳରେ ବ୍ୟାପି ଯିବାରୁ ପରିବାରବର୍ଗ ଓ ଆଖପାଖର ବହୁ ଲୋକ ଘଟଣାସ୍ଥଳକୁ ପହଞ୍ଚି ଏକଜୁଟ  ହୋଇଥିଲେ। କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଫାଟି ପଡ଼ିଥିଲା। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବକୁ ବ୍ୟବଛେଦ ପାଇଁ ପଠାଇଥିବାର ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ, ଦୁଇ ମହିଳା କରମଡ଼ିହିର ଜୈନିକା ସାହୁକାରଙ୍କ ବିଲରେ ଧାନ ବେଉଷଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ମୃତ ମହିଳା ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି। ସ୍ୱତନ୍ତ୍ର ବିକାଶ ପରିଷଦ ଉପାଧ୍ୟକ୍ଷା କୁସୁମ ଟେଟେ ମହିଳା ଦ୍ୱୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ସେମାନଙ୍କ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories