www.samajalive.in
Friday, December 12, 2025
19.1 C
Bhubaneswar

ଦୂର ହେଲା ଚାଷୀଙ୍କ ଦୁଃଖ, ଗୋପାଳପୁରରେ ଉଦଘାଟନ ହେଲା ଧାନମଣ୍ଡି

ଲାଞ୍ଜିଗଡ: ଚାଷୀଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଧାନମଣ୍ଡିରେ ସ୍ୱଚ୍ଛତା ରଖିବା ସହିତ ଉପଯୁକ୍ତ ଗୁଣାତ୍ମକ ଧାନ ପାଇଁ ଉପଯୁକ୍ତ ମୂଲ୍ୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ସେହିପରି ଧାନମଣ୍ଡି ସ୍ଥାପନ ସହିତ ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟ ପାଇଁ କିପରି ଉପଯୁକ୍ତ ଦାମ ପାଇବେ ଓ ସୁରୁଖୁରୁରେ ମଣ୍ଡି ଚାଲିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଆଜି ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁରେ ଧାନମଣ୍ଡି ଉଦଘାଟନ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ଉଦ୍ୟମ କ୍ରମେ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁରଠାରେ ପ୍ରଶାସନ ପକ୍ଷରୁ ଏକ ଧାନମଣ୍ଡି ସ୍ଥାପନ ପାଇଁ ପଥ ପରିଷ୍କାର ହୋଇଛି। ସିକେରକୁପା ସମବାୟ ସମିତି ଲିମିଟେଡ ଦ୍ୱାରା ଏହି ମଣ୍ଡିରୁ ଧାନ କିଣାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଚାଷୀ ମହଲରେ ଏହାକୁ ନେଇ ଖୁସିର ମାହୋଲ ଦେଖାଦେଇଛି। ଚଳିତ ବର୍ଷ ମରୁଡ଼ି ଯୋଗୁଁ ଅଞ୍ଚଳରେ ଧାନ ଉତ୍ପାଦନ କମ ହୋଇଥିଲେ ହେଁ ନିଜ ଉପାର୍ଜିତ ଧାନ ମଣ୍ଡିରେ ବିକି ଚାଷୀ ବେଶ ଦୁଇପଇସା ପାଇପାରିବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। ଏହି  ମଣ୍ଡିକୁ ବିଧାୟକ ଶ୍ରୀ ଦିଶାରି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା। ତେବେ ତାଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ଅନୁପସ୍ଥିତ ରହିଥିବାବେଳେ ଆଜି ତାଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିଲେ। ବରିଷ୍ଠ ଚାଷୀ ପୁରୁଷୋତ୍ତମ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିକେରକୁପା ସମବାୟ ସମିତିର କର୍ମଚାରୀ ପ୍ରହଲ୍ଲାଦ ସାହୁ, ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ନୃପରାଜ ଗଉଡ, ବରିଷ୍ଠ ଚାଷୀ ଅଶୋକ କୁମାର ପାଢୀ, ବୈବ ପୁଟେଲ ପ୍ରମୁଖ ସାମିଲ ହୋଇଥିଲେ।

ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ଅନୀଲ କୁମାର ପାଢୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ବୀରେନ୍‍ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୋପାଳପୁର, ଭାଲୁଚଞ୍ଚରା, ପାଟଭାଲେର ଗାଁର ଚାଷୀମାନେ ଉପସ୍ଥିତ ଥିବାବେଳେ ସଞ୍ଜୟ ପାଢୀ, ଭିକାରୀ ପଧାନ, ଘାସିରାମ ବାଗ, ଧ୍ରୁବ କୁମାର, ନୀଲେଶ ପାଢୀ, ବିରଞ୍ଚି ମାଝୀ, ସୁଦର୍ଶନ ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories